ୱାଶିଂଟନ: ୱାଶିଂଟନରେ କେହି ଡ୍ରୋନ ଉଡ଼ାଇପାରିବେ ନାହିଁ। ଏ ନେଇ କଟକଣା ଜାରି କରିଛନ୍ତି ଆମେରିକା ସରକାର। ୱାଶିଂଟନରେ ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ଓ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ ସହିତ ରହିଛି ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନ। ତେଣୁ ଏଗୁଡ଼ିକର ସୁରକ୍ଷାକୁ ବିଚାରକୁ ନେଇ ସରକାର ଏଭଳି କଟକଣା ଜାରି କରିଛନ୍ତି। କୌଣସି ବ୍ୟକ୍ତି ବା ସଂସ୍ଥା ଏହାକୁ ଉଲ୍ଲଂଘନ କଲେ ଜୋରିମାନା ସହିତ ଜେଲ ଦଣ୍ଡ ଭୋଗିବେ। ବିଶେଷ କରି ରୋନାଲଡ୍ ରିଗେନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୫ କିଲୋମିଟର ଅଞ୍ଚଳକୁ ଏନେଇ ବିଶେଷ ଭାବେ ଘେରାବନ୍ଦୀ କରାଯାଇଛି। ଏହି ଅଞ୍ଚଳ ମଧ୍ୟରେ ହି ହ୍ୱାଇଟ ହାଉସ୍, କ୍ୟାପିଟାଲ୍ ହିଲ୍ ଓ ପେଣ୍ଟାଗନ ଆଦି ଅଟ୍ଟାଳିକା ରହିଛି।
ଆମରିକୀୟ ସୁରକ୍ଷା ଅଧିକାରୀମାନେ ଗତକାଲି ଏଠାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସେ ହ୍ୱାଇଟ ହାଉସ୍ ନିକଟରେ ଏକ ଛୋଟ ଡ୍ରୋନ୍ ଉଡାଉଥିଲା ବେଳେ ଧରାପଡ଼ିଥିଲେ। ଏହି ସମୟରେ ରାଷ୍ଟ୍ରପତି ବାରାକ ଓବମା ଓ ତାଙ୍କର ବିଭିନ୍ନ ବିଭାଗର ସଚିବମାନଙ୍କର ଏକ ବୈଠକ ସେଠାରେ ଚାଲିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।