ବଦଳିଯିବ ସରକାରୀ ବ୍ୟାଙ୍କ ଖୋଲିବାର ସମୟ, ସେପ୍ଚେମ୍ୱରରୁ ନୂଆ ସମୟ!

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧା ପାଇଁ ବଦଳିବ ବ୍ୟାଙ୍କ ଖୋଲିବାର ସମୟ। ଏଣିକି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗ୍ରାମୀଣ ବ୍ୟାଙ୍କ ସକାଳ ୧୦ ପରିବର୍ତ୍ତେ ସକାଳ ୯ଟାରେ ଖୋଲିବ। ବର୍ତ୍ତମାନ ବ୍ୟାଙ୍କ ଗୁଡ଼ିକ ସକାଳ ୧୦ରୁ ଖୋଲା ହୋଇ ଅପରାହ୍ନ ୫ରେ ବନ୍ଦ ହେଉଛି। କିନ୍ତୁ ଆସନ୍ତା ମାସରୁ ବ୍ୟାଙ୍କ ଗୁଡ଼ିକ ସକାଳ ୯ଟାରୁ ଖୋଲିବ ଏବଂ ଅପରାହ୍ନ ୩ଟାରେ ବନ୍ଦ ହେବ ବୋଲି ଜଣାପଡ଼ିଛି। ସରକାରୀ ଭାବରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଥିବା ବେଳେ କୌଣସି […]

bank office

bank office

Subhransu Sekhar
  • Published: Sunday, 11 August 2019
  • Updated: 11 August 2019, 07:56 PM IST

Sports

Latest News

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧା ପାଇଁ ବଦଳିବ ବ୍ୟାଙ୍କ ଖୋଲିବାର ସମୟ। ଏଣିକି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗ୍ରାମୀଣ ବ୍ୟାଙ୍କ ସକାଳ ୧୦ ପରିବର୍ତ୍ତେ ସକାଳ ୯ଟାରେ ଖୋଲିବ। ବର୍ତ୍ତମାନ ବ୍ୟାଙ୍କ ଗୁଡ଼ିକ ସକାଳ ୧୦ରୁ ଖୋଲା ହୋଇ ଅପରାହ୍ନ ୫ରେ ବନ୍ଦ ହେଉଛି। କିନ୍ତୁ ଆସନ୍ତା ମାସରୁ ବ୍ୟାଙ୍କ ଗୁଡ଼ିକ ସକାଳ ୯ଟାରୁ ଖୋଲିବ ଏବଂ ଅପରାହ୍ନ ୩ଟାରେ ବନ୍ଦ ହେବ ବୋଲି ଜଣାପଡ଼ିଛି। ସରକାରୀ ଭାବରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଥିବା ବେଳେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

ସମସ୍ତ ସରକାରୀ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ୍ ସେପ୍ଟେମ୍ୱର ମାସଠାରୁ ସକାଳ ୯ଟାରେ ଖୋଲିବ ବୋଲି ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ୍ ଡିଭିଜନ୍ ନିଷ୍ପତ୍ତି ନେଇଛି। ବ୍ୟାଙ୍କିଙ୍ଗ୍ ଡିଭିଜନ୍ ଭିଡିଓ କନଫରେନସିଂ ଜରିଆରେ ନିକଟରେ ଏକ ବୈଠକ କରିଥିଲା। ଯେଉଁଥିରେ ବ୍ୟାଙ୍କ ଶାଖା ଗୁଡ଼ିକର କାର୍ଯ୍ୟ ସମୟ ବାବଦରେ ନିଷ୍ପତ୍ତି ନିଆଯାଇଥିଲା।

ଗତ ଜୁନ ୨୪ରେ ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ଭାରତୀୟ ବ୍ୟାଙ୍କ୍ ଆସୋସିଏସନର ଏକ ବୈଠକରେ ତିନୋଟି ଭିନ୍ନ ଭିନ୍ନ 'ୱାର୍କିଂଗ ଆୱାର' ସମ୍ବନ୍ଧିତ ପ୍ରସ୍ତାବ ବାବଦରେ ଆଲୋଚନା ହୋଇଥିଲା। ଗୋଟିଏ ସକାଳ ୯ରୁ ଅପରାହ୍ନ ୩, ଦ୍ୱିତୀୟଟି ସକାଳ ୧୦ରୁ ଅପରାହ୍ନ ୪ ଏବଂ ତୃତୀୟଟି ସକାଳ ୧୧ରୁ ଅପରାହ୍ନ ୫ଟା ଯାଏ ଥିଲା। ଶେଷରେସକାଳ ୯ଟାରେ ବ୍ୟାଙ୍କ୍ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

କିନ୍ତୁ ଯେଉଁଠାରେ ଗ୍ରାହକ ମାନେ ବିଳମ୍ୱିତ ସମୟ ଯାଏ ବ୍ୟାଙ୍କ୍ ସେବା ଉପଲବ୍ଧ ହେବା ପାଇଁ ଚାହୁଁଛନ୍ତି ସେଠାରେ କାର୍ଯ୍ୟ ସମୟ ପରିବର୍ତ୍ତନ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos