ସରକାର କାହିଁକି ଏମଏସପି ଗ୍ୟାରେଣ୍ଟି ଦେଉ ନାହାନ୍ତି?

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ହରିଆଣା ଏବଂ ପଞ୍ଜାବର ଆନ୍ଦୋଳନରତ ଚାଷୀ ଏବଂ ବିରୋଧୀ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଦାବି କରିଛନ୍ତି। ହେଲେ ସରକାର ଏ ନେଇ ଅମଙ୍ଗ ରହୁଛନ୍ତି। ଚାଷୀ କହିଛନ୍ତି ଯଦି ଗ୍ୟାରେଣ୍ଟି ନରହିବ ତାହେଲେ ମଣ୍ଡି ବାହାରେ ଫସଲ ବିକିଲେ ଚାଷୀ କ୍ଷତିରେ ପଡ଼ିବେ। ଯଦି କେହି ଏମଏସପିରୁ କମ୍ ଦାମରେ ଫସଲ କିଣିବେ ତାହେଲେ ସଂପୃକ୍ତ ବ୍ୟକ୍ତି କିମ୍ୱା କମ୍ପାନୀ ଜେଲ୍ ଯିବା ଦରକାର। ଚାଷୀଙ୍କ ଫସଲର ମାନକୁ ଖରାପ କହି […]

msp-gurantee

msp-gurantee

Subhransu Sekhar
  • Published: Wednesday, 16 December 2020
  • Updated: 16 December 2020, 11:36 AM IST

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ହରିଆଣା ଏବଂ ପଞ୍ଜାବର ଆନ୍ଦୋଳନରତ ଚାଷୀ ଏବଂ ବିରୋଧୀ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଦାବି କରିଛନ୍ତି। ହେଲେ ସରକାର ଏ ନେଇ ଅମଙ୍ଗ ରହୁଛନ୍ତି। ଚାଷୀ କହିଛନ୍ତି ଯଦି ଗ୍ୟାରେଣ୍ଟି ନରହିବ ତାହେଲେ ମଣ୍ଡି ବାହାରେ ଫସଲ ବିକିଲେ ଚାଷୀ କ୍ଷତିରେ ପଡ଼ିବେ। ଯଦି କେହି ଏମଏସପିରୁ କମ୍ ଦାମରେ ଫସଲ କିଣିବେ ତାହେଲେ ସଂପୃକ୍ତ ବ୍ୟକ୍ତି କିମ୍ୱା କମ୍ପାନୀ ଜେଲ୍ ଯିବା ଦରକାର। ଚାଷୀଙ୍କ ଫସଲର ମାନକୁ ଖରାପ କହି ବେପାରୀ କମ୍ ଦାମରେ ଚାଷୀଙ୍କଠୁ ନେଇ ବଜାରରେ ସେହି ଫସଲକୁ ଅଧିକ ଦାମରେ ବିକ୍ରି କରିଦେବେ ବୋଲି ଚାଷୀ ଦାବି କରିଛନ୍ତି। କିନ୍ତୁ ସରକାର କହିଛନ୍ତି ଚାଷୀ କଣ୍ଟ୍ରାକ୍ଟ ଫାର୍ମିଂରେ ନିଜ ଫସଲର ମୂଲ୍ୟ ସ୍ଥିର କରି ପାରିବେ।

ଏମଏସପି ଗ୍ୟାରେଣ୍ଟି ଦେଲେ ବଜାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଯଦି ଗ୍ୟାରେଣ୍ଟି ଦିଆଯିବ ତାହେଲେ ଧାନ ଏବଂ ଗହମ ଚାଷ ବ୍ୟତୀତ ବାକି ଚାଷ କ୍ଷତି ହେବାର ସମ୍ଭାବନା ରହିଛି। ଏମିତିକି ଫସଲ ପଦ୍ଧତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ପଞ୍ଜାବ ଏବଂ ହରିଆଣାରେ ଫସଲ ବିବିଧିକରଣ ନେଇ ଯେଉଁ ପଦ୍ଧତି ରହିଛି ତାହା ପ୍ରଭାବିତ ହୋଇପାରେ। ଚାଷ ପାଇଁ ପାଣି ନିତାନ୍ତ ଆବଶ୍ୟକ। ହେଲେ ବିଭିନ୍ନ ରାଜ୍ୟ ଏବଂ ସ୍ଥାନରେ ପାଣି କେମିତି ମିଳିପାରିବ ତାହା ଅଲଗା ରହିଛି।

