ଷଷ୍ଠ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ, ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସହିତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥ୍‌ରେ ମତଦାନ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ଯାଏ ଚାଲିବ। ଏହି ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ […]

vote

vote

Subhransu Sekhar
  • Published: Sunday, 12 May 2019
  • Updated: 12 May 2019, 12:44 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସହିତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥ୍‌ରେ ମତଦାନ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ଯାଏ ଚାଲିବ।

ଏହି ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଓ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଆଜି ମତଦାନ ଚାଲିଛି।

ପଶ୍ଚିମବଙ୍ଗରେ ସମସ୍ତ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଖାପାଖି ୭୭୦ଟି କେନ୍ଦ୍ରୀୟ ଫୋର୍ସ ୟୁନିଟ୍‌କୁ କେବଳ ପଶ୍ଚିମବଙ୍ଗରେ ମୁତ୍ତୟନ କରାଯାଇଥିବା ଜଣାପଡ଼ିଛି।

ଆଜି ଯେଉଁ ୫୯ଟି ଲୋକସଭା ଆସନ ପାଇଁ ମତଦାନ ହେଉଛି, ସେଥିରୁ ୨୦୧୪ରେ ୪୫ଟିରେ ବିଜେପି  ଜିତିଥିଲା। ସେହିପରି, ତୃଣମୂଳ କଂଗ୍ରେସ ୮ଟି, କଂଗ୍ରେସ ୨ଟି, ସମାଜବାଦୀ ପାର୍ଟି ଏବଂ ଲୋକଜନଶକ୍ତି ପାର୍ଟି ଗୋଟିଏ ଲେଖାଏ ଆସନ ଜିତିବାରେ ସକ୍ଷମ ହୋଇଥିଲା।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ, ଦିଲ୍ଲୀ ବିଜେପି ସଭାପତି ମନୋଜ ତିଓ୍ୱାରୀ, ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ସିଂହ ଯାଦବ ଓ ମାନେକା ଗାନ୍ଧିଙ୍କ ଭଳି ଚର୍ଚ୍ଚିତ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍ ହୋଇଯିବ।

ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା। ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ମେ ୧୯ରେ ସପ୍ତମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ରହିଛି। ୨୩ ତାରିଖରେ ଭୋଟ୍‌ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos