୨୫ ସ୍କୁଲରୁ ଦରମା ନେଉଥିବା ଶିକ୍ଷୟିତ୍ରୀ ଗିରଫ୍

ଲକ୍ଷ୍ନୌ: ଗିରଫ ହେଲେ ଶିକ୍ଷୟିତ୍ରୀ ଅନାମିକା ଶୁକ୍ଳା। ଗୋଟିଏ ସ୍କୁଲରେ ଚାକିରି କରି ୨୫ଟି ସ୍କୁଲରୁ ଦରମା ନେଉଥିବା ଅଭିଯୋଗ ରହିଛି ଉତ୍ତର ପ୍ରଦେଶର ଏହି ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ନାମରେ। ଫେବୃଆରୀ ମାସ ଯାଏ ଅନାମିକା ଶୁକ୍ଳା ନାମକ ଶିକ୍ଷୟିତ୍ରୀ ଜଣଙ୍କ ଦରମା ବାବଦରେ ମାସିକ କୋଟିଏ ଟଙ୍କା ପାଉଥିଲେ। ଦରମା ବନ୍ଦ କରି ଉତ୍ତର ପ୍ରଦେଶ ପ୍ରଶାସନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଜି ଅନାମିକା ଶୁକ୍ଳା ନିଜ ଇସ୍ତଫା ପତ୍ର ଅନ୍ୟ ଜଣଙ୍କ ହାତରେ […]

teacher

teacher

Subhransu Sekhar
  • Published: Saturday, 06 June 2020
  • Updated: 06 June 2020, 07:21 PM IST

Sports

Latest News

ଲକ୍ଷ୍ନୌ: ଗିରଫ ହେଲେ ଶିକ୍ଷୟିତ୍ରୀ ଅନାମିକା ଶୁକ୍ଳା। ଗୋଟିଏ ସ୍କୁଲରେ ଚାକିରି କରି ୨୫ଟି ସ୍କୁଲରୁ ଦରମା ନେଉଥିବା ଅଭିଯୋଗ ରହିଛି ଉତ୍ତର ପ୍ରଦେଶର ଏହି ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ନାମରେ। ଫେବୃଆରୀ ମାସ ଯାଏ ଅନାମିକା ଶୁକ୍ଳା ନାମକ ଶିକ୍ଷୟିତ୍ରୀ ଜଣଙ୍କ ଦରମା ବାବଦରେ ମାସିକ କୋଟିଏ ଟଙ୍କା ପାଉଥିଲେ। ଦରମା ବନ୍ଦ କରି ଉତ୍ତର ପ୍ରଦେଶ ପ୍ରଶାସନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଆଜି ଅନାମିକା ଶୁକ୍ଳା ନିଜ ଇସ୍ତଫା ପତ୍ର ଅନ୍ୟ ଜଣଙ୍କ ହାତରେ ପ୍ରଶାସନ ପାଖକୁ ପଠାଇଥିଲେ। ଏହାପରେ ସେହି ବ୍ୟକ୍ତି ଜଣଙ୍କୁ ପୁଲିସ ଅଟକ ରଖିବା ସହିତ ରାସ୍ତାରୁ ଶିକ୍ଷୟିତ୍ରୀଙ୍କୁ ଗିରଫ୍ କରିଛି।

ଅନାମିକା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ। ହେଲେ ତାଙ୍କ ଦରମା କୋଟିଏ ଟଙ୍କା। ତେର ମାସ ଧରି ରାଜ୍ୟ ସରକାର ତାଙ୍କ ଆକାଉଣ୍ଟରେ ମାସକୁ କୋଟିଏ ଟଙ୍କା ଦରମା ବାବଦରେ ଜମା କରିଛନ୍ତି। ଏହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରୁଥିବ।

ତେବେ ଏହାପଛରେ ଥିବା କାରଣ ସେତେବେଳେ ଜଣାପଡ଼ିଲା ଯେତେବେଳେ ରାଜ୍ୟ ସରକାର ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କର ଡିଜିଟାଲ ଡାଟା ବେସ ତିଆରି କଲେ। ଏଥିରୁ ଜଣାପଡ଼ିଲା ଅନାମିକା ଶୁକ୍ଳାଙ୍କ ନାମ ରାଜ୍ୟର ଭିନ୍ନ ଭିନ୍ନ ୨୫ଟି ଜଲ୍ଲାରେ ଥିବା କସ୍ତୁରବା ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ ନିୟୋଜିତ ଅଛନ୍ତି। ଏହା ଜଣାପଡ଼ିବା ମାତ୍ରେ ସରକାର ନିଜ ତ୍ରୁଟି ସୁଧାରିଛନ୍ତି ଏବଂ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନାମିକା ଶୁକ୍ଳାଙ୍କ ମାସିକ ଦରମା ହେଉଛି ୩୦ ହଜାର ଟଙ୍କା। କିନ୍ତୁ ୨୦୨୦ ଫେବୃଆରୀ ସୁଦ୍ଧା ୧୩ ମାସ ଧରି ତାଙ୍କ ଆକାଉଣ୍ଟରେ କୋଟିଏ ଲେଖାଏଁ ଟଙ୍କା ଦରମା ଆକାରରେ ଜମା ହେଉଥିଲା। ଖାଲି ଏତିକି ନୁହେଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରେରଣା ଉପସ୍ଥାପନ ପୋର୍ଟାଲରେ ମଧ୍ୟ ତାଙ୍କର ଉପସ୍ଥାପନ ୨୫ଟି ସ୍କୁଲରେ ସଠିକ ଭାବରେ ପଡ଼ୁଥିଲା। ଏହା ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଆଶ୍ଚର୍ଯ୍ୟ କରିଛି। ଏହାର ତଦନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos