ଅହମଦାବାଦ: ଗୁଜରାଟରେ ଲକଡାଉନକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୟରେ ସରକାର ଲକଡାଉନକୁ ଆଗକୁ ବଢ଼େଇବା ପାଇଁ ନେଇ କୌଣସି ବିଚାର କରିନାହାନ୍ତି। ତା’ ସହିତ ରାଜ୍ୟବାସୀଙ୍କୁ ସୋଶାଲ ମିଡିଆରେ ଚାଲିଥିବା ଗୁଜବଠୁ ଦୂରେଇ ରହିବାକୁ ମଧ୍ୟ ଅନୁରୋଧ କରଛନ୍ତି।
ଜୁନ ୧ରୁ ରାଜ୍ୟରେ ଲକଡାଉନ ନିୟମକୁ କୋହଳ କରାଯାଇଛି। ତା’ ସହିତ ଅଣ କଣ୍ଟେନମେଣ୍ଟ ଜୋନରେ ଶିଳ୍ପ, କାର୍ଯ୍ୟାଳୟ, ଦୋକାନ, ବସ୍ ଏବଂ ଅଟୋ-ରିକ୍ସା ସେବା ପୁନର୍ବାର ଆରମ୍ଭ ହୋଇଛି।
ରୂପାନୀ କହିଛନ୍ତି, ଜୁନ୍୧ରୁ ଅନଲକ୍ ପଦ୍ଧତି ଆରମ୍ଭ ହେବା ପର ଜନ ଜୀବନ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ରାଜ୍ୟରେ ବ୍ୟବସାୟ ତଥା ବାଣିଜ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପ ମଧ୍ୟ ବଢ଼ିଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ପୁନର୍ବାର ତାଲାବନ୍ଦକୁ ନେଇ କୌଣସି ଯୋଜନା କରିନାହାନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଲୋକେ କୋରୋନା ଭଳି ମହାମାରୀ ସହ ଲଢ଼ି ବଞ୍ଚିବା ଶିଖୁଛନ୍ତି। ଏମିତି ସମୟରେ ସୋଶାଲ ମିଡିଆରେ ଉଠୁଥିବା ଗୁଜବରେ ବିଶ୍ୱାସ ନ କରି ସତର୍କତାର ସହ ଆଗକୁ ବଢ଼ିବାକୁ ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।