ସଂସଦରେ ଉଠିଲା ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ପ୍ରସଙ୍ଗ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି। ଆଜି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ମାତ୍ରେ ବିରୋଧ ଦଳଗୁଡ଼ିକ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ପ୍ରସଙ୍ଗ ଉଠାଇଥିଲେ ଓ ଏଥିଯୋଗୁଁ ଗୃହକାର୍ଯ୍ୟରେ ବାଧା ଉପୁଜିଥିଲା। କଂଗ୍ରେସ ପକ୍ଷରୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯାଇ ସରକାର ବିରୋଧୀ ନାରା ଦିଆଯାଇଥିଲା। ରାଜ୍ୟସଭାରେ ଦଳୀୟ ସାଂସଦମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ପ୍ରତିବାଦ ଜଣାଇଥିଲେ। ସେହିପରି ଲୋକସଭାରେ ଦଳର ନେତା ମଲ୍ଲିକାର୍ଜୁନ […]

parlliament

parlliament

Rakesh Mallick
  • Published: Monday, 25 April 2016
  • Updated: 25 April 2016, 08:28 AM IST

Sports

Latest News

parlliamentନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି। ଆଜି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ମାତ୍ରେ ବିରୋଧ ଦଳଗୁଡ଼ିକ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ପ୍ରସଙ୍ଗ ଉଠାଇଥିଲେ ଓ ଏଥିଯୋଗୁଁ ଗୃହକାର୍ଯ୍ୟରେ ବାଧା ଉପୁଜିଥିଲା।

କଂଗ୍ରେସ ପକ୍ଷରୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯାଇ ସରକାର ବିରୋଧୀ ନାରା ଦିଆଯାଇଥିଲା। ରାଜ୍ୟସଭାରେ ଦଳୀୟ ସାଂସଦମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ପ୍ରତିବାଦ ଜଣାଇଥିଲେ। ସେହିପରି ଲୋକସଭାରେ ଦଳର ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଧାରଣା ଦେଇଥିଲେ।

ଲୋକସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଖଡ୍‌ଗେ କହିଥିଲେ,“ଏହା (ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି) ହେଉଛି ଗଣତନ୍ତ୍ରର ହତ୍ୟା।” ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁଲତବି ପ୍ରସ୍ତାବ ଆଣିବାକୁ ସେ ବାଚସ୍ପତି ସୁମିତ୍ରା ମହାଜନଙ୍କୁ କହିଥିଲେ।

ଏହି ପ୍ରସଙ୍ଗରେ କଂଗ୍ରେସକୁ ଜେଡି(ୟୁ) ଓ ଆପ୍‌ର ସାଂସଦମାନେ ସମର୍ଥନ କରିଥିଲେ। କଂଗ୍ରେସ ସାଂସଦମାନଙ୍କ ସହିତ ସେମାନେ ବି ଗୃହର ମଧ୍ୟଭାଗୁ ଚାଲି ଆସି ପ୍ରତିବାଦ ଜଣାଇଥିଲେ। ଖଡ୍‌ଗେଙ୍କୁ କହିବାକୁ ଅନୁମତି ଦେବାକୁ ଦାବି କରି ଆପ୍ ସାଂସଦ ଭଗୱନ୍ତ ମନ ବାରମ୍ବାର ଟେବୁଲ୍ ବାଡ଼େଇ ଥିଲେ।

ବାଚସ୍ପତି କହିବାକୁ ଅନୁମତି ନ ଦେବାରୁ ଖଡ୍‌ଗେ ଗୃହର ମଧ୍ୟଭାଗକୁ ଚାଲି ଯାଇ ସେଠାରେ ଧାରଣାରେ ବସିଥିଲେ। କଂଗ୍ରେସର ଅନ୍ୟ ସାଂସଦମାନେ ସରକାର ବିରୋଧୀ ସ୍ଲୋଗାନ୍ ଦେଇଥିଲେ। କଂଗ୍ରେସ ସାଂସଦମାନେ “ଏକଛତ୍ରବାଦୀ ଶାସନ ବନ୍ଦ କର”,“ମୋଦି ସରକାର ହୋସ୍‌କୁ ଆସ” ଆଦି ନାରା ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀ ମଧ୍ୟ ଦଳର ଏହି ପ୍ରତିବାଦରେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରିକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟ ରାଷ୍ଟ୍ରପତି ଶାସନକୁ ରଦ୍ଦ କରିବାର ଦିନକ ପରେ ସୁପ୍ରିମ୍‌କୋର୍ଟ ଏହା ଉପରେ ସ୍ଥଗିତା ଦେଶ ଜାରି କରିଛନ୍ତି। ଫଳରେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ରହିଛି। ଏନେଇ ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୨୭ ତାରିଖରେ ହେବ। କଂଗ୍ରେସର କିଛି ବିଧାୟକ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ସେଠାରେ ରାଜନୈତିକ ସଂକଟ ଦେଖାଯାଇଥିଲା। ଆଉ ଏହାକୁ ଦୃଷ୍ଟିରେ ଦେଖି କେନ୍ଦ୍ର ସରକାର ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story