ଦେଶରେ ଏମଏସପି ଜରିଆରେ ସରକାର ଗହମ ଏବଂ ଧାନ ସଂଗ୍ରହ କରୁଛନ୍ତି। ଖାଦ୍ୟ ସୁରକ୍ଷା ଆଇନ ପାଇଁ ସରକାର ପ୍ରତିବର୍ଷ ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଗହମ ଏମଏସପି ଜରିଆରେ ଚାଷୀଙ୍କ ପାଖରୁ କିଣିଥାନ୍ତି। ସବୁଠାରୁ ଅଧିକ ଧାନ ଓ ଗହମ କିଣିଥାନ୍ତି ହରିଆଣା ଓ ପଞ୍ଜାବର ଚାଷୀଙ୍କ ପାଖରୁ। ସବୁଠାରୁ ବଡ଼ କଥା ହେଲା ଏହି ଦୁଇ ରାଜ୍ୟରେ ଚାଉଳକୁ ଖାଇବାରେ ଏତେଟା ପ୍ରାଧାନ୍ୟ ଦିଆଯାଏନାହିଁ।

କୃଷି ବୈଜ୍ଞାନିକଙ୍କ ପରାମର୍ଶ ଅନୁଯାୟୀ ଏହି ଦୁଇ ରାଜ୍ୟରେ ଧାନ କି ଗହମ ଚାଷ କରିବା ଠିକ୍ ନୁହେଁ। କାରଣ ଏହି ଦୁଇ ଚାଷ କରିବା ପାଇଁ ଭୂତଳ ଜଳର ଆବଶ୍ୟକତା ରହିଛି। ଏହି ରାଜ୍ୟରେ ଅଧିକାଂଶ ସମୟ ଶୁଖିଲା ରୁହେ ତେଣୁ ପାଣପମ୍ପ ଜରିଆରେ ପାଣି ଉଠାଇ ଚାଷ କରନ୍ତି ଏଠିକାର ଚାଷୀ। ଆଉ ଏବେ ୨୦୦ ଫୁଟ ତଳୁ ପାଣି ଉଠାଇ ଏଠିକାର ଚାଷୀ ଚାଷ କରୁଛନ୍ତି। ତେଣୁ ଏହି ଦୁଇ ରାଜ୍ୟର ଅଧିକାଂଶ ସ୍ଥାନକୁ ଡାର୍କ ଏରିଆ ବୋଲି ମଧ୍ୟ ଘୋଷଣା ହୋଇସାରିଛି। ଯଦି ଏବେ ଏମଏସପିରେ ଗ୍ୟାରେଣ୍ଟି ଦିଆଯିବ ତାହେଲେ ଏଠିଥିବା ଫସଲ ବିବିଧିକରଣ ଯୋଜନା ଫେଲ୍ ମାରିବ।

କୃଷି ଅର୍ଥନୀତିଜ୍ଞ ରାକେଶ କୁମାର ସିଂ କହିଛନ୍ତି, ଯେଉଁ ଚାଷକୁ ଆଗକୁ ବଢ଼ାଇବା ଦରକାର ସେହି ଚାଷରେ ଏମଏଏସପି ଗ୍ୟାରେଣ୍ଟି ଦେଲେ ଚାଷୀ ଚାଷ କରିବାକୁ ଆଗଭର ହେବ।

