ଗତକାଲି ପୁଲିସ ଏହି ମାମଲାରେ ଏକ ‘ଜୀରୋ ଏଫଆଇଆର’ ରୁଜୁ କରିଛି। ଏହାପରେ ମାମଲାକୁ ଚୁନଭାଟି ପୁଲିସ ଷ୍ଟେସନକୁ ସ୍ଥାନାନ୍ତର କରିଛି।
ସୂଚନାଯୋଗ୍ୟ, ଏହି ଦୁଷ୍କର୍ମ ଘଟଣା ଜୁଲାଇ ୭ ତାରିଖ ଦିନ ହୋଇଥିଲା। କିନ୍ତୁ ଯୁବତୀ ଜଣଙ୍କ ଦୁଷ୍କର୍ମ ବାବଦରେ କାହାକୁ କିଛି କହିନଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୟାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଏବଂ ପ୍ରତିଦିନ ସେ କାନ୍ଦୁଥିବା ଦେଖି ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ପରୀକ୍ଷା ପରେ ଯୁବତୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି ବୋଲି ଡାକ୍ତର ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଜଣାଇ ଦେଇଥିଲେ। ଏହାପରେ ଯୁବତୀ ଜଣଙ୍କ ଦୁଷ୍କର୍ମ ଘଟଣା ବାବଦରେ ସବୁକଥା କହିଥିଲେ।ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଖୁବଶୀଘ୍ର ଦୁଷ୍କର୍ମକାରୀଙ୍କୁ ଧରିବାରେ ପୁଲିସ ସଫଳ ହେବ ବୋଲି ଚେମ୍ୱୁର ଥାନା ଅଧିକାରୀ ଦୀପକ ବିଜୟ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।