ମୁମ୍ବାଇ: ବାହାଦୁରି ଦେଖାଇବା ବରୁଣ ଧୱନଙ୍କୁ ମହଙ୍ଗା ପଡ଼ିଛି। ଟ୍ରାଫିକ୍ ନିୟମ ଭାଙ୍ଗି ରାସ୍ତରେ ସେଲଫି ନେଇ ଜରିମାନା ଭୋଗିଛନ୍ତି। ଏଥିପାଇଁ ମୁମ୍ବାଇ ଟ୍ରାଫିକ୍ ପୋଲିସ ତାଙ୍କ ପାଖରୁ ୬୦୦ ଟଙ୍କାର ଜରିମାନା ଆଦାୟ କରିଛି।
ଘଟଣାଟି ଏମିତି। ବରୁଣ ସଡ଼କ ଉପରେ ଜଣେ ଯୁବତୀଙ୍କ ସହ ସେଲଫି ନେଇଛନ୍ତି। ଯାହାକି ବିପଦପୂର୍ଣ୍ଣ ଥିଲା। ବରୁଣ ନିଜ କାର୍ରେ ଥିଲେ। କାର୍ ସହ ଏକ ଅଟୋ ମଧ୍ୟ ତାଳ ଦେଇ ଚାଲୁଥିଲା। ସେଥିରେ ଜଣେ ଯୁବତୀ ବସିଥିଲେ। ବରୁଣ ଚଳନ୍ତା କାର୍ ଭିତରୁ ଓ ଯୁବତୀ ଜଣକ ଅଟୋରୁ ମୁଣ୍ଡ ବାହରକରି ସେଲଫି ନେଇଥିଲେ।
ରାସ୍ତାରେ ଏପରି ବିପଦପୂର୍ଣ୍ଣ ଢଙ୍ଗରେ ସେଲଫି ଉଠାଇବାରୁ ପୋଲିସ୍ ମାମଲା ଜାରି କରିବା ସହ ଇ-ଚାଲାଣ ବରୁଣଙ୍କ ପାଖକୁ ପଠାଇଥିଲା। ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ‘ମୁଁ କ୍ଷମା ଚାହୁଁଛି, ହେଲେ ଆମ ଗାଡ଼ି ଚଳନ୍ତା ଅବସ୍ଥାରେ ନଥିଲା। ଟ୍ରାଫିକ୍ ସିଗନାଲ୍ରେ ଅଟକି ଥିଲା। ମୁଁ ମୋ ଫ୍ୟାନଙ୍କ ମନ ଦୁଃଖ କରିବାକୁ ଚାହୁଁ ନଥିଲି। ତେଣୁ ତାଙ୍କ ସହ ସେଲଫି ନେଇନେଲି। ଆଗକୁ ସୁରକ୍ଷା ପ୍ରତି ଧ୍ୟାନ ଦେବି।’