୪ରୁ ଅଲିମ୍ପିକ୍ସ, କିନ୍ତୁ ଜୁନ୍‌ ୨୦୨୦ର ରେକର୍ଡ ଭାଙ୍ଗିଲା ବେଜିଂ ସଂକ୍ରମଣ

ବେଜିଂ: ଆସନ୍ତା ୪ ତାରିଖରୁ ଚାଇନାର ରାଜଧାନୀ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତ ମଧ୍ୟ ଜୋରସୋରରେ ଚାଲିଛି। ହେଲେ ବେଜିଂର ଦୈନିକ କରୋନା ସଂକ୍ରମଣ ରେକର୍ଡ କରିଛି। ଜୁନ୍‌ ୨୦୨୦ ପରେ ବେଜିଂରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ଅବଶ୍ୟ କରୋନା ସଂକ୍ରମଣ ଅଲିମ୍ପିକ୍ସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଚାଇନା କହିଛି। କାରଣ ଅଲିମ୍ପିକ୍ସର ସବୁ […]

June

June

Hemant Lenka
  • Published: Sunday, 30 January 2022
  • Updated: 30 January 2022, 11:45 AM IST

Sports

Latest News

ବେଜିଂ: ଆସନ୍ତା ୪ ତାରିଖରୁ ଚାଇନାର ରାଜଧାନୀ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତ ମଧ୍ୟ ଜୋରସୋରରେ ଚାଲିଛି। ହେଲେ ବେଜିଂର ଦୈନିକ କରୋନା ସଂକ୍ରମଣ ରେକର୍ଡ କରିଛି। ଜୁନ୍‌ ୨୦୨୦ ପରେ ବେଜିଂରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

ଅବଶ୍ୟ କରୋନା ସଂକ୍ରମଣ ଅଲିମ୍ପିକ୍ସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଚାଇନା କହିଛି। କାରଣ ଅଲିମ୍ପିକ୍ସର ସବୁ କ୍ରୀଡ଼ା ବାୟୋ ବବଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଚାଇନା ସରକାର ସବୁବେଳେ କରୋନା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ବୋଲି ବେଜିଂ ପକ୍ଷରୁ କୁହାଯାଇଛି।

ଚାଇନା ଲକଡାଉନ ଠାରୁ କଡ଼ା କଟକଣା ଲାଗୁ କରୁଥିବାରୁ ସେଠାକାର ବାସ୍ତବ କରୋନା ସ୍ଥିତି ବାହାର ଦେଶରେ ପହଞ୍ଚି ପାରୁନି। କିନ୍ତୁ ବର୍ତ୍ତମାନ ଚାଇନାରେ ସ୍ଥାନୀୟ ସଂକ୍ରମଣ ଉପର ମୁହାଁ ହେଉଥିବା ଗୁପ୍ତ ତଥ୍ୟ ସାମ୍ନାକୁ ଆସୁଛି। ଆଗକୁ ଅଲିମ୍ପିକ୍ସ ସହ ଲୁନାର ବର୍ଷ କାର୍ଯ୍ୟକ୍ରମ ପାଳନ କରାଯିବ।

ଲୁନାର ହେଉଛି ଚାଇନାର ସବୁଠାରୁ ବଡ଼ ଜାତୀୟ ଛୁଟି। ଏଥିପାଇଁ ବାହାରେ ରହୁଥିବା ଚାଇନିଜ ନାଗରିକ ମଧ୍ୟ ସ୍ୱଦେଶ ଫେରିବେ। ତେଣୁ କରୋନାକୁ ନିୟନ୍ତ୍ରଣ କରିବା ବେଜିଂ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ନ୍ୟାଶନାଲ ହେଲ୍ଥ କମିଶନ(ଏନଏଚ୍‌ସି)ଙ୍କ ସୂଚନା ଅନୁଯାୟୀ, ରବିବାର ବେଜିଂରୁ ୨୦ ଜଣ ସ୍ଥାନୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୦୨୦ ଜୁନ୍ ମାସ ପରେ ପ୍ରଥମଥର ପାଇଁ ଦିନକରେ ଏତେ ସଂଖ୍ୟକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି ସଂଖ୍ୟା ସମସ୍ତଙ୍କୁ କମ ଲାଗିପାରେ।

ହେଲେ ଚାଇନା ସରକାରଙ୍କ ପାଇଁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ। କାରଣ ବେଜିଂରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଚାଲିଛି। ଯଦି ଅଲିମ୍ପିକ୍ସ ଗ୍ରାମରେ କରୋନା ପଶିଗଲା, ତା’ହେଲେ ବେଜିଂର ସବୁ ଯୋଜନା ପାଣିରେ ପଡ଼ିଯିବ। ତେଣୁ ସଂକ୍ରମଣ ରୋକିବାକୁ ବେଜିଂ ପ୍ରଶାସନ ଜୋରଦାର ଉଦ୍ୟମ କରିଛି। ଏଥିସହ ତଥ୍ୟ ଲୁଚାଇବାକୁ ପ୍ରୟାସ ମଧ୍ୟ ଚାଲିଛି।

୨୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ବେଜିଂର ଏକାଧିକ ହାଉସିଂ କଲୋନୀରେ ଲକଡାଉନ ଲାଗୁ କରାଯାଇଛି। ଫେଙ୍ଗଟାଇରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଅଧିକାରୀମାନେ ସେଠାରେ ଟେଷ୍ଟିଂକୁ ଜୋରଦାର କରୁଛନ୍ତି। ଏହି ଜିଲ୍ଲାରେ ରହୁଥିବା ପ୍ରାୟ ୨୦ ଲକ୍ଷ ଲୋକଙ୍କ ଟେଷ୍ଟିଂ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଅନ୍ୟପକ୍ଷରେ ଜାନୁଆରୀ ୪ରୁ ଅଲିମ୍ପିକ୍ସ ପାଇଁ ବବଲ୍ସ ତିଆରି କରାଯାଇଛି। ଏଠାରେ ପ୍ରାୟ ୬୦ ହଜାର ଲୋକ ରହିଛନ୍ତି। ସେମାନଙ୍କର ଟେଷ୍ଟିଂ ଦୈନିକ ଭିତ୍ତିରେ କରାଯାଉଛି। ଶନିବାର ଅଲିମ୍ପିକ୍ସ ଆୟୋଜକ ମାନେ କ୍ରୀଡ଼ା ସହ ଜଡ଼ିତ ୩୬ କରୋନା ପଜିଟିଭ କେସ୍‌ ଠାବ କରିଥିଲେ। ଏହାକୁ ମିଶାଇ ବବଲ୍ସ ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି।

ଏନଏଚ୍‌ସି କହିଛି ଯେ ରବିବାର ସମଗ୍ର ଦେଶରୁ ୫୪ ନୂଆ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହାଙ୍ଗଝୋହ ଓ ସୁଇଫେନହେ ବର୍ତ୍ତମାନ ସମ୍ଭାବ୍ୟ କରୋନା ହଟସ୍ପଟ ତାଲିକାରେ ରହିଛନ୍ତି। କାରଣ ଏଠାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story