ଚାଇନା ମୁସଲିମ୍‌ଙ୍କୁ ନିର୍ଯାତନା ଦେଉଥିଲେ ବି ବିରୋଧ କରିବିନି, ଆମେ ସାହାଯ୍ୟ ପାଉଛୁ: ଇମ୍ରାନ୍ ଖାନ୍

ଇସ୍‌ଲାମାବାଦ୍‌: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେଷରେ ସାରା ବିଶ୍ୱ ଜାଣିଥିବା ସତକୁ ନିଜ ମୁହଁରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଚାଇନାରେ ଉଇଘୁର ମୁସଲିମ୍‌ଙ୍କ ଉପରେ ହେଉଥିବା ନିର୍ଯାତନା ଏବଂ ସେମାନେ ଯେଉଁ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି ତାହା ଆମେ ହାଇଲାଇଟ୍‌ କରିପାରିବୁ ନାହିଁ। ଏହାର କାରଣ ସ୍ୱରୂପ ସେ କହିଛନ୍ତି, ଚାଇନା ପାକିସ୍ତାନ ସରକାର ସାହାଯ୍ୟ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଡାଭୋସ୍‌ଠାରେ ଚାଲୁ ରହିଥିବା ବିଶ୍ୱ ଅର୍ଥନୀତିକ ଫୋରମ୍‌ରେ ସାକ୍ଷାତକାର ଦେଇ ଇମ୍ରାନ ଏପରି କହିଛନ୍ତି। ଚାଇନାର […]

Imran

Imran

Subrat Kumar Nayak
  • Published: Thursday, 23 January 2020
  • Updated: 23 January 2020, 07:03 PM IST

Sports

Latest News

ଇସ୍‌ଲାମାବାଦ୍‌: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେଷରେ ସାରା ବିଶ୍ୱ ଜାଣିଥିବା ସତକୁ ନିଜ ମୁହଁରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଚାଇନାରେ ଉଇଘୁର ମୁସଲିମ୍‌ଙ୍କ ଉପରେ ହେଉଥିବା ନିର୍ଯାତନା ଏବଂ ସେମାନେ ଯେଉଁ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି ତାହା ଆମେ ହାଇଲାଇଟ୍‌ କରିପାରିବୁ ନାହିଁ। ଏହାର କାରଣ ସ୍ୱରୂପ ସେ କହିଛନ୍ତି, ଚାଇନା ପାକିସ୍ତାନ ସରକାର ସାହାଯ୍ୟ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଡାଭୋସ୍‌ଠାରେ ଚାଲୁ ରହିଥିବା ବିଶ୍ୱ ଅର୍ଥନୀତିକ ଫୋରମ୍‌ରେ ସାକ୍ଷାତକାର ଦେଇ ଇମ୍ରାନ ଏପରି କହିଛନ୍ତି।

ଚାଇନାର ସିନ୍‌ଜିଆଙ୍ଗ ପ୍ରଦେଶରେ ମୁସଲିମ୍‌ଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ଇମ୍ରାନ୍‌ ଓ ତାଙ୍କ ସରକାରର ନୀରବତା ବାବଦରେ ପ୍ରଶ୍ନ କରାଯାଇଥିଲା। ସେ ଭାରତ ଓ କଶ୍ମୀର ପ୍ରସଙ୍ଗରେ ଏତେ ସକ୍ରିୟ ରହିଥିବାବେଳେ ଚାଇନା ପାଇଁ ନୀରବତା ବାବଦରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ତୁରନ୍ତ କହିଥିଲେ, ଚାଇନା ଆମକୁ ସାହାଯ୍ୟ କରିଛି। ଆମ ସରକାର ଅସୁବିଧାରେ ପଡ଼ିଥିବାବେଳେ ଚାଇନା ଆମକୁ ସାହାଯ୍ୟ କରିଛି।

ପାକିସ୍ତାନ ଚାଇନା ପ୍ରତି ‘ସତରେ କୃତଜ୍ଞ’ ବୋଲି ଇମ୍ରାନ କହିଥିଲେ। ଇମ୍ରାନ କହିଥିଲେ, ଆମେ ନିଷ୍ପତ୍ତି ନେଇଛୁ ଆମର ଚାଇନା ସହ ଯାହା ବି ସମସ୍ୟା ହେବ ଗୋପନରେ ସମାଧାନ କରିବୁ। ଆମେ ସାର୍ବଜନୀନ ଭାବେ କିଛି କହିବୁନି। ସେ ଚାଇନାର ମୁସଲିମ୍‌ଙ୍କ ଉପରେ ନିର୍ଯାତନା ପ୍ରସଙ୍ଗକୁ ଏଡ଼ାଇବାକୁ ଯାଇ ଅନ୍ୟ ଏକ କାରଣ ମଧ୍ୟ ଦର୍ଶାଇଥିଲେ। ସେ କହିଥିଲେ, ସତରେ ମୁଁ ଏହି ବିଷୟରେ ଏତେ ମଧ୍ୟ ଠିକରେ ଜାଣିନି। ମୁଁ ବେଳେବେଳେ ଏ ବିଷୟରେ ପଢ଼େ, କିନ୍ତୁ ଏହା କଶ୍ମୀରରେ ଘଟୁଥିବା ଘଟଣା ସହ ତୁଳନୀୟ ନୁହେଁ।

