ଇସ୍ରାଏଲ ଦୂତାବାସ ନିକଟ ବିସ୍ଫୋରଣ ପଛରେ କିଏ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ବିଜୟଚୌକରେ ଧ୍ୱଜାବତରଣ ସମାରୋହ ଚାଲିଥିବା ବେଳେ ସେଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ଘଟିଛି। ଏଥିରେ ଯଦିଓ କେହି ମୃତାହତ ହୋଇନଥିବା ସୂଚନା ରହିଛି ହେଲେ ଏହି ବିସ୍ଫୋରଣର ପଛରେ କିଏ ସେନେଇ ଆରମ୍ଭ ହୋଇଯାଇଛି ତର୍ଜମା। ଗୁଇନ୍ଦା ଏବଂ ଫରେନସିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି। ଏବେ ଇସ୍ରାଏଲ ଦୂତାବାସକୁ ସଂଯୋଗ କରୁଥିବା ଏପିଜି ଅବଦୁଲ୍ କଲାମ ରୋଡକୁ ମଧ୍ୟ ବନ୍ଦ […]

india-israel

india-israel

Subhransu Sekhar
  • Published: Friday, 29 January 2021
  • Updated: 29 January 2021, 08:03 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସ୍ଥିତ ବିଜୟଚୌକରେ ଧ୍ୱଜାବତରଣ ସମାରୋହ ଚାଲିଥିବା ବେଳେ ସେଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ଘଟିଛି। ଏଥିରେ ଯଦିଓ କେହି ମୃତାହତ ହୋଇନଥିବା ସୂଚନା ରହିଛି ହେଲେ ଏହି ବିସ୍ଫୋରଣର ପଛରେ କିଏ ସେନେଇ ଆରମ୍ଭ ହୋଇଯାଇଛି ତର୍ଜମା। ଗୁଇନ୍ଦା ଏବଂ ଫରେନସିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି। ଏବେ ଇସ୍ରାଏଲ ଦୂତାବାସକୁ ସଂଯୋଗ କରୁଥିବା ଏପିଜି ଅବଦୁଲ୍ କଲାମ ରୋଡକୁ ମଧ୍ୟ ବନ୍ଦ କରି ଦେଇଛି ପୁଲିସ।

https://twitter.com/IsraelinIndia/status/1355081280040427520?s=20

ଆଜି ଭାରତ ଏବଂ ଇସ୍ରାଏଲର ବନ୍ଧୁତ୍ୱକୁ ୨୯ ବର୍ଷ ପୂରଣ ହୋଇଛି। ଏହି ସମୟରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଅନେକ କିଛି ସମ୍ଭାବନାକୁ ଜନ୍ମ ଦେଇଛି। ଭାରତ ଏବଂ ଇସ୍ରାଏଲର ସମ୍ପର୍କ ଏବେ ମଜବୁତ ଥିବା ବେଲେ ଇସ୍ରାଏଲ ଭଳି କ୍ଷେପାଣାସ୍ତ୍ର ଓ ସାମରିକ ଶକ୍ତି ସମ୍ପନ୍ନ ଦେଶ ସହିତ ପାକିସ୍ତାନ ମଧ୍ୟ ବନ୍ଧୁ ହେବାକୁ ଚେଷ୍ଟା କରୁଛି। ପାକିସ୍ତାନ ମଧ୍ୟ ଇସ୍ରାଏଲ ସହିତ ବନ୍ଧୁତ୍ୱ ପାଇଁ କୂଟନୀତିକ ଗୋଟି ଚଳାଇଛି। ହେଲେ ଭାରତ ପାଇଁ ଇସ୍ରାଏଲ ପାକିସ୍ତାନ ସହ ସମ୍ପର୍କର ସେତୁ ବାନ୍ଧି ହେଉନି। ସେହିପରି ଜାନୁଆରୀ ୭ରେ ପାକିସ୍ତାନ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଥିଲେ, ଆମେ ଇସ୍ରାଏଲକୁ ଗ୍ରହଣ କରିପାରୁ ନାହୁଁ। ତୁର୍କିର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଇମ୍ରାନ୍ କହିଥିଲେ, କଶ୍ମୀର ଓ ପାଲେଷ୍ଟାଇନ୍‌ର ସମାନ ସ୍ଥିତି। ପାଲେଷ୍ଟାଇନ୍ ପାଇଁ ଇସ୍ରାଏଲ କିଛି କରି ନାହିଁ। ତେଣୁ ଇସ୍ରାଏଲକୁ ପାକିସ୍ତାନ ଗ୍ରହଣ କରୁନି ବୋଲି ଇମ୍ରାନ୍ କହିଥିଲେ।

