ବିଜେପିକୁ କରୋନା ସହ ତୁଳନା କରିବା ପରେ ନୁସରତଙ୍କୁ ଜବାବ ଦେଲେ ଅମିତ ମାଲବ୍ୟ
କୋଲକାତା: ବିଧାନସଭା ନିର୍ବାଚନର ବହୁ ପୂର୍ବରୁ ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି କଳି ଆରମ୍ଭ ହୋଇ ସାରିଛି। ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ଶାସକ ଦଳ ଟିଏମସିକୁ କରୋନା ଭାଇରସ ସହିତ ତୁଳନା କରି ସାରିଛନ୍ତି। ଏବେ ସମାନ ଅଭିଯୋଗ ବିଜେପି ବିରୋଧରେ ଆଣିଛନ୍ତି ବଶିରହାଟର ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ।
ଉତ୍ତର ୨୪ ପାରଗନାରେ ଏକ ନିର୍ବାଚନ ପ୍ରଚାର ସମୟରେ ନୁସରତ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏବେ ନୁସରତ କହିଛନ୍ତି ବିଜେପି କୋଭିଡ ଅପେକ୍ଷା ଅଧିକ ବିପଦ । ଯଦି ବିଜେପି କ୍ଷମତାକୁ ଆସେ ତେବେ ଏହା ମୁସଲମାନମାନଙ୍କ ପାଇଁ ଓଲଟା ଦିନ ଆରମ୍ଭ ହେବ କହି ସାମ୍ପାଦିୟକାତା କାର୍ଡ ଖେଳିଛନ୍ତି ଏହି ନେତ୍ରୀ। ଏମିତିକି ଆଗାମୀ ଦିନରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିଜେପି ଦଙ୍ଗା କରେଇ ବୋଲି ସେ ଆକଳନ କରିଛନ୍ତି।
ନୁସରତ କହିଛନ୍ତି, “ତୁମେ ଆଖି ଖୋଲା ରଖ, ବିଜେପି ଭଳି ଏକ ବିପଦ ଜନକ ଭାଇରସ ବୁଲୁଛି। ଏହି ଭାଇରସ ଧର୍ମକୁ ନେଇ ଦଙ୍ଗା କରିବା ସହିତ ଭେଦଭାବ କରିବ। ଯଦି ବିଜେପି କ୍ଷମତାକୁ ଆସେ ତେବେ ମୁସଲମାନମାନଙ୍କର ଓଲଟା ଗଣତି ଆରମ୍ଭ ହେବ”।
ତେବେ ନୁସରତଙ୍କ ଏଭଳି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ପଶ୍ଚିମବଙ୍ଗର ବିଜେପି ସହ ପ୍ରଭାବରୀ ଅମିତ ମାଲବ୍ୟ। ସେ ଟ୍ୱିଟ୍ କରି ଲେଖିଛନ୍ତି, ପଶ୍ଚିମବଙ୍ଗରେ ଟିକାକୁ ନେଇ ସବୁଠୁ ହୀନ ରାଜନୀତି ହେଉଛି। ପ୍ରଥମେ ମମତା ବାନାର୍ଜୀଙ୍କ କ୍ୟାବିନେଟର ମନ୍ତ୍ରୀ ସିଦ୍ଧିକୁଲା ଚୌଧୁରୀ ଟିକା ନେଇ ଯାଉଥିବା ଟ୍ରକକୁ ଅଟକାଇଲେ। ଏବେ ଜଣେ ଟିଏମସି ସାଂସଦ ମୁସଲିମ ପ୍ରାଧାନ୍ୟ ପ୍ରାପ୍ତ ଦେଙ୍ଗାଙ୍ଗା ଜିଲ୍ଲାରେ ପ୍ରଚାର ବେଳେ ବିଜେପିକୁ କରୋନା ସହ ତୁଳନା କରୁଛନ୍ତି।
In WB, worst kind of vaccine politics is unfolding. First, Siddiqulla Chowdhury, a sitting minister in Mamata Banerjee’s cabinet, holds up trucks carrying vaccines. Now a TMC MP, campaigning in Muslim majority Deganga, likens BJP to Corona.
But Pishi is silent. Why? Appeasement?
— Amit Malviya (@amitmalviya) January 15, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।