ମୁମ୍ୱାଇ: ବଲିଉଡ଼ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି ତାଙ୍କ ପୈତୃତ ଗାଁରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତଙ୍କ ପିଲା ବେଳର ସାଙ୍ଗମାନେ ତାଙ୍କୁ ମନେ ପକାଇବାକୁ ଯାଇ ତାଙ୍କ ଘର ଓ ସମ୍ପର୍କୀୟଙ୍କ ଘର ଆଗରେ ଏକଜୁଟ ହୋଇଥିବା ଦେଖିବାକୁ ମିଳିଛି। ବିହାରର ପୂର୍ଣିଆର ବରହାରା କୋଠି ମଲଡିହା ହେଉଛନ୍ତି ସୁଶାନ୍ତଙ୍କ ପୈତୃକ ଗାଁ।
ସୁଶାନ୍ତଙ୍କ ବଡ଼ ମା’ ପଦମା ଦେବୀ ସୁଶାନ୍ତଙ୍କୁ ଆତ୍ମହତ୍ୟା ଖବର ଶୁଣି କାନ୍ଦି କାନ୍ଦି ଅସୁସ୍ଥ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ତାଙ୍କ ବଡ଼ ବାପାଙ୍କ ଝିଅ ତଥା ସମ୍ପର୍କୀୟ ଭାଇ ଭଉଣୀ ମଧ୍ୟ ସୁଶାନ୍ତଙ୍କ ଝୁରି ଝୁରି ବେଦମ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।
ଅନ୍ତିମଥର ସୁଶାନ୍ତ ତାଙ୍କ ବଡ଼ ମା’ଙ୍କ ସହିତ ଫୋନରେ କଥା ହେବା ବେଲେ କହିଥିଲେ, ମୁଁ ଗାଁକୁ ଗଲେ ବଦ୍ରିନାରାୟଣ ବୁଲାଇବାକୁ ନେଇଯିବି ପ୍ଲେନରେ। ସୁଶାନ୍ତ ବଡ଼ ମାଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ଅଧୁରା ରହିଯାଇଛି। ଏହି କଥାକୁ ମନେ ପକାଇ ପଦମା ଦେବୀ କାନ୍ଦୁଥିବା ଦେଖିବାକୁ ମିଳିଛି।
ସୁଶାନ୍ତଙ୍କ ପିଲାଦିନ ସାଙ୍ଗ ମଧ୍ୟ ତାଙ୍କୁ ମନେ ପକାଇ କାନ୍ଦିପକାଇଛନ୍ତି। ସୁଶାନ୍ତଙ୍କ ଡାକ ନାମ ଗୁଲଶନ ଥିଲା। ଏବେ ତାଙ୍କ ସାଙ୍ଗମାନେ ଗୁଲଶନଙ୍କ ସହିତ କଟାଇଥିବା ଦିନକୁ ମନେ ପକାଇ କାନ୍ଦୁଛନ୍ତି।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ବାପା ବିମାନ ଯୋଗେ ମୁମ୍ୱାଇ ଯିବେ। ତାଙ୍କ ସହିତ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ତଥା ବିଜେପି ବିଧାୟକ ନିରଜ (ବବୁଲୁ) ମଧ୍ୟ ଯିବେ। ସେହିପରି ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ଓମପ୍ରକାଶ ସିଂହ ହରିଆଣାରେ ଜଣେ ବଡ଼ ପୁଲିସ ଅଧିକାରୀ ସେ ମଧ୍ୟ ମୁମ୍ୱାଇ ଯିବେ ବୋଲି ଜଣାପଡ଼ିଛି। ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ମୁମ୍ୱାଇରେ ହେବ ବୋଲି ଆଶଙ୍କା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।