ସେହିପରି ନିକଟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏହା ପୂର୍ବରୁ ଇସ୍ରାଏଲ୍ ଏବଂ ୟୁଏଇ ମଧ୍ୟରେ ହୋଇଥିବା ଐତିହାସିକ ଚୁକ୍ତି ତାଙ୍କର ଚାରି ବର୍ଷର କାର୍ଯ୍ୟକାଳର ଏକମାତ୍ର ସଫଳତା ବୋଲି ଟ୍ରମ୍ପ କହିଥିଲେ। ୟୁଏଇ ପ୍ରଥମେ ଇସ୍ରାଏଲକୁ ଅନୁମୋଦନ କଲା, ତା’ପରେ ଅନ୍ୟ ଦେଶମାନେ ମଧ୍ୟ ଇସ୍ରାଏଲକୁ ଦେଶ ବୋଲି ଗ୍ରହଣ କରିଥିଲେ। ହେଲେ ପାକିସ୍ତାନ ଇସ୍ରାଏଲକୁ ଗ୍ରହଣ କରିବ ନାହିଁ ବୋଲି ଅଡ଼ି ବସିଛି। ତେଣୁ ଏବେ ବି ପାକିସ୍ତାନ ନାଗରିକମାନେ ଇସ୍ରାଏଲ ଯାତ୍ରା କରିପାରୁ ନାହାନ୍ତି। କାରଣ ଇସ୍ରାଏଲରେ ପାକିସ୍ତାନର ପାସପୋର୍ଟ ବୈଧ ନୁହେଁ। ସେହିପରି ପାକିସ୍ତାନ ଓ ଇସ୍ରାଏଲ ମଧ୍ୟରେ କୌଣସି କୂଟନୀତିକ ସମ୍ପର୍କ ନାହିଁ କିମ୍ବା ଦୂତାବାସ ନାହିଁ। ଦୁଇ ଦେଶ ମଧ୍ୟରେ ଦୀର୍ଘ ଏବଂ ଜଟିଳ ସମ୍ପର୍କ ରହିଆସିଛି।

୧୯୪୭ରେ ଯେତେବେଳେ ଭାରତର ବିଭାଜନ ହୋଇଥିଲା ସେତେବେଳେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ଏକ ଟେଲିଗ୍ରାମ ଆସିଥିଲା। ଏହି ଟେଲିଗ୍ରାମ ଡେଭିଡ ବେନ ଗୁରିଅନ ପଠାଇଥିଲେ, ଯିଏକି ପରେ ଇସ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଟେଲିଗ୍ରାମରେ କୁହାଯାଇଥିଲା ଇସ୍ରାଏଲ ପାକିସ୍ତାନ ସହ କୂଟନୀତିକ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି। ହେଲେ ପାକିସ୍ତାନ ସମ୍ପର୍କ ସ୍ଥାପନ କରିବାକୁ ମନା କରିଦେଇଥିଲା।

ଏବେର ପୃଷ୍ଠଭୂମିକୁ ଯଦି ଦେଖିବା ତାହେଲେ ମୋଦି ସରକାର ଏବଂ ସେଠାକାର ବେଞ୍ଜାମିନ ନେତାନ୍ୟାହୁ ସରକାର ମଧ୍ୟରେ ଅହିନକୂଳ ସମ୍ପର୍କ ରହିଛି। ଇସ୍ରାଏଲ ମଧ୍ୟ ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱର ଏକ ନାମକରା ଦେଶ। ଜାତିସଂଘ ହେଉ ଅବା ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ ଇସ୍ରାଏଲ ସବୁବେଳେ ସମର୍ଥନ କରୁଛି। ଯଦି ଭାରତ ଏବଂ ଇସ୍ରାଏଲର ସମ୍ପର୍କ ଏଭଳି ଆଗେଇ ଚାଲେ ତାହେଲେ ଆଗାମୀ ଦିନରେ ଆତଙ୍କବାଦ ଦୁର୍ବଳ ହୋଇପାରେ। ତେଣୁ ଏବେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଚେଷ୍ଟା କରୁଥାଇପାରନ୍ତି ଆତଙ୍କବାଦକୁ ସମର୍ଥନ କରୁଥିବା ଆତଙ୍କବାଦ ତତ୍ତ୍ୱ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos