ପଞ୍ଚାୟତ ନିର୍ବାଚନରେ କାହିଁକି ବଢ଼ୁଛି ପ୍ରଚାର ଖର୍ଚ୍ଚ?

ବେଙ୍ଗାଲୁରୁ: ବଦଳିଛି ଗାଁ ଓ ପଞ୍ଚାୟତର ଚିତ୍ର। ଦୀର୍ଘ ଦୁଇ ଦଶନ୍ଧି ତଳେ ପଞ୍ଚାୟତ ନିର୍ବାଚନ ବେଳେ ଶଗଡ଼ ଗାଡ଼ି, ସାଇକେଲରେ ଦୁଇରୁ ତିନି ନେତା ଏକାଠି ହୋଇ ପ୍ରଚାର କରୁଥିଲେ। ହେଲେ ଏବେ କିନ୍ତୁ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ନେତାଙ୍କ ଥାଟବାଟ ବଦଳି ଯାଇଛି। ସ୍କୋର୍ପିଓ, ଇନୋଭା ଭଳି କାରରେ ସରପଞ୍ଚ ପ୍ରାର୍ଥୀ ବଡ଼ ବଡ଼ ହୋର୍ଡିଂ ଲଗାଇ ପ୍ରଚାର କରୁଥିବା ଦେଖିବାକୁ ମିଳେ। ଆଉ ଭୋଟ୍ ହାତେଇବା ପାଇଁ ମଦ, ମାଂସ ଆଦି ମାଗଣାରେ […]

GRAM-PANCHAYAT

GRAM-PANCHAYAT

Subhransu Sekhar
  • Published: Friday, 18 December 2020
  • Updated: 18 December 2020, 05:14 PM IST

Sports

Latest News

ବେଙ୍ଗାଲୁରୁ: ବଦଳିଛି ଗାଁ ଓ ପଞ୍ଚାୟତର ଚିତ୍ର। ଦୀର୍ଘ ଦୁଇ ଦଶନ୍ଧି ତଳେ ପଞ୍ଚାୟତ ନିର୍ବାଚନ ବେଳେ ଶଗଡ଼ ଗାଡ଼ି, ସାଇକେଲରେ ଦୁଇରୁ ତିନି ନେତା ଏକାଠି ହୋଇ ପ୍ରଚାର କରୁଥିଲେ। ହେଲେ ଏବେ କିନ୍ତୁ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ନେତାଙ୍କ ଥାଟବାଟ ବଦଳି ଯାଇଛି। ସ୍କୋର୍ପିଓ, ଇନୋଭା ଭଳି କାରରେ ସରପଞ୍ଚ ପ୍ରାର୍ଥୀ ବଡ଼ ବଡ଼ ହୋର୍ଡିଂ ଲଗାଇ ପ୍ରଚାର କରୁଥିବା ଦେଖିବାକୁ ମିଳେ। ଆଉ ଭୋଟ୍ ହାତେଇବା ପାଇଁ ମଦ, ମାଂସ ଆଦି ମାଗଣାରେ ବଣ୍ଟା ଯାଏ ପ୍ରାର୍ଥୀଙ୍କ ତରଫରୁ।

ଆଉ ପ୍ରଚାର ବେଳେ ଓ୍ୱାର୍ଡ ମେମ୍ୱର ପାଖରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତ ବିଧାୟକ ଓ ସାଂସଦ ଭଳି ପୁଳା ପୁଳା ପ୍ରତିଶ୍ରୁତି ଦିଅନ୍ତି। ଆଉ ଏହି ପ୍ରତିଶ୍ରୁତିର ମୂଲ୍ୟ ଯଦି ଟଙ୍କାରେ ଦେଖିବା ତାହେଲେ ଏହାର ପରିମାଣ ୫ ଲକ୍ଷରୁ ୧ କୋଟି ଛୁଇଁବ। ଯଦିଓ ପଞ୍ଚାୟତ ନିର୍ବାଚନରେ କୌଣସି ରାଜନୀତିକ ଦଳର ପ୍ରାର୍ଥୀ ଛିଡ଼ା ହୁଅନ୍ତିନି ହେଲେ ପରୋକ୍ଷରେ ସମର୍ଥିତ ନେତା ପ୍ରାର୍ଥୀ ହୁଅନ୍ତି। ସାଧାରଣତଃ ଏହି ନିର୍ବାଚନରେ ବିଜୟୀ ହେଉଥିବା ନେତା ଜିଲ୍ଲା ପରିଷଦ ନିର୍ବାଚନ, ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଯୋଗାଡ଼ କରେ ବୋଲି ବିଶ୍ୱାସ କରାଯାଏ।

