ନ୍ୟୁୟର୍କ: ଜାତିସଂଘ ସୁରକ୍ଷା ପରିଷଦରେ ଯୋଗ ଦେବା ପାଇଁ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫଙ୍କୁ ଭିସା ଦେଇନି ଆମେରିକା। ଚଳିତ ସପ୍ତାହରେ ଆମେରିକାର ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ରହିଛି। ଆମେରିକାର ଏହି ନିଷ୍ପତ୍ତି ପରେ ଚୀନ ଇରାନ୍ ପାଇଁ ଓକିଲାତି କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଯୋଗ ଦେବା ପାଇଁ ଭିସା ଦେବାକୁ ଚୀନ ଆମେରିକାକୁ ଆହ୍ୱାନ କରିଛି।
ସୋମବାର ଜରିଫ କହିଥିଲେ, ଚଳିତ ସପ୍ତାହରେ ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ରହିଛି। ହେଲେ ଆମେରିକା ପକ୍ଷରୁ ଭିସା ମିଳିନାହିଁ। ଏହି ବୈଠକରେ ଇରାନ ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିଥିବା ବାବଦରେ ଆଲୋଚନା କରିଥାନ୍ତା।
ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିସା ନଦେବା ପ୍ରସଙ୍ଗରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଞ୍ଜ ଶୁଆଙ୍ଗ କହିଛନ୍ତି, ଆମେରିକା ଜାତିସଂଘ ସୁରକ୍ଷା ପରିଷଦ ବୈଠକର ଆୟୋଜକ। ତେଣୁ ଆୟୋଜକ ଦେଶ ଭାବରେ ଇରାନ ବୈଦେଶିକ ମନ୍ତ୍ରୀଙ୍କୁ କିଭଳି ଭିସା ଦିଆଯିବା ତାହା ଆମେରିକାର ଦାୟିତ୍ୱ। ତେଣୁ ଆମେରିକା ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିସା ଦେବା ଦରକାର ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହ ୩ ତାରିଖ ବିଳମ୍ୱିତ ରାତିରେ ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଇରାନର ମେଜେର ଜେନେରାଲ ଯାଉଥିଲେ। ଏହି ସମୟରେ ଆମେରିକ ଏୟାର ଷ୍ଚ୍ରାଇକ ଯୋଗେ ତାଙ୍କୁ ହତ୍ୟା କରିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।