ବାମପନ୍ଥୀ ଚିନ୍ତାଧାରାର ପ୍ରଚାର ପ୍ରସାର ପାଇଁ ଟ୍ରେନିଂ ସ୍କୁଲ୍ ଆରମ୍ଭ କଲା ସିପିଏମ୍

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ପନ୍ଥୀ ଚିନ୍ତାଧାରା ଓ ନେତାଙ୍କ କ୍ଷମତା ବଢ଼ିବାରେ ଲାଗିଛି। ୨୦୧୪ରେ ମୋଦି ସରକାର ଆସିବା ପରେ ମୁଖ୍ୟତଃ ଏହି ଚିନ୍ତାଧାରା ଆଗକୁ ବଢ଼ୁଥିବା ବେଳେ ବାମପନ୍ଥୀ ଚିନ୍ତାଧାରା କ୍ରମଶଃ କମିବାରେ ଲାଗିଛି। ତେଣୁ ଏବେ ତୃଣମୂଳ ସ୍ତରରେ ନିଜକୁ ମଜବୁତ କରିବା ପାଇଁ ଟ୍ରେନିଂ ସ୍କୁଲ୍ ଆରମ୍ଭ କରିବ ସିପିଏମ୍। ଧର୍ମନିରପେକ୍ଷତାର ପ୍ରଚାର ପ୍ରସାର ପାଇଁ ରାଜଧାନୀ ଦିଲ୍ଲୀରେ ଏକ ଟ୍ରେନିଂ ସ୍କୁଲ ଆରମ୍ଭ କରିଛି ସିପିଏମ୍। ଯାହାର ନାମ ମାର୍କସବାଦୀ ନେତା […]

HKS BHAWAN

HKS BHAWAN

Subhransu Sekhar
  • Published: Friday, 04 October 2019
  • Updated: 04 October 2019, 03:38 PM IST

ନୂଆଦିଲ୍ଲୀ: ଦେଶରେ ଦକ୍ଷିଣ ପନ୍ଥୀ ଚିନ୍ତାଧାରା ଓ ନେତାଙ୍କ କ୍ଷମତା ବଢ଼ିବାରେ ଲାଗିଛି। ୨୦୧୪ରେ ମୋଦି ସରକାର ଆସିବା ପରେ ମୁଖ୍ୟତଃ ଏହି ଚିନ୍ତାଧାରା ଆଗକୁ ବଢ଼ୁଥିବା ବେଳେ ବାମପନ୍ଥୀ ଚିନ୍ତାଧାରା କ୍ରମଶଃ କମିବାରେ ଲାଗିଛି। ତେଣୁ ଏବେ ତୃଣମୂଳ ସ୍ତରରେ ନିଜକୁ ମଜବୁତ କରିବା ପାଇଁ ଟ୍ରେନିଂ ସ୍କୁଲ୍ ଆରମ୍ଭ କରିବ ସିପିଏମ୍। ଧର୍ମନିରପେକ୍ଷତାର ପ୍ରଚାର ପ୍ରସାର ପାଇଁ ରାଜଧାନୀ ଦିଲ୍ଲୀରେ ଏକ ଟ୍ରେନିଂ ସ୍କୁଲ ଆରମ୍ଭ କରିଛି ସିପିଏମ୍। ଯାହାର ନାମ ମାର୍କସବାଦୀ ନେତା ହରକିଶନ ସିଂହ ସୁରଜିତ ଭବନଙ୍କ ନାମାନୁସାରେ ହୋଇଛି। ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଆରଏସଏସ୍-ବିଜେପିକୁ ଟକ୍କର ଦେଇ ବାମପନ୍ଥୀ ବିଚାରଧାରାକୁ ଆଗକୁ ବଢ଼ିବା ପାଇଁ ଏହି ସ୍କୁଲ ବହୁତ ସାହାଯ୍ୟ କରିବ।