ପୂର୍ବରୁ ରାଜନୀତିକ ଦଳ ମାନଙ୍କର ସଂପୃକ୍ତି ଏହି ନିର୍ବାଚନରେ ଯେତିକି ନଥିଲା ହେଲେ ୧୪ତମ ଏବଂ ୧୫ତମ ଅର୍ଥ କମିଶନ ପରେ ନେତାଙ୍କ ସଂପୃକ୍ତି ବଢ଼ିଛି। ମହାତ୍ମା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପଲୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍ (ମନରେଗା) ଏବଂ ସ୍ୱଚ୍ଛ ଭାରତ ଅଭିଯାନରେ ୧୪ତମ ଏବଂ ୧୫ ତମ ଅର୍ଥ କମିଶନରେ ଆସିଥିବା ଟଙ୍କା ପାଇଁ ଗ୍ରାମ ପଞ୍ଚାୟତ ପାଣ୍ଠି ଉପରେ ନେତାଙ୍କ ନଜର ପଡ଼ିଥିବା କୁହାଯାଉଛି। କାରଣ ଯେତିକି ଟଙ୍କା ସେତିକି ଖର୍ଚ୍ଚ ହୋଇପାରେନା।

କର୍ଣ୍ଣାଟକ ସରକାରର କଥା ଯଦି ଉଦାହରଣକୁ ନେବା ତାହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୯.୮୬୨ କୋଟି ଟଙ୍କା ପ୍ରତି ବର୍ଷ ବିଭିନ୍ନ ଯୋଜନାରେ ୬ ହଜାର ପଞ୍ଚାୟତ ପାଇଁ ପଠାଉଛନ୍ତି। ଯଦି ଗୋଟିଏ ଗାଁରେ ୨୫ ହଜାର ଜନସଂଖ୍ୟା ଥିବ ତାହେଲେ ସେହି ଗାଁ ବର୍ଷକୁ ୩ କୋଟି ଟଙ୍କା ପାଉଥିବ। ସେହିପରି ଯଦି ୧୦ ହଜାର ଜନସଂଖ୍ୟା ଥିବ ତାହେଲେ ୧.୬ କୋଟି ଟଙ୍କା ସେହି ଗାଁ ପାଇବ।

ଯଦି ୟୁପିଏ ସରକାରର ଅନ୍ତିମ ୪ ବର୍ଷ ଏବଂ ମୋଦି ସରକାରର ୬ ବର୍ଷର ଶାସନକୁ ମିଶାଇବା ତାହେଲେ ପ୍ରତି ପଞ୍ଚାୟତ ଅଫି୍ସରେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ୧୦ରୁ ୧୫କୁ ବୃଦ୍ଧି ପାଇଛନ୍ତି। ବେଙ୍ଗାଲୁରୁ ରୁରାଲରେ ଜଣେ ଦୁଇ ଥର ସରପଞ୍ଚ ହୋଇଥିବା ନେତା ହନୁମେ ଗୌଡା କହିଛନ୍ତି ସାଧାରଣତଃସ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀ ସଂସଦ, ବିଧାନସଭା, ବିଧାନ ପରିଷଦକୁ ନିର୍ବାଚିତ ହୋଇଥିବା ନେତାଙ୍କ ସଂପର୍କୀୟ ହୋଇଥାନ୍ତି।

ସେହିପରି ରମାନଗର ଗାଁର ପୂର୍ବତନ ସରପଞ୍ଚ ଭିପି ପ୍ରକାଶ କହିଛନ୍ତି, ଏବେ ରିଜର୍ଭେସନ କୋଟା ମଧ୍ୟ ରହିଛି। ଏସଟି ଶ୍ରେଣୀ ପାଇଁ ସଂଖ୍ୟା ଅଧିକ ରହିଛି। ଜାତିକୁ ନେଇ ଅଧିକାଂଶ ନିର୍ବାଚନ ହେଉଛି। ଆଉ ସାଧାରଣତଃ ମହିଳାମାନେ ଭାଇ, ସ୍ୱାମୀ କିମ୍ୱା ପୁଅ ଭରସାରେ ନିର୍ବାଚନ ଲଢ଼ୁଛନ୍ତି। ଦିନେ ହେଲେ କିନ୍ତୁ ଅଫିସ ଆସନ୍ତିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story