ଜମ୍ମୁ କଶ୍ମୀରରେ ଅନୁପ୍ରବେଶ ଜାରି, ୨ ଆତଙ୍କୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏ ନେଇ କଶ୍ମୀର ଜୋନ୍ ପୁଲିସ ସୂଚନା ଦେଇଛି।
#Update One unidentified terrorist killed in an encounter with police and security forces at Wanigam Payeen Kreeri area of Baramulla. The operation is still on: Kashmir Zone Police https://t.co/NJsJVJTTml
— ANI (@ANI) December 24, 2020
ମୃତ ଆତଙ୍କବାଦୀର ପରିଚୟ ପୁଲିସ ଖୋଜୁଥିବା ସୂଚନା ରହିଛି। ବାରମୁଲା ଜିଲ୍ଲାର କରିରି କ୍ଷେତ୍ରରେ ଥିବା ବନିଗାମ ପାଇନରେ ଆଜି ସକାଳେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମିୟ ହୋଇଥିଲା। ଆତଙ୍କବାଦୀ ଲୁଚି ଥିବା ନେଇ ପୁଲିସ ସୂଚନା ପାଇବା ପରେ ସୁରକ୍ଷାବଳୟ ସହିତ ମିଶି ପୁଲିସ ସର୍ଚ୍ଚ ଅପରେସନ କରିଥିଲା ବୋଲି ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।