କୋଲକାତା: ପଶ୍ଚିମବଙ୍ଗରେ ଥମୁନି ହିଂସା। ଉତ୍ତର-୨୪ ପ୍ରଙ୍ଗଣ ଜିଲ୍ଲାର କାଙ୍କୀନାରାରେ ଆଜି ପୁଣି ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ତେବେ ଏହି ମୃତକମାନେ ଟିଏମସି କର୍ମୀ ବୋଲି ଜଣାପଡ଼ିଛି। ସେହିପରି ରବିବାର ଓ ସୋମବାର ମଧ୍ୟ ବିଜେପି ଓ ଆରଏସଏସର ଦୁଇ କର୍ମୀଙ୍କ ମୃତ ଦେହ ଉଦ୍ଧାର ହୋଇଛି।
ସ୍ଥାନୀୟ ବାସିନ୍ଦା କହିଛନ୍ତି ଦୁର୍ବୃତ୍ତମାନଙ୍କୁ ସେମାନେ ଚିହ୍ନି ନାହାନ୍ତି। ବୋମା ପକାଇ ହଠାତ୍ ସେମାନେ ପଳାଇଥିଲେ। ବୋମା ବିସ୍ଫୋରଣ ସ୍ଥାନରେ କିଛି ଦିନ ହେବ ଚୋରି ହେଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ତାଙ୍କୁ ସୁରକ୍ଷା ଯୋଗାଇ ଦେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
West Bengal: Two people killed, four injured in an explosion in Kankinara area (North 24 Parganas) last night. Locals says, "Unidentified miscreants lobbed a crude bomb last night. We are scared. There also have been robberies in the area. Demand administration to help us." pic.twitter.com/VxIdl3gAAs
— ANI (@ANI) June 11, 2019
ପଶ୍ଚିମବଙ୍ଗରେ ଶନିବାର ରାତିଠାରୁ ସୋମବାର ରାତି ପର୍ଯ୍ୟନ୍ତ ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର ହୋଇଥିବା ସୂଚନା ରହିଛି।
ଗତ ଶୁକ୍ରବାର ଦିନ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ହୋଇଥିବା ବଶିରହାଟ ହିଂସା ଘଟଣାକୁ ବିରୋଧ କରି ବିଜେପି ଗତକାଲି ୧୨ ଘଣ୍ଚିଆ ବନ୍ଦ ପାଳନ କରିଥିଲା। ବଶିରହାଟରେ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ବେଳେ ପଶ୍ଚିମବଙ୍ଗର ଅନ୍ୟ ସ୍ଥାନ ଗୁଡ଼ିକରେ କଳାଦିବସ ପାଳନ କରିଥିଲା ବିଜେପି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।