ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ପତ୍ନୀ ବର୍ତ୍ତମାନ ଶିବସେନାର ମୁଖପତ୍ର ସାମ୍ନାର ସମ୍ପାଦକ ଦାୟିତ୍ୱ ନେବେ। ଅର୍ଥାତ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକ୍ରେଙ୍କ ବୋହୂ ରଶ୍ମି ଠାକ୍ରେ ସାମ୍ନାର ଦାୟିତ୍ୱ ନେବେ।
ସାମ୍ନା ବ୍ୟତୀତ ଦୋପହର କା ସାମ୍ନା ମଧ୍ୟ ପ୍ରବୋଧନ ପ୍ରକାଶନ ଦ୍ୱାରା ପ୍ରକାଶିତ। ଏହା ଶିବସେନାର ମୁଖପତ୍ର ବୋଲି ପୂର୍ବରୁ ବେଶ ଚର୍ଚ୍ଚା ହୁଏ। ତେବେ ରବିବାର ଏଭଳି ନୂଆ ଘୋଷଣା ଆସିଛି। ଦୁଇ ଖବରକାଗଜରେ ଏ ବିଷୟରେ ଗ୍ରୁପ୍ ପବ୍ଲିଶର ରାଜେନ୍ଦ୍ର ଏମ୍ ଭଗୱତଙ୍କ ସହ ସୁଭାଷ ଆର ଦେଶାଇ ଏବଂ ଲୀଳାଧର ବି ଡେକ୍ ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦଳର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ସଞ୍ଜୟ ରାଉତ କାର୍ଯ୍ୟନିର୍ବାହୀ ସମ୍ପାଦକ ଦାୟିତ୍ୱ ତୁଲାଇବା ଜାରି ରଖିବେ। ସେ ପୂର୍ବବତ୍ ସମ୍ପାଦକୀୟ ମଧ୍ୟ ଲେଖିବେ। ତେବେ ରଶ୍ମିଙ୍କ ଭୂମିକା ବାବଦରେ ବିଶେଷ କିଛି କୁହାଯାଇନାହିଁ। ୧୯୮୩ ମସିହା ଜାନୁଆରୀ ୨୩ରେ ମରାଠୀ ଖବରକାଗଜ ‘ସାମ୍ନା’ ପ୍ରକାଶ ପାଇଥିଲା। ଏହାର ୧୦ ବର୍ଷ ଏକ ମାସ ପରେ ‘ଦୋପହର କା ସାମ୍ନା’ ପ୍ରକାଶିତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
SpaDeX ମିଶନର ସଫଳ ଉତକ୍ଷେପଣ, ଚନ୍ଦ୍ରଯାନ-୪ ଓ ଗଗନଯାନ ପାଇଁ ବାଟ ଫିଟିଲା
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ।
Politics
‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ
କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।
National
୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା
କାର ଭିତରୁ ୧୧ କୋଟି ଟଙ୍କା ଓ ୫୨ କେଜି ଓଜନର ସୁନା ବିସ୍କୁଟ ଜବତ କରିଥିଲା। କୁହାଯାଉଛି ଏହି ଆଖି ଖୋସି ହେବା ଭଳି ସମ୍ପତ୍ତି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସୌରଭ ଶର୍ମା। ୩ ତଦନ୍ତକାରୀ ସଂସ୍ଥା ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ତାଙ୍କ ସମ୍ପର୍କରେ କୌଣସି ଟେର୍ ପାଇନାହାନ୍ତି।
Politics
ହାଇଦ୍ରାବାଦ ଦଳାଚକଟା ଘଟଣା: 'ଆଇନ ଆଗରେ ସମସ୍ତେ ସମାନ' କହିଲେ ପୱନ କଲ୍ୟାଣ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଉଚିତ ବୋଲି ଦର୍ଶାଇଛନ୍ତି ପୱନ କଲ୍ୟାଣ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ କଲେ ପ୍ରଶଂସା।
Politics
ରାହୁଲ ଗାନ୍ଧିଙ୍କ ଭିଏତନାମ ଟ୍ରିପକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ
ମନମୋହନ ସିଂହଙ୍କ ଅସ୍ତିକୁ ସଂଗ୍ରହ ପାଇଁ ଗାନ୍ଧି ପରିବାରର କେହି ଉପସ୍ଥିତ ନଥିବାରୁ ଦିନକ ତଳେ ବିଜେପି ଏହା ଉପରେ ପ୍ରଶ୍ନ ଉଠାଇଥିଲା।