ଜାନୁଆରୀରେ ଉହାନ ଗସ୍ତ କରିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍

ବେଜିଂ: ଚାଇନାର ଉହାନରୁ କରୋନା ଭାଇରସ ବ୍ୟାପିଥିବା ଅଭିଯୋଗର ତଦନ୍ତ ପାଇଁ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଇଣ୍ଟରନାଲ କମିଟି। ଜାନୁଆରୀ ପ୍ରଥମ ସପ୍ତାହରେ ଏହି ଇଣ୍ଟରନାଲ କମିଟି ବେଜିଂ ଗସ୍ତ କରିବ। ଗତବର୍ଷ ଡିସେମ୍ୱର ଶେଷ ସପ୍ତାହରେ ଉହାନରୁ କରୋନା ବ୍ୟାପିଥିବା ଜଣାପଡ଼ିଛି। ଘଟଣାର ବର୍ଷ ପରେ ଏବେ ବେଜିଂ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇଣ୍ଟରନାଲ କମିଟି। ଏହି ଟିମ୍ ବେଜିଂରେ ପହଞ୍ଚିବା ପରେ ଏକାନ୍ତବାସରେ ରହିବେ। ଏହାପରେ ଉହାନ ଗସ୍ତ କରିବେ […]

who

who

Subhransu Sekhar
  • Published: Sunday, 20 December 2020
  • Updated: 20 December 2020, 11:04 AM IST

Sports

Latest News

ବେଜିଂ: ଚାଇନାର ଉହାନରୁ କରୋନା ଭାଇରସ ବ୍ୟାପିଥିବା ଅଭିଯୋଗର ତଦନ୍ତ ପାଇଁ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଇଣ୍ଟରନାଲ କମିଟି। ଜାନୁଆରୀ ପ୍ରଥମ ସପ୍ତାହରେ ଏହି ଇଣ୍ଟରନାଲ କମିଟି ବେଜିଂ ଗସ୍ତ କରିବ। ଗତବର୍ଷ ଡିସେମ୍ୱର ଶେଷ ସପ୍ତାହରେ ଉହାନରୁ କରୋନା ବ୍ୟାପିଥିବା ଜଣାପଡ଼ିଛି। ଘଟଣାର ବର୍ଷ ପରେ ଏବେ ବେଜିଂ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇଣ୍ଟରନାଲ କମିଟି।

ଏହି ଟିମ୍ ବେଜିଂରେ ପହଞ୍ଚିବା ପରେ ଏକାନ୍ତବାସରେ ରହିବେ। ଏହାପରେ ଉହାନ ଗସ୍ତ କରିବେ ବୋଲି ଡକ୍ଚର ମିଚେଲ୍ ରିଆନ୍ କହିଛନ୍ତି। ଏହି ମିଶନର ଲକ୍ଷ୍ୟ ହେଉଛି ଯେଉଁଠି ମଣିଷ ଶରୀରରୁ ଏହି ଘାତକ ଭାଇରସ ବ୍ୟାପିଛି ବୋଲି କୁହାଯାଉଛି ସେଠିକାର ସ୍ଥିତି ଅନୁଧ୍ୟାନ କରିବ ଏହି ଟିମ୍।

ସେହିପରି ଚାଇନା ସରକାରଙ୍କ ଅଧିକାରୀ କହିଛନ୍ତି, ଅନ୍ତର୍ଜାତୀୟ ଟିମ୍ ଉହାନ ଗସ୍ତରେ ଆସିବେ। ଚାଇନା ଅଧିକାରୀ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos