ଦୁର୍ଦ୍ଦାନ୍ତ ମାଓବାଦୀ ଜିନ୍ଦନର ମୁଣ୍ଡ ଗଡିଲା, ୧୫ ଲକ୍ଷ ଥିଲା ପୁରସ୍କାର ରାଶି

ରାଞ୍ଚି: ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ  ଜିନ୍ଦନ ଗୁଡ଼ିଆର ଗଡ଼ିଲା ମୁଣ୍ଡ। ଦୀର୍ଘ ଦିନ ଧରି ସିଆରପିଏଫ୍ ଏବଂ ଝାଡ଼ଖଣ୍ଡ ପୁଲିସର ଟାର୍ଗେଟରେ ଥିଲା ଏହି ଟପ୍ ମାଓବାଦୀ। ଜିନ୍ଦନ ମୁଣ୍ଡ ପାଇଁ ୧୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ତେବେ ସୋମବାର ଝାଡ଼ଖଣ୍ଡ ପୁଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ପିପୁଲ୍ସ ଲିବରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆର ଜୋନାଲ କମାଣ୍ଡର ଜିନ୍ଦନ ଗୁଡିଆ ନିହତ ହୋଇଛି। ୧୦୦ରୁ ଅଧିକ ଅପରାଧିକ ମାମଲା ଥିଲା ଜିନ୍ଦନ ନାମରେ। ପୁଲିସର […]

mao-leader

mao-leader

Subhransu Sekhar
  • Published: Monday, 21 December 2020
  • Updated: 21 December 2020, 10:07 PM IST

Sports

Latest News

ରାଞ୍ଚି: ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ  ଜିନ୍ଦନ ଗୁଡ଼ିଆର ଗଡ଼ିଲା ମୁଣ୍ଡ। ଦୀର୍ଘ ଦିନ ଧରି ସିଆରପିଏଫ୍ ଏବଂ ଝାଡ଼ଖଣ୍ଡ ପୁଲିସର ଟାର୍ଗେଟରେ ଥିଲା ଏହି ଟପ୍ ମାଓବାଦୀ। ଜିନ୍ଦନ ମୁଣ୍ଡ ପାଇଁ ୧୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ତେବେ ସୋମବାର ଝାଡ଼ଖଣ୍ଡ ପୁଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ପିପୁଲ୍ସ ଲିବରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆର ଜୋନାଲ କମାଣ୍ଡର ଜିନ୍ଦନ ଗୁଡିଆ ନିହତ ହୋଇଛି। ୧୦୦ରୁ ଅଧିକ ଅପରାଧିକ ମାମଲା ଥିଲା ଜିନ୍ଦନ ନାମରେ।

ପୁଲିସର ସୂଚନାନୁସାରେ ଜିନ୍ଦନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ଛାତ୍ର ସଂଗଠନର ସଭାପତି ସୁଦେଶ ମହତୋଙ୍କୁ ହତ୍ୟା କରିବା ପାଇଁ ପାଞ୍ଚ କୋଟି ଟଙ୍କା ସୁପାରୀ ନେଇଥିବା ଅଭିଯୋଗ ରହିଛି। ଦୁଇ ଥର ହତ୍ୟା କରିବା ପାଇଁ ଏହି ଦୁର୍ଦ୍ଦାନ୍ତ ମାଓବାଦୀ ଚେଷ୍ଟା କରି ବିଫଳ ହୋଇଥିଲା।

କିଙ୍ଗପିନ୍ ଦିନେଶ ଗୋପ ପରେ ପିଏଲଏଫଆଇର ଦୁଇ ନମ୍ବର ଲିଡର ଥିଲା ଜିନ୍ଦନ। ପୁଲିସ ଏକ ଏକେ-୪୭ ରାଇଫଲ ସହିତ ଅନେକ ଯୁଦ୍ଧ ସାମଗ୍ରୀ ଉଦ୍ଧାର କରିଛି। ଖୁଣ୍ଟି ଜିଲ୍ଲାର କୋଶନାର ପାହାଡରେ ଗରିଲାଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ିଥିଲା। ଏନେଇ ସୂଚନା ପାଇବା ପରେ ନକ୍ସଲମାନଙ୍କୁ ଘେରିବା ପାଇଁ ପୁଲିସ ଏବଂ ସିଆରପିଏଫ୍ ଜଏଣ୍ଟ ଅପରେସନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos