ସୋନ୍‌ଭଦ୍ରରୁ ମିଳିନି ୩ ହଜାର ଟନ୍‌ର ସୁନା: ଜିଏସ୍‌ଆଇ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନ୍‌ଭଦ୍ର ଜିଲ୍ଲାରୁ ୩୦୦୦ ଟନ୍‌ ପରିମାଣର ସୁନା ମିଳିଥିବା ନେଇ ଏବେ ଦେଶରେ ବେଶ ଚର୍ଚ୍ଚା ଲାଗିରହିଛି। ତେବେ ଏହି ଚର୍ଚ୍ଚାକୁ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଖଣ୍ଡନ କରିଛି। ପୂର୍ବରୁ ଜିଲ୍ଲା ମାଇନିଂ ଅଧିକାରୀଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଥିଲେ ହେଁ ଜିଏସ୍‌ଆଇ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି। ଜିଏସ୍‌ଆଇ ଡାଇରେକ୍ଟର ଏମ୍‌ ଶ୍ରୀଧର କହିଛନ୍ତି, ଜିଏସ୍‌ଆଇ ପକ୍ଷରୁ କେହି ମଧ୍ୟ ଏଭଳି ତଥ୍ୟ ଦେଇନାହାନ୍ତି। ସୋନ୍‌ଭଦ୍ର ଜିଲ୍ଲାରେ ଏଭଳି ପରିମାଣର ସୁନା […]

gold

gold

Subrat Kumar Nayak
  • Published: Saturday, 22 February 2020
  • Updated: 22 February 2020, 09:58 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନ୍‌ଭଦ୍ର ଜିଲ୍ଲାରୁ ୩୦୦୦ ଟନ୍‌ ପରିମାଣର ସୁନା ମିଳିଥିବା ନେଇ ଏବେ ଦେଶରେ ବେଶ ଚର୍ଚ୍ଚା ଲାଗିରହିଛି। ତେବେ ଏହି ଚର୍ଚ୍ଚାକୁ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଖଣ୍ଡନ କରିଛି। ପୂର୍ବରୁ ଜିଲ୍ଲା ମାଇନିଂ ଅଧିକାରୀଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଥିଲେ ହେଁ ଜିଏସ୍‌ଆଇ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି।

ଜିଏସ୍‌ଆଇ ଡାଇରେକ୍ଟର ଏମ୍‌ ଶ୍ରୀଧର କହିଛନ୍ତି, ଜିଏସ୍‌ଆଇ ପକ୍ଷରୁ କେହି ମଧ୍ୟ ଏଭଳି ତଥ୍ୟ ଦେଇନାହାନ୍ତି। ସୋନ୍‌ଭଦ୍ର ଜିଲ୍ଲାରେ ଏଭଳି ପରିମାଣର ସୁନା ଗଚ୍ଛିତ ଥିବା ଜିଏସ୍‌ଆଇ ପକ୍ଷରୁ ଆକଳନ କରାଯାଇନାହିଁ।

ସେ କହିଛନ୍ତି, ଆମେ ସର୍ଭେ କରି ରାଜ୍ୟ ୟୁନିଟ୍‌କୁ ଖଣିଜ ସମ୍ପର୍କିତ ତଥ୍ୟ ଦେଇଥାଉ। ଆମେ ୧୯୯୮-୧୯୯୯ ଏବଂ ୧୯୯୯-୨୦୦୦ରେ ସର୍ଭେ କରିଥିଲୁ। ୟୁପି ଡିଜିଏମ୍‌ଙ୍କୁ ଏହି ରିପୋର୍ଟ କେବଳ ସୂଚନା ଆକାରରେ ଭବିଷ୍ୟତ ପଦକ୍ଷେପ ପାଇଁ ଦିଆଯାଇଥିଲା। ସେ କହିଥିଲେ, ଜିଏସ୍‌ଆଇର ସୁନା ଉତ୍ତୋଳନ ସନ୍ତୋଷଜନକ ନଥିଲା।

ଏହାପୂର୍ବରୁ ସୋନଭଦ୍ର ଜିଲ୍ଲା ମାଇନିଂ ଅଫିସର କେକେ ରାୟ କହିଥିଲେ, ସୋନପାହାଡ଼ି ଏବଂ ହାର୍ଡି ଅଞ୍ଚଳରେ ସୁନା ମହଜୁଦ ଅଛି। ଏହାର ପରିମାଣ ୨,୯୪୩.୨୬ ଟନ୍‌ ବୋଲି ଆକଳନ କରାଯାଉଥିଲା। ହାର୍ଡି ବ୍ଲକ୍‌ରେ ୬୪୬.୧୬ କିଲୋ ସୁନା ଥିବା କୁହାଯାଇଥିଲା। ତେବେ ଜିଏସ୍‌ଆଇ ଏହାକୁ ଖଣ୍ଡନ କି କହିଛି ସୋନ୍‌ଭଦ୍ର ଜିଲ୍ଲାରେ ମୋଟ ସୁନାକୁ ଆକଳନ କଲେ ୧୬୦ କେଜିର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos