ଲଣ୍ଡନ: ଇରାକ ଓ ସିରିୟାରେ ଆତଙ୍କ ରାଜ ଚଳାଇଥିବା ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ଗତ ଦୁଇ ବର୍ଷରେ ୪,୦୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ଇଂଲଣ୍ଡ ସ୍ଥିତ ସିରିୟାନ୍ ଓବଜରଭେଟୋରି ଫର୍ ହ୍ୟୁମାନ୍ ରାଇଟ୍ସ ନାମକ ସଂସ୍ଥା ଏହି ତଥ୍ୟ ପ୍ରଦାନ କରିଛି।
ଏହି ସଂସ୍ଥା ପକ୍ଷରୁ କୁହାଯାଇଛି, ୨୦୧୪ ଜୁନ୍ ମାସରେ ଆଇଏସ୍ ଗଠନ ହୋଇଥିଲା। ଏହା ପରଠାରୁ ଏହି ଆତଙ୍କବାଦୀ ସଂଗଠନ ମୁଣ୍ଡକାଟି, ଗୁଳି କରି ଓ ପଥର ମାଡ଼ କରି ଲୋକମାନଙ୍କୁ ହତ୍ୟା କରିଛି। ଏପରିକି ବଡ଼ କୋଠାରୁ ଫୋପାଡ଼ି ଓ ନିଆଁରେ ପୋଡ଼ି ବି ଲୋକଙ୍କୁ ହତ୍ୟା କରିଛି । ଗତ ୨୨ ମାସ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନ ଏଭଳି ଭାବେ ମୋଟ ୪,୧୪୪ ଲୋକଙ୍କୁ ହତ୍ୟା କରିଛି।
ଏହା ସହିତ ଏହି ଆତଙ୍କବାଦୀ ସଂଗଠନ ଦ୍ୱାରା ସିରିୟା ଲୋକଙ୍କ ବିରୁଦ୍ଧରେ ସଂଘଟିତ କରାଯାଉଥିବା ହିଂସାକୁ ରୋକିବା ପାଇଁ ସଂସ୍ଥା ତରଫରୁ ଜାତିସଂଘକୁ ଅନୁରୋଧ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।