ସିପିଏମ୍ ବା ବାମପନ୍ଥୀ ଚିନ୍ତାଧାରାରେ ଆରମ୍ଭ ହୋଇଥିବା ଏହି ଟ୍ରେନିଂ ସ୍କୁଲ ବାହାରୁ ଦଳୀୟ କାର୍ଯ୍ୟାଳୟ ଭଳି ଦେଖାଯାଉଛି। ୧୮୪୦ ବର୍ଗ ମିଟରରେ ତିଆରି ହୋଇଥିବା ଏହି ବିଶାଳ ଟ୍ରେନିଂ ସ୍କୁଲ୍ ଭିତରେ କନଫରେନସ ହଲ୍, ୨୦୦ ଲୋକ ରହିବା, ଖାଇବା ଭଳି ଆଦି ବ୍ୟବସ୍ଥା ରହିଛି। ଏହି ଟ୍ରେନିଂ ସ୍କୁଲରେ ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷିଣ ଦିଆଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଧର୍ମନିରପେକ୍ଷତା ବାବଦରେ ପ୍ରଚାର ପାଇଁ ବ୍ୟବହାର ହେବ ବୋଲି ପୂର୍ବତନ ସିପିଏମ ମହାସଚିବ ପ୍ରକାଶ କରାତ କହିଛନ୍ତି। ଦେଶରେ ଯେଉଁଭଳି ଭାବରେ ଦକ୍ଷିଣପନ୍ଥୀ ବିଚାରଧାରା ଆଗକୁ ବଢ଼ୁଛି ଏଥିରେ ରୋକ୍ ଲଗାଇବା ପାଇଁ ବାମପନ୍ଥୀ ଚିନ୍ତାଧାରା ଆଗରୁ ବଢ଼ିବା ଦରକାର ବୋଲି ସିପିଏମର ଅନେକ ନେତା କହିଥିବା ସେ କହିଛନ୍ତି।

୨୦୦୫ରେ ୟୁପିଏ ସରକାର ବେଳେ ଏହି ଟ୍ରେନିଂ ସ୍କୁଲ ତିଆରି କରିବା ପାଇଁ ଜମି ପାଇଥିଲା ସିପିଏମ୍। ଏହାପରେ ୨୦୦୯ରେ ଟ୍ରେନିଂ ସ୍କୁଲ୍ ନିର୍ମାଣ ପାଇଁ ହରିକିଶନ ସିଂହ ସୁରଜିତ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୧୦ ବର୍ଷ ପରେ କୋଠାଟି ସମ୍ପୂର୍ଣ୍ଣ ହୋଇଛି। ବିଜେପିର ନୂଆ କାର୍ଯ୍ୟାଳୟ ଓ କଂଗ୍ରେସର ନିର୍ମାଣଧୀନ କାର୍ଯ୍ୟାଳୟ ସିପିଏମର ଏହି କୋଠରୁ ଅଳ୍ପ ଦୂର। ୨୮ ଡିସେମ୍ୱରରେ କଂଗ୍ରେସର ପ୍ରତିଷ୍ଠା ଦିବସ ରହିଛି ଏହି ଅବସରରେ କଂଗ୍ରେସ ନୂଆ କୋଠାର ଉଦଘାଟନ କରିବ ବୋଲି ସୂଚନା ରହିଛି।

୨୦୦୪ରେ ଲୋକସଭା ନିର୍ବାଚନ ପରେ ସିପିଏମ୍ ଏବଂ ବାମପନ୍ଥୀ ନେତାଙ୍କ କ୍ଷମତା ଧୀରେ ଧୀରେ କମି ଚାଲିଛି। ପୂର୍ବରୁ ୩ଟି ରାଜ୍ୟରେ କ୍ଷମତା ଥିବା ସିପିଏମ୍ ଏବେ କେବଳ କେରଳରେ ହିଁ ସୀମିତ ରହିଛି। ସେହିପରି ଲୋକସଭାରେ କେବଳ ୨ ଜଣ ସିପିଏମର ସାଂସଦ ରହିଥିବା ବେଳେ ରାଜ୍ୟସଭାରେ କୌଣସି ସାଂସଦ ନାହାନ୍ତି। ଏବେ ଆଗକୁ ଦେଖିବାକୁ ହେବ ସିପିଏମର ଏହି ଟ୍ରେନିଂ ସ୍କୁଲ ଦଳକୁ କି ଫାଇଦା ଦେଉଛି।

ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆର୍‌ଏସ୍‌ଏସ୍‌) ଆସନ୍ତା ବର୍ଷ ଏପ୍ରିଲରୁ ଆର୍ମି ସ୍କୁଲ ଆରମ୍ଭ କରିବାକୁ ଯାଉଛି। ଏହି ସ୍କୁଲ ଖୋଲିବାର ମୂଳ ଉଦ୍ଦେଶ୍ୟ କିଭଳି ଏହି ଆର୍ମି ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଆର୍ମି ଅଫିସର ହେବେ। ଏଥିପାଇଁ ପାଠ ପଢ଼ିବା ବେଳେ ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯିବ। ଆରଏସଏସ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସ୍କୁଲର ନାମ ରାଜ୍ଜୁ ଭୈୟା ସୈନିକ ବିଦ୍ୟା ମନ୍ଦିର ରହିବ। ରାଜେନ୍ଦ୍ର ସିଂହ ଓରଫ ରାଜ୍ଜୁ ଭୈୟା ହେଉଛନ୍ତି ଆରଏସଏସର ସଂଘ ପରିଚାଳକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story