ସୂଚନାଯୋଗ୍ୟ, ଏହି ଦୁଇ ରାଜ୍ୟରେ ଚାଷ ଭଲ ହୁଏ। ଓଡ଼ିଶା ଏବଂ ପଞ୍ଜାବର ଚାଷ ଜମିକୁ ଯଦି ତୁଳନା କରିବା ତାହେଲେ ଆମର ଗୋଟିଏ ଗୁଣ୍ଠ ଜମିରେ ଯେତିକି ଧାନ ଅମଳ ହୁଏ ତାର ଦୁଇ ଗୁଣା ଅମଳ ପଞ୍ଜାବ ଏବଂ ହରିଆଣାରେ ହୁଏ। ସେହିପରି ଏହି ଦୁଇ ରାଜ୍ୟରେ ଡାଲି, ତେଲ ଆଦି ଅନେକ ଫସଲ ମଧ୍ୟ ହୁଏ। କିନ୍ତୁ ଧାନ ଓ ଗହମ ଅପେକ୍ଷା ଏହିସବୁ ଚାଷ କରିବା ଟିକିଏ କଷ୍ଟ। ତେଣୁ ଧାନ ଏବଂ ଗହମରେ ସରକାର ଏମଏସପି ଗ୍ୟାରେଣ୍ଟି ଦେଲେ ଅନ୍ୟ ଚାଷ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ବାଲେଶ୍ୱରର ପୂର୍ବତନ ସାଂସଦ ଖାରବେଶ ସ୍ୱାଇଁ ମଧ୍ୟ ଓଡ଼ିଶା ରିପୋର୍ଟରକୁ ଏ ପ୍ରସଙ୍ଗରେ ଜବାବ ଦେଇଛନ୍ତି। ସେ କହିଛନ୍ତି ଏବେ ଲୋକଙ୍କର ଖାଇବା ପ୍ୟାଟର୍ଣ୍ଣ ବଦଳିଛି। ପୂର୍ବରୁ ଆମେ ଭାତ, ପଖାଳ, ମୁଢ଼ୀ ଉପରେ ଅଧିକାଂଶ ନିର୍ଭର କରୁଥିଲେ। ଏବେ ନୁଡୁଲସ, ସୁଜି, ଇଡଲି, ରୁଟି ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ଖାଉଛନ୍ତି ଲୋକମାନେ। ତେଣୁ ଧାନ, ଗହମ ବ୍ୟତୀତ ଅନ୍ୟାନ୍ୟ ଚାଷ ମଧ୍ୟ ହେବା ଦରକାର। ଏବେ ଭାରତରେ ଯେତିକି ଧାନ ଏବଂ ଗହମ ଉତ୍ପାଦନ ହେଉଛି ତାହା ଆବଶ୍ୟକତାରୁ ଅଧିକ। ଅଧିକାଂଶ ଧାନ ଓ ଗହମ ଷ୍ଟକ ରହିଥିବା ବେଳେ ନଷ୍ଟ ହୋଇଯାଉଛି। ସେହିପରି ଅନ୍ୟାନ୍ୟ ଦେଶକୁ ଭାରତ ଧାନ ଓ ଗହମ ରପ୍ତାନୀ କରୁଛି। ତେଣୁ ଏମଏସପି ଗ୍ୟାରେଣ୍ଟି ଦେଲେ ସମସ୍ତେ ଧାନ ଓ ଗହମ ପ୍ରତି ଅଧିକ ରୁଚି ରଖିପାରନ୍ତି। ଆଉ ଅନ୍ୟାନ୍ୟ ଫସଲ ଅଣଦେଖା ହେବାର ସମ୍ଭାବନା ରହିଛି।

ସେ କହିଛନ୍ତି, ସାଂସଦ ଥିବା ବେଳେ ସେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଭେଟିଥିଲେ। ପାଣିର ଲେବୁଲ କମି ଗଲାଣି ତାହେଲେ କାହିଁକି ପଞ୍ଜାବ ଧାନ ଓ ଗହମ ପଛରେ ପଡ଼ିଛି? କେମିକାଲ ଅଧିକ ପ୍ରୟୋଗ ହେଉଥିବାର ଯଦିଓ ଫସଲ ଅମଳ ଅଧିକ ହେଉଛି ହେଲେ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ବୋଲି ଖାରବେଳ କହିଥିଲେ। ଜବାବରେ ତିନି ଚାରି ବର୍ଷ ପୂର୍ବେ ଅମରିନ୍ଦର ସିଂ କହିଥିଲେ ଖୁବଶୀଘ୍ର ଏହି ଚାଷରୁ ପଞ୍ଜାବ ହଟିଯିବ।

କୃଷି ଅର୍ଥନୀତିଜ୍ଞ ପିକେ ଜୋଶୀ କହିଛନ୍ତି, ସରକାରଙ୍କ କାମ ଫସଲ କିଣା ବିକା ନୁହେଁ। ସରକାର ଲୋକଙ୍କ ପାଇଁ ଉତ୍ତରଦାୟୀ। ତେଣୁ ଆବଶ୍ୟକ ନୀତି ନିୟମ ତିଆରି କରି ଗୋଟିଏ ବାତାବରଣ ସୃଷ୍ଟି କରିପାରିବ। ଯେମିତି ଉଭୟ ବିକ୍ରେତା ଏବଂ କ୍ରେତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story