ଆଙ୍କରା: ତୁର୍କୀରେ ଗତକାଲି ରାତିରେ ସେନାର ଏକ ଗୋଷ୍ଠୀ ବିଦ୍ରୋହ କରିଥିବା ଅଭିଯୋଗ ହୋଇଛି। ଏହି ବିଦ୍ରୋହରେ ୧୯୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ପେଶାଲ ଫୋର୍ସ ହେଡକ୍ୱାର୍ଟର ଉପରେ ହେଲିକପ୍ଟର ଆକ୍ରମଣରେ ମଧ୍ୟ ୧୭ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି।
ଏହି ଘଟଣାରେ ୨୮୦୦ ଲୋକଙ୍କୁ ଗିରଫ କରାଯାଇଛି।
ରାଜରାସ୍ତାରେ ସେନା ଟ୍ୟାଙ୍କ ପଇଁତରା ମାରିବା ସହ ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍, ବିମାନବନ୍ଦର ଓ ରେଳଷ୍ଟେସନ ଗୁଡିକ ନିୟନ୍ତ୍ରଣ ଥିବା ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।
ତୁର୍କୀ ରାଷ୍ଟ୍ରପତି ଏର ଡୋଗାନ୍ ଆଜି ଇସ୍ତାନବୁଲରେ ପହଞ୍ଚି କହିଛନ୍ତି,“ସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ବିଦ୍ରୋହ ଅସଫଳ ହୋଇଛି। ଦେଶର ଶାସନ ନିୟନ୍ତ୍ରଣରେ ଅଛି। ଦେଶବାସୀ ସୁରକ୍ଷିତ ରହିଛନ୍ତି। ଯେଉଁମାନେ ଏପରି କାଣ୍ଡ କରିଛନ୍ତି ସେମାନଙ୍କୁ ଚରମ ଦଣ୍ଡ ବିଧାନ କରାଯିବ।”
ଦେଶରେ ବିଶୃଙ୍ଖଳା ସୃଷ୍ଟି ଲାଗି ସେ ଆମେରିକାରେ ରହୁଥିବା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଫେହତୁଲ୍ଲା ଗୁଲେନ୍ଙ୍କ ଉପରେ ଦୋଷାରୋପ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଶାଲ ଶୋଭାଯାତ୍ରା ବେଳେ ଅଘଟଣ; ନିଆଁ ଲାଗି ୫୦ ଗୁରୁତର
ଜଳୁଥିବା ମଶାଲରୁ ତେଳ ପଡ଼ିବା ହେତୁ ତାହା ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏପରି ଏକ ଅଘଟଣରେ ପ୍ରାୟ ୫୦ରୁ ଲୋକ ଗୁରୁତର ହୋଇଛନ୍ତି।
National
ଚଳନ୍ତା ଆମ୍ବୁଲାନ୍ସରେ ନାବାଳିକାଙ୍କୁ ଦୁଷ୍କର୍ମ, ଭଉଣୀଭିଣୋଇ ଷଡଯନ୍ତ୍ରରେ ସାମିଲ
ଚଳନ୍ତା ଆମ୍ବୁଲାନ୍ସରେ ଦୁଷ୍କର୍ମର ଶିକାର ହେଲେ ନାବାଳିକା। ଆମ୍ବୁଲାନ୍ସର ହେଲପର ଘଟାଇଲେ ଏପରି କଳା କାରନାମା। ଆଉ ଏଥିରେ ସହଯୋଗ କଲେ ନାବାଳିକାଙ୍କ ଭଉଣୀଭିଣୋଇ।
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।