ସରିଲା ସ୍କଟ ମୋରିସନଙ୍କ ଶାସନ, ଆନ୍ଥୋନୀ ହେବେ ନୂଆ ପ୍ରଧାନମନ୍ତ୍ରୀ

ମେଲବର୍ଣ୍ଣ: ପ୍ରାୟ ଗୋଟିଏ ଦଶନ୍ଧି ଧରି କ୍ଷମତାରେ ଥିବା ଅଷ୍ଟ୍ରେଲିଆର କଞ୍ଜରଭେଟିଭ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କ ଦଳ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଉ ନଥିବାରୁ ଭୋଟରମାନେ ମୋରିସନଙ୍କ ବିରୋଧରେ ଆଜି ଭୋଟ ଦେଇଛନ୍ତି। ମୋରିସନ ମଧ୍ୟ ଜନମତକୁ ଗ୍ରହଣ କରି ଚୂଡ଼ାନ୍ତ ଫଳାଫଳ ଆସିବା ପୂର୍ବରୁ ନିଜର ପରାଜୟ ସ୍ୱୀକାର କରି ନେଇଛନ୍ତି। ସେ ପରାଜୟ ସ୍ୱୀକାର କରିଥିବାରୁ ଲେବର ପାର୍ଟିର ଆନ୍ଥୋନୀ ଅଲବନିଜ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ହେବେ। ତାଙ୍କୁ […]

scoot

scoot

Hemant Lenka
  • Published: Saturday, 21 May 2022
  • Updated: 21 May 2022, 08:28 PM IST

Sports

Latest News

ମେଲବର୍ଣ୍ଣ: ପ୍ରାୟ ଗୋଟିଏ ଦଶନ୍ଧି ଧରି କ୍ଷମତାରେ ଥିବା ଅଷ୍ଟ୍ରେଲିଆର କଞ୍ଜରଭେଟିଭ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି। ତାଙ୍କ ଦଳ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱ ଦେଉ ନଥିବାରୁ ଭୋଟରମାନେ ମୋରିସନଙ୍କ ବିରୋଧରେ ଆଜି ଭୋଟ ଦେଇଛନ୍ତି। ମୋରିସନ ମଧ୍ୟ ଜନମତକୁ ଗ୍ରହଣ କରି ଚୂଡ଼ାନ୍ତ ଫଳାଫଳ ଆସିବା ପୂର୍ବରୁ ନିଜର ପରାଜୟ ସ୍ୱୀକାର କରି ନେଇଛନ୍ତି।

ସେ ପରାଜୟ ସ୍ୱୀକାର କରିଥିବାରୁ ଲେବର ପାର୍ଟିର ଆନ୍ଥୋନୀ ଅଲବନିଜ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ହେବେ। ତାଙ୍କୁ ପରିବେଶ ସୁରକ୍ଷା ପାଇଁ ଆନ୍ଦୋଳନ କରି ବିଜୟ ଲାଭ କରିଥିବା କିଛି ସ୍ୱାଧୀନ ସଦସ୍ୟ ସମର୍ଥନ କରିବେ। ଆନ୍ଥୋନୀଙ୍କୁ ଆଜି ମୋରିସନ ଫୋନ କରି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ମୋରିସନ ଆଜି ସିଡ୍‌ନୀରେ ନିଜର ସମର୍ଥକମାନଙ୍କୁ ସମ୍ବୋଧନ କରି କହିଛନ୍ତି, “ଆଜି ରାତିରେ ମୁଁ ବିରୋଧୀ ଦଳର ନେତା ଓ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆନ୍ଥୋନୀଙ୍କ ସହ କଥା ହୋଇଛି। ଏଥିସହ ତାଙ୍କୁ ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛି।” ଦୀର୍ଘ ୧୦ ବର୍ଷ ହେଲା ମୋରିସନଙ୍କ ଲିବେରାଲ ସେଣ୍ଟର-ରାଇଟ୍‌ ପାର୍ଟି ଅଷ୍ଟ୍ରେଲିଆରେ ଶାସନ କରି ଆସୁଥିଲା। କିନ୍ତୁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏହା ବିରୋଧରେ ଲୋକମାନେ ବିକ୍ଷୋଭ କରିବା ସହ ମୋରିସନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏବେ ସେମାନେ ଭୋଟ ଦ୍ୱାରା ମୋରିସନଙ୍କୁ ଶାସନରୁ ହଟାଇ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ଭୋଟ ଅନୁଯାୟୀ, ଆନ୍ଥୋନୀଙ୍କ ସେଣ୍ଟର-ଲେଫ୍ଟ ଲେବର ପାର୍ଟି ସଂସଦରେ ସର୍ବବୃହତ ଦଳ ଭାବେ ଉଭା ହୋଇଛି। ତେବେ ଏଯାଏ ଦଳ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନାହିଁ। ଏପରି ସ୍ଥିତିରେ ମୋରିସନକୁ ସହାରାଞ୍ଚଳରେ ଗାଦିଚ୍ୟୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱାଧୀନ ପରିବେଶବିତ୍‌ମାନେ ଗେମ ଚେଞ୍ଜର ସାଜିବେ। ସେମାନେ ଆନ୍ଥୋନୀଙ୍କୁ ସମର୍ଥନ କରିବା ପରେ ହିଁ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story