ରିୟଲ ଲାଇଫରେ 'ଲେଡିଜ୍ ଭର୍ସେସ୍ ରିକି ବେହେଲ୍'- ଚାରି ଯୁବତୀ ଲୁଟିନେଲେ ୧୬ ଲକ୍ଷ ଟଙ୍କା

ବେଙ୍ଗାଲୁରୁ: ରିୟଲ ଲାଇଫରେ ରିଲର କଥା। ତା ପୁଣି ଘଟିଛି ଆଇଟି ସହର ବେଙ୍ଗାଲୁରୁରେ। ବଲିଉଡର ଏକ ଫିଲ୍ନ ଥିଲା ‘ଲେଡିଜ୍ ଭର୍ସେସ୍ ରିକି ବେହେଲ୍’। ଯେଉଁଥିରେ ଜଣେ ପୁଅ ଚାରି ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲା। ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ସେହି ଚାରି ଝିଅ ଏକାଠି ହୋଇ ପୁଅଟିକୁ ଲୁଟିଥିଲେ। ରଣବୀର ସିଂ, ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଦୀପାନ୍ୱୀତା ଶର୍ମା ଏବଂ ଅଦିତି ଶର୍ମାଙ୍କ ଅଭିନୀତ […]

cyber-hacker

cyber-hacker

Subhransu Sekhar
  • Published: Friday, 18 December 2020
  • Updated: 18 December 2020, 12:27 PM IST

Sports

Latest News

ବେଙ୍ଗାଲୁରୁ: ରିୟଲ ଲାଇଫରେ ରିଲର କଥା। ତା ପୁଣି ଘଟିଛି ଆଇଟି ସହର ବେଙ୍ଗାଲୁରୁରେ। ବଲିଉଡର ଏକ ଫିଲ୍ନ ଥିଲା 'ଲେଡିଜ୍ ଭର୍ସେସ୍ ରିକି ବେହେଲ୍'। ଯେଉଁଥିରେ ଜଣେ ପୁଅ ଚାରି ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲା। ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ସେହି ଚାରି ଝିଅ ଏକାଠି ହୋଇ ପୁଅଟିକୁ ଲୁଟିଥିଲେ। ରଣବୀର ସିଂ, ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଦୀପାନ୍ୱୀତା ଶର୍ମା ଏବଂ ଅଦିତି ଶର୍ମାଙ୍କ ଅଭିନୀତ ଫିଲ୍ନ ୨୦୧୧ରେ ବେଶ ଚହଳ ପକାଇଥିଲା ଏବେ କିନ୍ତୁ ରିୟଲ ଲାଇଫରେ ସିନ୍ ଓଲଟି ଯାଇଛି। ଏଠି ଚାରି ଜଣ ଝିଅ ଏକାଠି ହୋଇ ଜଣେ ଯୁବ ଇଞ୍ଜିନିୟରଙ୍କୁ ବକରା ବନେଇ ଲୁଟି ନେଇଛନ୍ତି ୧୬ ଲକ୍ଷ ଟଙ୍କା। ଆଉ ମାଧ୍ୟମ ସାଜିଛି ଡେଟିଂ ଆପ୍।

ଘଟଣାଟି ଏମିତି, ଯୁବକ ଜଣଙ୍କ ବେଙ୍ଗାଲୁରୁର ସଫ୍ଟଓ୍ୱେୟାର ଇଞ୍ଜିନିୟର। ଡେଟିଂ ଆପରେ ପ୍ରେମିକା ଖୋଜିବାକୁ ଯାଇ ଏବେ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି ଏହି ଯୁବକ। ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବକ ଜଣଙ୍କ। ପରେ ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଡିସେମ୍ୱର ୩ ତାରିଖ ଦିନ ଯୁବ ଇଞ୍ଜିନିୟର ଜଣଙ୍କ ଡେଟିଂ ଆପ୍ ଜରିଆରେ ଶ୍ୱେତା ନାମକ ଯୁବତୀଙ୍କୁ ଭେଟିଥିଲେ। ଏହି ସମୟରେ ୨ ହଜାର ଟଙ୍କା ପଠାଇବାକୁ ଶ୍ୱେତା ଯୁବକ ଜଣଙ୍କୁ କହିଥିଲେ। ସେଥିପାଇଁ ସେ ନିକିତା ନାମକ ଅନ୍ୟ ଜଣେ ଯୁବତୀଙ୍କ ଫୋନ୍‌ ନମ୍ବର ଦେଇଥିଲେ। ଆଉ ଶ୍ୱେତାଙ୍କ କହିବା ଅନୁୟାୟୀ ଯୁବକ ଜଣଙ୍କ ନିକିତାଙ୍କୁ ଟଙ୍କା ପଠାଇଥିଲେ। ଶ୍ଵେତାଙ୍କ ସାଙ୍ଗ ନିକିତା।

ଏହାପରେ ନିକିତା ଭିଡିଓ କଲିଂ କରି ଯୁବକ ଜଣଙ୍କ ସହ କଥା ହୋଇଥିଲେ। ଭିଡ଼ିଓ କଲ୍‌ ସମୟରେ ନିକିତା ନିଜର ଉଲଗ୍ନ ଦେହ ଦେଖାଇଥିଲେ। ଯୁବକ ଜଣକ ମଧ୍ୟ ଉତ୍ତେଜିତ ହୋଇ ନିଜର ଉଲଗ୍ନ ଦେହ ଦେଖାଇଥିଲେ। ଏହି ସମୟରେ ଯୁବକଙ୍କର ନେକେଡ ଭିଡିଓ ରେକର୍ଡ କରି ନେଇଥିଲେ ଯୁବତୀ। ପରେ ଏହି ଭିଡିଓକୁ ସୋଶାଲ ମିଡିଆରେ ଛାଡ଼ି ଦେବେ କହି ଯୁବକ ଜଣଙ୍କୁ ବ୍ଲାକ ମେଲିଂ କରିଥିଲେ ଆଉ ଦୁଇ ଜଣ ଯୁବତୀ। ସେମାନେ ହେଲେ ପ୍ରୀତି ଅଗ୍ରଓ୍ୱାଲ୍ ଏବଂ ଶେରିନ୍। ଯଦି ଟଙ୍କା ନଦେବେ ତାହେଲେ ଭିଡିଓ ଅନଲାଇନରେ ଅପଲୋଡ କରିଦେବେ ବୋଲି ଧମକ ଦେଇଥିଲେ ପ୍ରୀତି, ଶେରିନ୍।

ଏହାପରେ ଯୁବକ ଜଣଙ୍କ ଗୁଗୁଲ୍ ପେ, ଫୋନ୍ ପେ ଜରିଆରେ ଡିସେମ୍ୱର ୩ରୁ ୧୬ ତାରିଖ ମଧ୍ୟରେ ୧୬ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ଥାନାରେ ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ଯୁବକ ଜଣଙ୍କ। ପୁଲିସ ଏବେ ଆଇଟି ଆକ୍ଟରେ ୪ ମହିଳାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos