ୱାଶିଂଟନ: ସାରା ବିଶ୍ୱରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୧୩ଟି ଦେଶ ଓ ୨ଟି ଜାହାଜକୁ କବଳିତ କରିଥିବା କରୋନାରେ ଏଯାଏ ୭୧,୧୫,୨୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ପାର କରିଛି।
ଆମେରିକା ସ୍ଥିତି ସବୁଠାରୁ ଭୟଙ୍କର ହୋଇଥିବା ବେଳେ ଭାରତ କ୍ଷତିଗ୍ରସ୍ତ ତାଲିକାର ୬ ନମ୍ବର ସ୍ଥାନରେ ରହିଛି। ୱାର୍ଲ୍ଡ ମିଟରର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କରୋନା ୪.୦୬,୫୯୯ ଜଣଙ୍କ ମୁଣ୍ଡ ନେଇଛି। ସେହିପରି ଆକ୍ରାନ୍ତ ୭୧,୧୫,୨୬୪ ଜଣଙ୍କ ମଧ୍ୟରୁ ୩୪,୭୩,୮୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କରୋନା ଯୋଗୁ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୨୦,୦୭,୫୩୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧,୧୨,୪୬୧ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୭,୬୧,୭୨୦ ଜଣ ସୁସ୍ଥ ହୋଇଛନ୍ତି।
ଦ୍ୱିତୀରେ ବ୍ରାଜିଲ, ତୃତୀୟରେ ରୁଷ, ୪ର୍ଥରେ ସ୍ପେନ,୫ମରେ ବ୍ରିଟେନ ଓ ଷଷ୍ଠରେ ଭାରତ ରହିଛି। ଭାରତରେ ଏଯାଏ ୨ ଲକ୍ଷ ୫୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।