ଏନକାଉଣ୍ଟରରେ ଗଡ଼ିଲା ହିଜବୁଲର ଟପ୍ କମାଣ୍ଡର ମୁଣ୍ଡ

ଶ୍ରୀନଗର: ରବିବାର ଜମ୍ମୁ କଶ୍ମୀରର ଶୋପିଆନ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଡିଜି ଦିଲବାଗ ସିଂହ ଏହି ସୂଚନା ଦେଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-୪୭ ଆଦି ମାରଣାସ୍ତ୍ର ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ପାକ୍ ଆତଙ୍କୀ ସଂଗଠନ ହିଜବୁଲର ଟପ୍ କମାଣ୍ଡର ଫାରୁକ୍ ଅହମଦ ଭଟ ଓରଫ୍ ନାଲି ରହିଥିବା ଜଣାପଡ଼ିଛି। ଜମ୍ମୁ କଶ୍ମୀରର କୁଲଗାମ ଏବଂ ପୁଲଓ୍ୱାମା ଜିଲ୍ଲା ଦାୟିତ୍ୱରେ ଥିଲା ହିଜବୁଲର ଏହି କମାଣ୍ଡର। ନଭୀଦ ବାବୁ […]

nail terrorist

nail terrorist

Subhransu Sekhar
  • Published: Sunday, 07 June 2020
  • Updated: 07 June 2020, 06:47 PM IST

Sports

Latest News

ଶ୍ରୀନଗର: ରବିବାର ଜମ୍ମୁ କଶ୍ମୀରର ଶୋପିଆନ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଡିଜି ଦିଲବାଗ ସିଂହ ଏହି ସୂଚନା ଦେଇଛନ୍ତି। ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-୪୭ ଆଦି ମାରଣାସ୍ତ୍ର ଜବତ କରାଯାଇଛି।

ମୃତକଙ୍କ ମଧ୍ୟରେ ପାକ୍ ଆତଙ୍କୀ ସଂଗଠନ ହିଜବୁଲର ଟପ୍ କମାଣ୍ଡର ଫାରୁକ୍ ଅହମଦ ଭଟ ଓରଫ୍ ନାଲି ରହିଥିବା ଜଣାପଡ଼ିଛି। ଜମ୍ମୁ କଶ୍ମୀରର କୁଲଗାମ ଏବଂ ପୁଲଓ୍ୱାମା ଜିଲ୍ଲା ଦାୟିତ୍ୱରେ ଥିଲା ହିଜବୁଲର ଏହି କମାଣ୍ଡର। ନଭୀଦ ବାବୁ ନାମକ ଆତଙ୍କବାଦୀ ଗିରଫ ହେବା ପରେ ନାଲିକୁ ହିଜବୁଲ ଏହି ଦାୟିତ୍ୱ ଦେଇଥିଲା।

ଏ ++ ଶ୍ରେଣୀର ଆତଙ୍କବାଦୀ ଥିଲା ନାଲି। ଦୁଇ ସପ୍ତାହ ତଳେ କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବାବେଳେ ନାଲି ଖସି ପଳାଇ ଆସିଥିଲା। ନାଲିର ଘର କୁଲଗାମର ୟାରିପୋରା ବୋଲି ଜଣାପଡ଼ିଛି।

ଶୋପିଆନ୍ ଜିଲ୍ଲାର ରେବାନ ଏରିଆରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଏହାପରେ ସକାଳେ ପୁଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହାପରେ ୫ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କୁ ସରେଣ୍ଡର କରିବା ପାଇଁ ସୁରକ୍ଷାକର୍ମୀ କହିଥିଲେ। ହେଲେ ପ୍ରତିବଦଳରେ ଆତଙ୍କବାଦୀ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀ ପାଲଟା ଗୁଳି ଚଳାଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ହେବ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ବଢ଼ିଛି। ପ୍ରାୟତଃ ପ୍ରତିଦିନି ସେନା ଆତଙ୍କୀ ଲୁଚି ରହିଥିବାର ଖବର ପାଇ ସର୍ଚ୍ଚ ଅପରେସନ କରୁଛି। ନିକଟରେ ପାକ୍ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story