୨୫୦ ଟଙ୍କାର ମିଲ୍ କିଣିବାକୁ ଯାଇ ୫୦,୦୦୦ ଟଙ୍କା ହରାଇଲେ ମହିଳା

ବେଙ୍ଗାଲୁରୁ: ଦେଶରେ ବଢ଼ି ଚାଲିଛି ସାଇବର ଠକେଇ। ଜଣେ ମହିଳା ଅନ୍ ଲାଇନେର ଖାଇବା ଅର୍ଡର କରିବାକୁ ଯାଇ ୫୦ ହଜାର ଟଙ୍କାର ଠକେଇର ଶିକାର ହୋଇଛନ୍ତି। ପୁଲିସ ଏବେ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣା ମଙ୍ଗଳବାର ଘଟିଛି। ସାଇବର ଥାନାରେ ଏତଲା ପରେ ତଦନ୍ତ ଜାରି ରହିଛି। ଘଟଣାଟି ଏମିତି ସାଉଥ ବେଙ୍ଗାଲୁରୁର ୟେଲଚେନାହାଲିର ସବିତା ଶର୍ମା ଫେସବୁକରେ ଏକ ବିଜ୍ଞାପନ ଦେଖିଥିଲେ। ଯେଉଁଥିରେ ଲେଖା ହୋଇଥିଲେ ୨୫୦ ଟଙ୍କାର ଗୋଟିଏ […]

FACEBOOK

FACEBOOK

Subhransu Sekhar
  • Published: Saturday, 26 December 2020
  • Updated: 26 December 2020, 09:58 PM IST

Sports

Latest News

ବେଙ୍ଗାଲୁରୁ: ଦେଶରେ ବଢ଼ି ଚାଲିଛି ସାଇବର ଠକେଇ। ଜଣେ ମହିଳା ଅନ୍ ଲାଇନେର ଖାଇବା ଅର୍ଡର କରିବାକୁ ଯାଇ ୫୦ ହଜାର ଟଙ୍କାର ଠକେଇର ଶିକାର ହୋଇଛନ୍ତି। ପୁଲିସ ଏବେ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣା ମଙ୍ଗଳବାର ଘଟିଛି। ସାଇବର ଥାନାରେ ଏତଲା ପରେ ତଦନ୍ତ ଜାରି ରହିଛି।

ଘଟଣାଟି ଏମିତି ସାଉଥ ବେଙ୍ଗାଲୁରୁର ୟେଲଚେନାହାଲିର ସବିତା ଶର୍ମା ଫେସବୁକରେ ଏକ ବିଜ୍ଞାପନ ଦେଖିଥିଲେ। ଯେଉଁଥିରେ ଲେଖା ହୋଇଥିଲେ ୨୫୦ ଟଙ୍କାର ଗୋଟିଏ ଖାଇବା ଥାଳି କିଣିଲେ ଆଉ ଦୁଇଟି ଫ୍ରି ମିଳିବ। ଏହାପରେ ସବିତା ବିଜ୍ଞାପନରେ ଦିଆଯାଇଥିବା ଫୋନ୍ ନମ୍ୱରକୁ କଲ୍ କରିଥିଲେ। ଫୋନ୍ ଉଠାଇଥିବା ବ୍ୟକ୍ତି ଜଣଙ୍କ କହିଥିଲେ ପ୍ରଥମେ ଅନ୍ ଲାଇନ୍ ୧୦ ଟଙ୍କା ଦେବାକୁ ହେବ। ଏହାପରେ ବାକି ଟଙ୍କା ଥାଳି ପହଞ୍ଚିବା ପରେ ଦେବାକୁ ହେବ।

ଏହାପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ସବିତାଙ୍କ ନମ୍ୱରକୁ ଏକ ଲିଙ୍କ୍ ପଠାଇଥିଲେ। ଯେଉଁଥିରେ ନାଁ ଠିକଣା ସହିତ ଏଟିଏମ୍ ପିନ୍ ଦେବାକୁ କୁହାଯାଇଥିଲା। ଆଉ ସବିତା ପିନ୍ କୋଡ ଦେବା ପରେ ତାଙ୍କ ଆକାଉଣ୍ଟରୁ ୪୯,୯୯୬ ଟଙ୍କା କଟିଯାଇଥିଲା।

ଶର୍ମାଙ୍କ ମୋବାଇଲକୁ ମେସେଜ ଆସିଥିଲା ତାଙ୍କ ଆକାଉଣ୍ଟରୁ ୪୯,୯୯୬ ଟଙ୍କା ଉଠାଯାଇଛି ବୋଲି। ଏହାପରେ ସବିତା ସମାନ ନମ୍ୱରକୁ କଲ୍ କରିଥିଲେ। ଆଉ ନମ୍ୱର ସୁଇଚ୍ ଅଫ୍ ରହିଛି ବୋଲି ଦେଖେଇଥିଲା। ପୁଲିସ କହିଛି ବିଜ୍ଞାପନ ଅନୁଯାୟୀ ସଦାଶିବନଗରର ଠିକଣାରେ ରେଷ୍ଟୁରାଣ୍ଟ ରହିଛି। ମୋବାଇଲ୍ ନମ୍ୱର ଚେକ୍ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos