ଟୋକିଓ: ଜାପାନ୍ ତଟବର୍ତ୍ତୀ ଅଞ୍ଚଳରେ ୨ ଆମେରିକୀୟ ଯୁଦ୍ଧ ବିମାନ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ଅଭ୍ୟାସ ଚାଲୁ ରଖିଥିବାବେଳେ ଘଟିଥିବା ଦୁର୍ଘଟଣା କାରଣରୁ ୬ ଜଣ ଆମେରିକୀୟ ନୌବାହିନୀ ସଦସ୍ୟ ନିଖୋଜ ଅଛନ୍ତି।
ଜାପାନ ପକ୍ଷରୁ ପୂର୍ଣ୍ଣ ସହଯୋଗ ଯୋଗାଇଦିଆଯାଇଛି ଏବଂ ୭ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ଜଣେ ଉଦ୍ଧାର ହୋଇପାରିଛନ୍ତି। ବର୍ତ୍ତମାନ ମଧ୍ୟ ଖୋଜିବା ପ୍ରକ୍ରିୟା ଏବଂ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ଜାପାନ ଏବଂ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି।
ସ୍ଥାନୀୟ ସମୟ ଭୋର ୨ଟା ବେଳକୁ ଏହି ଘଟଣା ଘଟିଥିଲା। ଜାପାନ ତଟବର୍ତ୍ତୀ ଅଞ୍ଚଳରୁ ୩୨୨ କିଲୋମିଟର ଦୂର ଅଞ୍ଚଳରେ ଘଟିଛି।
ଦୁଇଟି ବିମାନ ମଧ୍ୟରୁ କେସି-୧୩୦ ହରକ୍ୟୁଲେସ୍ ଇନ୍ଧନ ଭର୍ତ୍ତି ବିମାନ ହୋଇଥିବାବେଳେ ଏଫ/ଏ-୧୮ ହର୍ଣ୍ଣେଟ୍ ଫାଇଟର ଜେଟ୍ ଥିଲା। ଏହା ଇୱାକୁନି ଏୟାର ଷ୍ଟେସନ୍ରୁ ଉଡ଼ାଣ ଭରିଥିଲା ଏବଂ ଅଭ୍ୟାସ ଚାଲୁ ରଖିଥିଲା।
ଉଦ୍ଧାର କାର୍ଯ୍ୟରେ ଜାପାନ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ଦୁର୍ଘଟଣା ପଛର କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।