ରିଙ୍ଗ୍ ଟୋନ୍‌ ସହ ତାଳ ଦେଇ ଡ୍ୟାନ୍ସ କରୁଛି ଚଢ଼େଇ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଆଜିର ଯୁବପିଢ଼ୀ ଇଣ୍ଟରନେଟ ସହ ଏତେ ମାତ୍ରାରେ ଜଡ଼ିତ ହୋଇଗଲେଣି ଯେ ରାତିକ ସମୟ ବି ସେମାନଙ୍କ ପାଇଁ ନିଅଣ୍ଟ ପଡ଼ିଯାଉଛି। କେହି କେହି ସକାଳ ପର୍ଯ୍ୟନ୍ତ ମଧ୍ୟ ମୋବାଇଲ ବ୍ୟବହାର କରୁଛନ୍ତି। ଡେରିରେ ଶେଇବା କାରଣରୁ ସକାଳୁ ଉଠିବା କଷ୍ଟକର ହୋଇଯାଏ।

ତେଣୁ ଶୀଘ୍ର ଉଠିବା ପାଇଁ ଆଲାରାମର ବ୍ୟବହାର କରାଯାଉଛି। ଏଥିପାଇଁ ମୋବାଇଲରେ ଥିବା ବିଭିନ୍ନ ପ୍ରକାରର ରିଙ୍ଗଟୋନକୁ ବ୍ୟବହାର କରାଯାଏ। ସେହି ରିଙ୍ଗଟୋନକୁ ନେଇ ଏକ ମଜାଳିଆ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସକାଳ ସମୟରେ ସୁଟିଙ୍ଗ ହୋଇଥିବା ଭଳି ମନେହେଉଛି।

ଏହି ଭିଡିଓଟିରେ ଗୋଟିଏ ଚଢ଼େଇ(ଧଳା ରଙ୍ଗର ଶୁଆ ଭଳି ଦେଖାଯାଉଛି) ବିଭିନ୍ନ ପ୍ରକାରର ରିଙ୍ଗ ଟୋନ୍‌ର ତାଳ ଦେଇ ନାଚୁଥିବାର ଦେଖିବାକୁ ମିଳୁଛି।

ଭିଡିଓଟିରେ ଜଣେ ବ୍ୟକ୍ତି ତାଙ୍କର ଫୋନରେ ଆଲାରାମ ରିଙ୍ଗ ଟୋନକୁ ପରିବର୍ତ୍ତନ କରୁଛନ୍ତି। ଟୋନ ବଦଳିବା ମାତ୍ରେ ଚଢ଼େଇଟି  ସମତାଳରେ ନାଚୁଛି।

ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ “ଠିକ ଅଛି, ଏହି ଚଢ଼େଇଟି ବିଭିନ୍ନ ଆଲାରାମ ରିଙ୍ଗ ଟୋନରେ ଏକାଧିକ ନୃତ୍ୟ କରିବା ନିଶ୍ଚିତ ଭାବରେ ଆକର୍ଷଣୀୟ ।”

ଭିଡିଓଟି ଟ୍ୱିଟରରେ ଶେୟାର ହେବାପରେ ଭାଇରାଲ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

ଆହୁରି ପଢ଼ନ୍ତୁ

ଏନସିବି ରାଡାରରେ କରଣ ଜୋହର, ଟ୍ୱିଟ୍ କରି କହିଲେ ମୋ ଘରେ ଡ୍ରଗ୍ସ ପାର୍ଟି ହୋଇନି

ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଲେ ମହିଳା, ଦୁଇ ଝିଅ ଗୁରୁତର

ସୋରିଷ ତେଲରେ ଅନ୍ୟାନ୍ୟ ତେଲ ମିଶ୍ରଣ ଉପରେ ଲାଗିଲା ରୋକ୍

‘ଟିକା ସମସ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ’

ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍, ବର୍ଷିଲା ଭାରତ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା