କାଲିଠାରୁ ବଦଳିଯିବ ୩୦୦ରୁ ଅଧିକ ଟ୍ରେନ୍‌ର ସମୟ

ନୂଆଦିଲ୍ଲୀ: ଉତ୍ତର ରେଲୱେର ନୂଆ ସମୟ ତାଲିକା ଅନୁସାରେ ୩୦୦ରୁ ଅଧିକ ଟ୍ରେନ୍‌ର ଯିବା ଆସିବା ସମୟର ପରିବର୍ତ୍ତନ କରାଯାଇଛି। ଏହି ସମୟ ତାଲିକା ୧୫ ଅଗଷ୍ଟରୁ କାର୍ଯ୍ୟକାରୀ ହେବ। ଯଦି ଆପଣ ଉତ୍ତର ରେଲୱେରେ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ହେଲ୍ପ ଲାଇନ୍‌ ନମ୍ୱର ୧୩୯କୁ ଫୋନ୍‌ କରି ନିଜ ଟ୍ରେନ୍‌ର ଟାଇମିଂ ଜାଣିପାରିବେ। ଉତ୍ତର ରେଲୱେ ଅଧିକାରୀଙ୍କ ଅନୁସାରେ, ୫୭ଟି ଟ୍ରେନ୍‌ର ପ୍ରସ୍ଥାନ ନିର୍ଦ୍ଧାରିତ ସମୟଠାରୁ ପୂର୍ବରୁ ହେବ। ସେହିପରି ୫୮ଟି ଟ୍ରେନ୍‌ର ପ୍ରସ୍ଥାନ […]

train

train

Ordigital Desk
  • Published: Tuesday, 14 August 2018
  • Updated: 14 August 2018, 10:37 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ରେଲୱେର ନୂଆ ସମୟ ତାଲିକା ଅନୁସାରେ ୩୦୦ରୁ ଅଧିକ ଟ୍ରେନ୍‌ର ଯିବା ଆସିବା ସମୟର ପରିବର୍ତ୍ତନ କରାଯାଇଛି। ଏହି ସମୟ ତାଲିକା ୧୫ ଅଗଷ୍ଟରୁ କାର୍ଯ୍ୟକାରୀ ହେବ।

ଯଦି ଆପଣ ଉତ୍ତର ରେଲୱେରେ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ହେଲ୍ପ ଲାଇନ୍‌ ନମ୍ୱର ୧୩୯କୁ ଫୋନ୍‌ କରି ନିଜ ଟ୍ରେନ୍‌ର ଟାଇମିଂ ଜାଣିପାରିବେ।

ଉତ୍ତର ରେଲୱେ ଅଧିକାରୀଙ୍କ ଅନୁସାରେ, ୫୭ଟି ଟ୍ରେନ୍‌ର ପ୍ରସ୍ଥାନ ନିର୍ଦ୍ଧାରିତ ସମୟଠାରୁ ପୂର୍ବରୁ ହେବ। ସେହିପରି ୫୮ଟି ଟ୍ରେନ୍‌ର ପ୍ରସ୍ଥାନ ସମୟକୁ ଆଗକୁ ବଢ଼ାଯାଇଛି। ଏହା ବ୍ୟତୀତ ୧୦୨ଟି ଟ୍ରେନ୍‌ର ଆଗମନ ସମୟକୁ ନିର୍ଦ୍ଧାରିତ ସମୟଠାରୁ ପୂର୍ବରୁ କରାଯାଇଛି ଓ ୮୪ଟି  ଟ୍ରେନ୍‌ର ସମୟକୁ ଆଗକୁ ବଢ଼ାଯାଇଛି।

ଯାତ୍ରା କରିବା ପୂର୍ବରୁ ନୂଆ ସମୟ ତାଲିକାକୁ ଯାଞ୍ଚ କରିବା ପାଇଁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos