ଡେରାଡୁନ୍: ଉତ୍ତରାଖଣ୍ଡର କଂଗ୍ରେସ ନେତ୍ରୀ ଗୋଦାବରୀ ଥାପଲୀଙ୍କ ପୁଅ ବିକ୍ରାନ୍ତ ଜଣେ ଯୁବତୀଙ୍କୁ ମାରପିଟ୍ କରିବା ଓ ତାଙ୍କର ପୋଷାକ ଚିରି ଦେଇଥିବା ଅଭିଯୋଗ ହୋଇଛି। ଡେରାଡୁନର ଏକ ଥାନାରେ ଏନେଇ ଯୁବତୀ ଜଣଙ୍କ ମାମଲା ରୁଜୁ କରିଛନ୍ତି।
ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଗତକାଲି ବିକ୍ରାନ୍ତ ଥାପଲି ତାଙ୍କୁ କାରରେ ବସାଇ ରେସ୍କୋର୍ସ ଅଞ୍ଚଳକୁ ନେଇଥିଲେ। ସେଠାରେ ସେ ତାଙ୍କୁ ମାରପିଟ୍ କରିବା ସହ ଅଶାଳୀନ ବ୍ୟବହାର କରିଥିଲେ ଏବଂ ତାଙ୍କ ପୋଷାକ ଚିରି ଦେଇଥିଲେ।
ପୋଲିସ୍ କହିଛି, ଘଟଣାକୁ ଭଲ ଭାବରେ ଯାଞ୍ଚ କରାଯିବ। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।
ଅନ୍ୟ ପକ୍ଷରେ କଂଗ୍ରେସ ନେତ୍ରୀ ଗୋଦାବରୀ ଥାପଲୀ କହିଛନ୍ତି, “ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତାଙ୍କ ଭିତରେ ଭୁଲ ବୁଝାମଣା ହୋଇଛି। ଏହି ଘଟଣାକୁ ମଧ୍ୟ ପରିବାର ମଧ୍ୟରେ ସମାଧାନ କରାଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗିଲେ ଏକନାଥ ସିନ୍ଦେ
ବିଜେପି ହାଇକମାଣ୍ଡଙ୍କ କଥା ସିନ୍ଦେ ମାନିବେ ବୋଲି କହି ସାରିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାରର ସ୍ପଷ୍ଟ ହୋଇସାରିଛି।
Politics
ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତିର ବିଜୟ ହୋଇଛି। ହେଲେ ଏହାକୁ ଆରମ୍ଭରୁ ହିଁ ବିରୋଧୀ ଏମଭିଏ ବିରୋଧ କରି ଆସୁଛି।
National
ରାପ୍ପର ବାଦଶାହଙ୍କ କ୍ଲବ ଆଗରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଏହି ଗ୍ୟାଙ୍ଗଷ୍ଟର
ବିସ୍ଫୋରଣ ପଛର କାରଣ ଜଣପଡ଼ି ନଥିବା ବେଳେ ଏବେ ଏଥିପାଇଁ କାନାଡାରେ ରହିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ନିଜକୁ ଦାୟୀ କରିଛି।
National
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ଘରେ ଲଗାଇ ଦେଲେ ନିଆଁ, ପାଉଁଶ ହେବା ଯାଏ ଛିଡ଼ା ହୋଇ ରହିଲେ
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ସେ ଘରର ଜିନିଷ ଭଙ୍ଗା ରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି।
National
ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ
ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।