ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭାରେ ଆଜି ସରିଛି ଆସ୍ଥା ଭୋଟ୍ । ଏଥିରେ ବିଜୟୀ ହେବା ନେଇ ଆଶାବାଦୀ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାୱତ୍। ହରୀଶ ଦାବି କରିଛନ୍ତି ଯେ ତାଙ୍କ ସପକ୍ଷରେ ୩୪ ସଦସ୍ୟଙ୍କ ସମର୍ଥନ ରହିଛି। ୭୦ ଆସନ ବିଶିଷ୍ଟ ବିଧାନସଭାରେ ଆଜି ୬୧ ଜଣ ସଦସ୍ୟ ଭୋଟ୍ ଦେଇଥିଲେ। ଆସ୍ଥାଭୋଟ୍ ପାଇଁ ଆଜି ଦୁଇଘଣ୍ଟା ପାଇଁ ରାଷ୍ଟ୍ରପତି ଶାସନକୁ ପ୍ରତ୍ୟାହର କରି ନିଆଯାଇଥିଲା। ଆସ୍ଥା ଭୋଟ୍ ସମୟରେ ସମସ୍ତ କାର୍ଯ୍ୟଧାରା ରେକର୍ଡ କରି ସୁପ୍ରିମ୍କୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଛି। ଆସନ୍ତାକାଲି ସୁପ୍ରିମ୍କୋର୍ଟରେ ଆସ୍ଥାଭୋଟ ଫଳାଫଳ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ ପରେ କୋର୍ଟ ଏ ନେଇ ବିଧିବଦ୍ଧ ଘୋଷଣା କରିବେ। ଅନ୍ୟପକ୍ଷରେ ବିଏସ୍ପିର ଦୁଇ ବିଧାୟକ ହରୀଶ ରାୱତଙ୍କ ସପକ୍ଷରେ ଭୋଟ୍ ଦେଇଥିବା କହିଛନ୍ତି ବିଏସ୍ପି ସୁପ୍ରିମୋ ମୟାବତୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।