ମୁମ୍ବାଇ: ପୁଣିଥରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଅତ୍ୟନ୍ତ ଦୟନୀୟ ପରିବେଶ ମଧ୍ୟରେ ରଖାଯାଉଥିବା ଭିଡିଓରେ ପ୍ରମାଣିତ ହୋଇଛି।
ଯେଉଁଠି ଏକାଧିକ ମୃତଦେହକୁ ରଖାଯାଇଛି, ସେଇଠାରେ ହିଁ ଶହଶହ କରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି। ଏପରି ଆକ୍ରାନ୍ତଙ୍କ ସମ୍ପର୍କୀୟମାନେ ମଧ୍ୟ ସେହି ଶବ ରହିଥିବା ବେଡଗୁଡ଼ିକ ନିକଟରେ ବସି ରହି ନିଜ ପ୍ରିୟଜନଙ୍କ ଭଳମନ୍ଦ ପଚାରି ବୁଝୁଛନ୍ତି।
ମୁମ୍ବାଇର କେଇଏମ ହସ୍ପିଟାଲରେ ଏଭଳି ଘଟଣା ଘଟିଛି। ବିଜେପି ନେତା ନୀତେଶ ରାଣେ ଏକ ଭିଡିଓ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଏହି ଭିଡିଓଟି ଆଜି ସକାଳ ୭ଟା ବେଳର। କେଇଏମ ହସ୍ପିଟାଲରେ ରୋଗୀମାନଙ୍କୁ କେମିତି ଚିକିତ୍ସା ଯୋଗାଇ ଦିଆଯାଉଛି, ତାହା ଏହି ଭିଡିଓରୁ ପ୍ରାଣିତ ହେଉଛି।
ଯେଉଁଠି କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି, ସେଇଠାରେ ହିଁ ଶବ ଗୁଡ଼ିକ ରଖାଯାଇଛି। ଏଭଳି ଏକ ପରିବେଶରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବି ମୁଁ ଚିନ୍ତିତ। କ’ଣ ଏଠାରୁ କିଛି ଆଶା କରାଯାଇପାରେ କି?”
https://twitter.com/i/status/1259714085542940684
ଶିବସେନା ନେତା ଅନୀଲ ଦେଶାଇ କହିଛନ୍ତି, ଏହି ଘଟଣା ପାଇଁ କାହାକୁ ଦୋଷ ଦେବା ଠିକ ନୁହେଁ। ରୋଗୀଙ୍କ ସର୍ବାଧିକ ଯତ୍ନ ନିଆଯାଉଛି। ସୋଶାଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସମ୍ଭବତଃ ମୃତଦେହଗୁଡ଼ିକୁ ନେବା ସମୟର ହୋଇଥାଏ ପାରେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ସାରିଛି ବୋଲି ସେ କହିଛନ୍ତି।
ଏହାପୂର୍ବରୁ ମୁମ୍ବାଇ ସିଓନ ହସ୍ପିଟାଲରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।