ପୁଣେ: ଗୁରୁବାର ପୁଣେର କଲେଜ୍ ଅଫ୍ ମିଲିଟାରୀ ଇଞ୍ଜିନିୟରିଂ (ସିଏମ୍ଇ) ପୋଲ ତିଆରି ତାଲିମ ସମୟରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ଖାଡ୍କିସ୍ଥିତ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣାରେ ଗୁରୁତର ଆହତ ୨ ଜଣ ହସ୍ପିଟାଲରେ ହିଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୮ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
ଭୋସାରୀ ପୁଲିସ୍ ଷ୍ଟେସନ୍ର ଇନ୍ସିପେକ୍ଟର ଶଙ୍କର ଅଭାଟାଡେ କହିଛନ୍ତି, ଏହି ଘଟଣା ଗୁରୁବାର ମଧ୍ୟାହ୍ଣରେ ଘଟିଛି। ତାଙ୍କୁ କଲେଜ୍ ଅଫ୍ ମିଲିଟାରୀ ଇଞ୍ଜିନିୟରିଂ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଥିଲା। କଲେଜ୍ ପରିସରରେ ସବୁଦିନ ପରି ପୋଲ ନିର୍ମାଣ ଅଭ୍ୟାସ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତ ଦୁଇ ଯବାନ କେରଳର ସଞ୍ଜୀବନ ପିକେ ଏବଂ ମହାରାଷ୍ଟ୍ରର ୱାଘମୋଡେ ବୋଲି ଜଣାପଡ଼ିଛି। ଇନ୍ସିପେକ୍ଟର କହିଛନ୍ତି ଘଟଣାସ୍ଥଳ ଏବଂ ମୃତ ଯବାନଙ୍କ ତନଖି କରିବା ପରେ ମୃତ ଶରୀର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହିଟ୍ ଆଣ୍ଡ ରନ୍: ବିଏମ୍ଡବ୍ଲୁ ଧକ୍କାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ
ବାଇକ୍ରେ ଯାଉଥିବା ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ଦ୍ରୁତ ଗତିରେ ଆସି ଏକ ବିଏମ୍ଡବ୍ଲୁ କାର୍ ପଛପଟୁ ଧକ୍କା ଦେଇଥିଲା। ଫଳରେ ୧୦୦ ମିଟର ଦୂରକୁ ସେ ଛିଟିକି ପଡିଥିଲେ।
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।