ବଂଲାଦେଶ ଅଭିମୁଖେ ବାତ୍ୟା ‘ସିତ୍ରାଙ୍ଗ’, ହଜାର ହଜାର ଲୋକ ସ୍ଥାନାନ୍ତର

ଢାକା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ବାଂଲାଦେଶ ମୁହାଁ ହୋଇଥିବା ବେଳେ ସେଠିକାର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ତଳିଆ ଅଞ୍ଚଳରେ ଥିବା ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଛି। ବଂଲାଦେଶ ସରକାରଙ୍କ ପାଇଁ ସବୁଠୁ ଅଧିକ ଚ୍ୟାଲେଞ୍ଜ ହୋଇଛନ୍ତି ରୋହିଙ୍ଗ୍ୟା।  ବାଂଲାଦେଶ ଉପକୂଳରେ ଶରଣାର୍ଥୀ଼ ଭାବେ ରହୁଥିବା ମ୍ୟାନ୍‌ମାରର ୩୩,୦୦୦ ରୋହିଙ୍ଗ୍ୟାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ବାତ୍ୟା ଯୋଗୁ ଘଣ୍ଟାପ୍ରତି ୮୮ କିମି […]

Cyclone

Cyclone

Tapas Behera
  • Published: Monday, 24 October 2022
  • Updated: 24 October 2022, 04:42 PM IST

Sports

Latest News

ଢାକା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ବାଂଲାଦେଶ ମୁହାଁ ହୋଇଥିବା ବେଳେ ସେଠିକାର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ତଳିଆ ଅଞ୍ଚଳରେ ଥିବା ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଛି। ବଂଲାଦେଶ ସରକାରଙ୍କ ପାଇଁ ସବୁଠୁ ଅଧିକ ଚ୍ୟାଲେଞ୍ଜ ହୋଇଛନ୍ତି ରୋହିଙ୍ଗ୍ୟା।  ବାଂଲାଦେଶ ଉପକୂଳରେ ଶରଣାର୍ଥୀ଼ ଭାବେ ରହୁଥିବା ମ୍ୟାନ୍‌ମାରର ୩୩,୦୦୦ ରୋହିଙ୍ଗ୍ୟାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ବାତ୍ୟା ଯୋଗୁ ଘଣ୍ଟାପ୍ରତି ୮୮ କିମି ବେଗରେ ଶକ୍ତିଶାଳୀ ପବନ ବହିପାରେ। ମଙ୍ଗଳବାର ଏହି ବାତ୍ୟା ବାଂଲାଦେଶର ଖେପୁପାରାକୁ ହିଟ୍ କରିବା ନେଇ ପାଣିପାଗ ବିଭାଗ ଆଳନ କରିଛି। ଏହି ସମୟରେ ସମୁଦ୍ରରେ ସ୍ବାଭାବିକଠାରୁ ୩ ମିଟର ଉଚ୍ଚରେ ଜୁଆର ଆସିପାରେ।

ଏହି ବାତ୍ୟା ୩୦ ଲକ୍ଷ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ। ପାଟୁଆଖାଲି, ଭୋଲା, ବରଗୁନାର ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦୦୦୦ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ୭୦୩ଟି ଅସ୍ଥାୟୀୟ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ଆଜିଠାରୁ ବାଂଲାଦେଶ ଉପକୂଳରେ ସ୍ଥାନ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

ସୂଚନା ଅନୁଯାୟୀ, ବାତ୍ୟା ସିତ୍ରାଙ୍ଗ ବର୍ତ୍ତମାନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ଆଗାମୀ ୧୨ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ସୂଚନା ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ଘଣ୍ଟା ପ୍ରତି ୨୧ କିମି ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହା ବର୍ତ୍ତମାନ ସାଗର ଦ୍ଵୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ ୫୦୦ କିମି ଦୂରରେ ପୂର୍ବ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ଏହା ଆସନ୍ତାକାଲି ସକାଳ ସୁଦ୍ଧା ବାଂଲାଦେଶର  ତିନ୍‌କୋନାଓ ସାନଦ୍ୱୀପ ଅଞ୍ଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos