ନୂଆ କୃଷି ଆଇନକୁ ଆଉଏକ ରାଜ୍ୟର ସମର୍ଥନ
ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଷୀଙ୍କ ଜୋରଦାର ବିରୋଧ ପ୍ରଦର୍ଶନର ସାମ୍ନା କରୁଥିବା କେନ୍ଦ୍ର ସରକାରଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହରିୟାଣା ପରେ ଏବେ ଉତ୍ତରାଖଣ୍ଡ ଚାଷୀମାନେ ମଧ୍ୟ କୃଷି ଆଇନକୁ ସମର୍ଥନ କରିଛନ୍ତି। ରବିବାର ଉତ୍ତରାଖଣ୍ଡର ଚାଷୀଙ୍କ ପ୍ରତିନିଧି ଦିଲ୍ଲୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସାକ୍ଷାତ କରି କୃଷି ଆଇନକୁ ସମର୍ଥନ କରିଛନ୍ତି। ଏହି ଅବସରରେ କୃଷି ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଓ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେୟ ଉପସ୍ଥିତ ଥିଲେ।
ବୈଠକ ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର କହିଛନ୍ତି, ‘ଆଜି ଉତ୍ତରାଖଣ୍ଡର ଚାଷୀମାନେ ମୋ ସହ ସାକ୍ଷାତ କରିବା ପରେ କୃଷି ଆଇନକୁ ସମର୍ଥନ କରିଛନ୍ତି। ସେମାନେ ଏହି ଆଇନକୁ ଭଲଭାବେ ବୁଝିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ନିଜର ବିଚାର ରଖିବା ସହ ନୂଆ ଆଇନକୁ ସମର୍ଥନ କରିଛନ୍ତି।’
Today farmers from Uttarakhand met me in support of the #FarmLaws. I would like to thank the farmers who understood the laws, expressed their views and supported it: Union Agriculture Minister Narendra Singh Tomar. https://t.co/utiJh3L6Vp pic.twitter.com/u2vQB2fAPc
— ANI (@ANI) December 13, 2020
ଏହା ପୂର୍ବରୁ ରବିବାର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଓ ସୋମପ୍ରକାଶ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଥିଲେ। ଏମାନଙ୍କ ସହ ପଞ୍ଜାବର ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ତୋମାର, ସୋମପ୍ରକାଶ ଓ ପୀୟୂଷ ଗୋୟଲ ପ୍ରଦର୍ଶନକାରୀ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାରଙ୍କ ନେତୃତ୍ୱ ନେଇଥିଲେ।
ସୂଚନାଯୋଗ୍ୟ, ଗତ ୧୮ ଦିନ ଧରି ପଞ୍ଜାବ-ହରିୟାଣା ଏବଂ ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟର ଚାଷୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଛନ୍ତି। ଚାଷୀ ସେମାନଙ୍କର ଦାବିକୁ ନେଇ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।