ସୂଚନାଯୋଗ୍ୟ ଯେ, ଇମ୍ରାନ୍ ଲଗାତାର କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରର ପ୍ରସଙ୍ଗ କରିବାକୁ ପ୍ରୟାସ କରିଆସୁଛନ୍ତି। ଏଥିପାଇଁ ବିଭିନ୍ନ ରାଷ୍ଟ୍ରଠାରୁ ନିରାଶ ହେବାପରେ ମଧ୍ୟ ସେ ଜାତିସଂଘ ନିକଟରେ ବାରମ୍ବାର ଦାବି ରଖିଆସିଛନ୍ତି। ସେ କଶ୍ମୀର ସହ ଭାରତର ଅନ୍ୟ ପ୍ରାନ୍ତରେ ଥିବା ମୁସଲିମଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସମସ୍ତଙ୍କ ସମବେଦନା ସାଉଁଟିବାର ପ୍ରୟାସ କରୁଥିଲେ ହେଁ ସେ ବିଫଳ ହୋଇଛନ୍ତି। ନିଜ ଦେଶରେ ସଂଖ୍ୟାଲଘୁଙ୍କ ସ୍ଥିତି ବିପର୍ଯ୍ୟସ୍ତ ଥିବାବେଳେ ସେ ନିଜକୁ କଶ୍ମିରୀଙ୍କ ଆମ୍ବାସଡର୍ ବୋଲି ମଧ୍ୟ କହିସାରିଛନ୍ତି।

କିନ୍ତୁ ଯେତେବେଳେ ମଧ୍ୟ ଚାଇନାରେ ମୁସଲିମଙ୍କ ସ୍ଥିତି କଥା ଉଠିଛି ଇମ୍ରାନ୍ ନୀରବତା ଅବଲମ୍ବନ କରିଆସିଛନ୍ତି। ଚାଇନାରେ ମୁସଲିମଙ୍କ ଅଧିକାର ଏବଂ ସୁରକ୍ଷା ବାବଦରେ ପଚରାଗଲେ ସେ ଏହାକୁ ଏଡ଼ାଇବାକୁ ଯାଇ ଥରେ କହିଥିଲେ, ପାକିସ୍ତାନର ବହୁତ କିଛି ସମସ୍ୟା ଅଛି। ପ୍ରଥମେ ସେହି ବିଷୟରେ ସେ ଚିନ୍ତା କରିବେ। ସେ ଗତ ସୋମବାର ଏହି ପ୍ରଶ୍ନରେ କହିଥିଲେ, ଆମର ଚାଇନା ସହ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଏସବୁ ପ୍ରସଙ୍ଗ ଆମେ ଗୋପନୀୟତାର ସହ ଉଠାଇବୁ।
ବିଭିନ୍ନ ଅଟକ କେନ୍ଦ୍ରରେ ଏହି ଉଇଘୁର ମୁସଲିମଙ୍କୁ ରଖାଯିବା ସହ ସେମାନଙ୍କୁ ଭୋକେସନାଲ ସେଣ୍ଟରରେ ବିଭିନ୍ନ ଶିକ୍ଷା ଦିଆଯାଉଛି। ସେମାନଙ୍କ ଧର୍ମ କୁଆଡ଼େ ସେମାନଙ୍କୁ ଉଗ୍ରବାଦ ଆଡ଼କୁ ନେଉଛି ବୋଲି ଦର୍ଶାଇ ସେମାନଙ୍କୁ ଟାର୍ଗେଟ୍ କରାଯିବା ଆରମ୍ଭ ହୋଇଛି। ଏପରିକି ବୁର୍ଖା ଓ ଅନ୍ୟ ପାରମ୍ପରିକ ପୋଷାକ ଉପରେ ମଧ୍ୟ କଟକଣା ଆରମ୍ଭ ହୋଇଛି। ପୂର୍ବରୁ ତିବ୍ବତର ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍ କରିଥିବା ଚାଇନା ଏବେ ମୁସଲିମଙ୍କୁ ଟାର୍ଗେଟ୍ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos