ଗୋବରରୁ ତିଆରି ହେଲା ଓ୍ୱାଲ୍ ପେଣ୍ଟ, ଗୋପାଳକଙ୍କ ପାଇଁ ରୋଜଗାର ସୁଯୋଗ
ନୂଆଦିଲ୍ଲୀ: ସବୁବେଳେ ନୂଆ ଚିନ୍ତାଧାରା ପାଇଁ ପରିଚିତ ମୋଦି ସରକାରର ମନ୍ତ୍ରୀ ନୀତୀନ ଗଡ଼କରୀ। ଏବେ ତାଙ୍କ ଅଧିନରେ ଥିବା ଖଦି ଗ୍ରାମଦ୍ୟୋଗ ବିଭାଗ ଏକ ଓ୍ୱାଲ ପେଣ୍ଟ ତିଆରି କରିଛି। ଯାହାକି ଗୋବରରୁ ତିଆରି ହୋଇଛି। ଗାଈ ଗୋବରରୁ ଏହି ପେଣ୍ଟ ପ୍ରସ୍ତୁତ ହେଉଥିବାରୁ ଏହା ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ବୋଲି ଜଣାପଡ଼ିଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି।
डिस्टेंपर और इमल्शन में आने वाला यह पेंट इको फ्रेंडली, नॅान टौक्सिक, एंटी बैक्टीरियल, एंटी फंगल और वॅाशेबल होगा और केवल चार घंटे में सुखेगा। इससे पशुधन रखने वाले किसानों को साल में 55 हजार रूपए की अतिरिक्त आमदनी होगी।
— Nitin Gadkari (@nitin_gadkari) December 17, 2020
ନିତୀନ ଗଡକରୀ ଟ୍ୱିଟ କରି କହିଛନ୍ତି ଯେ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରାଯିବା ଦରକାର। ଏହାଦ୍ୱାରା ଚାଷୀଙ୍କ ଅତିରିକ୍ତ ଆୟ ହେବ। ତେଣୁ ଖଦି ଏବଂ ଗ୍ରାମ୍ୟ ଶିଳ୍ପ ଉଦ୍ୟୋଗ ମାଧ୍ୟମରେ ଗୋବରରୁ ତିଆରି ‘ବୈଦିକ ପେଣ୍ଟ’ ତିଆରି ହୋଇପାରିବ।
ग्रामीण इकोनॉमी को बल मिले और किसानों को अतिरिक्त आमदनी हो इसलिए Khadi and Village Industries Commission के माध्यम से हम जल्द ही गाय के गोबर से बना ‘वैदिक पेन्ट' लॅान्च करने वाले हैं। @ChairmanKvic pic.twitter.com/zhQpa3Es5i
— Nitin Gadkari (@nitin_gadkari) December 17, 2020
ଏହି ପେଣ୍ଟ ଅନ୍ୟ କମ୍ପାନୀର ଡିସଟେମ୍ପର ଭଳି କାନ୍ଥରେ ରଙ୍ଗ କରିହେବ। ଏହା ପରିବେଶକୁ ସୁହାଇଲା ଭଳି ରଙ୍ଗ। ବ୍ୟାକ୍ଟେରିଆ ବିରୋଧୀ, ଆଣ୍ଟି ଫଙ୍ଗଲ୍ ଏବଂ ହାତରେ ଲାଗିଲେ ଧୋଇହେବ। କାନ୍ଥରେ ଲାଗିଲେ ଚାରି ଘଣ୍ଟା ମଧ୍ୟରେ ଶୁଖିଯିବ। ଏହା ସହିତ, ଯେଉଁ ପଶୁପାଳନ କରୁଛନ୍ତି ସେମାନେ ଗୋଟିଏ ବର୍ଷରେ ଅତିରିକ୍ତ ୫୫ ହଜାର ଟଙ୍କା ରୋଜଗାର କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।