ଆମେରିକାରେ ଅଗ୍ନିବର୍ଷା, କାନାଡ଼ାରେ ୨୩୩ ଲୋକଙ୍କ ମୃତ୍ୟୁ

ଓ୍ୱାଶିଂଟନ: ସାରା ବିଶ୍ୱ କୋଭିଡରେ ଛଟପଟ ହେଉଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାରେ ଏବେ ଅସହ୍ୟ ତାତି ଦେଖିବାକୁ ମିଳିଛି। ଆଉ ଏହି ତାତିକୁ ସହିନପାରି କାନାଡ଼ାରେ ୨୦୦ରୁ ଅଧିକ ଲୋକ ଆଖି ବୁଜିଛନ୍ତି। ଏବେ କାନାଡାରେ ସର୍ବାଧିକ ତାପମାତ୍ରା ୪୯.୫ ଡିଗ୍ରୀ ସେଲ୍‌ସିୟସ ବା ୧୨୧ ଡିଗ୍ରୀ ଫାରେନ୍‌ହାଇଟ୍‌ ରହିଛି। ଯାହାକି ଏଯାବତ ସର୍ବାଧିକ ତାପମାତ୍ରା ବୋଲି ଜଣାପଡ଼ିଛି। ସିଟି ପୁଲିସ ଏବଂ ରୟାନ କାନାଡିଆନ ମାଉଣ୍ଟେଡ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। […]

CANADA-HEAT-WAVE

CANADA-HEAT-WAVE

Subhransu Sekhar
  • Published: Wednesday, 30 June 2021
  • Updated: 30 June 2021, 04:15 PM IST

Sports

Latest News

ଓ୍ୱାଶିଂଟନ: ସାରା ବିଶ୍ୱ କୋଭିଡରେ ଛଟପଟ ହେଉଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାରେ ଏବେ ଅସହ୍ୟ ତାତି ଦେଖିବାକୁ ମିଳିଛି। ଆଉ ଏହି ତାତିକୁ ସହିନପାରି କାନାଡ଼ାରେ ୨୦୦ରୁ ଅଧିକ ଲୋକ ଆଖି ବୁଜିଛନ୍ତି। ଏବେ କାନାଡାରେ ସର୍ବାଧିକ ତାପମାତ୍ରା ୪୯.୫ ଡିଗ୍ରୀ ସେଲ୍‌ସିୟସ ବା ୧୨୧ ଡିଗ୍ରୀ ଫାରେନ୍‌ହାଇଟ୍‌ ରହିଛି। ଯାହାକି ଏଯାବତ ସର୍ବାଧିକ ତାପମାତ୍ରା ବୋଲି ଜଣାପଡ଼ିଛି। ସିଟି ପୁଲିସ ଏବଂ ରୟାନ କାନାଡିଆନ ମାଉଣ୍ଟେଡ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। କାନାଡ଼ା ପରି ଆମେରିକାରେ ମଧ୍ୟ ଏହି ସମୟରେ ତାପବୃଦ୍ଧି କାରଣରୁ ଆକାଶରୁ ଅଗ୍ନି ବର୍ଷିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରବଳ ଗରମ ଯୋଗୁଁ ଶୁକ୍ରବାର ଗୋଟିଏ ଦିନରେ ଭ୍ୟାଙ୍କୋଭରରେ ୧୩୪ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ୬୫ ଜଣଙ୍କର ହଠାତ୍ ମୃତ୍ୟୁ ଘଟିଥିବା ସେଠିକାର ପୁଲିସ ଜାଣିବାକୁ ପାଇଛି। ରୌଦ୍ର ତାପ ଯୋଗୁଁ ଏହି ମୃତ୍ୟୁ ଘଟିଥିବା କୁହାଯାଉଛି। ମଙ୍ଗଳବାର ମଧ୍ୟ କାନାଡାରେ ତାପମାତ୍ରା ୧୦୦ ଉପରେ ରହିଥିବା ଜଣାପଡ଼ିଛି। ସେଠାକାର ପାଣିପାଗ ବିଭାଗ ଅନୁସାରେ ଭ୍ୟାଙ୍କୋଭରରୁ ୨୫୦ କିଲୋମିଟର ଦୂରରେ ଥିବା ଲେଟନରେ ତାପମାତ୍ରା ୧୨୧ ଡିଗ୍ରୀ ଫାରେନ୍‌ହାଇଟ୍‌ (୪୯.୫ ଡିଗ୍ରୀ ସେଲସିୟସ) ରହିଛି। ସୂଚନାଯୋଗ୍ୟ ଯେ ଭାରତବର୍ଷରେ ସର୍ବାଧିକ ତାପମାତ୍ରା ୨୦୧୬ ମସିହାରେ ରାଜସ୍ଥାନରେ ୫୧ ଡିଗ୍ରୀ ରେକର୍ଡ କରାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ଶୁକ୍ରବାରରୁ ସୋମବାର ମଧ୍ୟରେ କାନାଡ଼ାର ପଶ୍ଚିମ ଉପକୂଳରେ ଥିବା ବ୍ରିଟିଶ କଲମ୍ବିଆରେ ୨୩୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ବିଭିନ୍ନ ସ୍ଥାନରୁ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁର ଖବର ଆସିବାରେ ଲାଗିଛି।

ସ୍ଥିତି ଦିନକୁ ଦିନ ବିଗୁଡ଼ୁଥିବାରୁ ବ୍ରିଟିଶ କଲମ୍ବିଆ, ଆଲବର୍ଟ, ସାସକାଟଚେୱନ, ମନିଟୋବା, ୟୁକୋ ଓ ଉତ୍ତରପଶ୍ଚିମର କିଛି ଅଞ୍ଚଳ ପାଇଁ ହିଟୱେଭ ସତର୍କ ସୂଚନା ଜାରି କରାଯାଇଛି। ଆଉ ଗୋଟିଏ ସପ୍ତାହ ପାଇଁ ଏପରି ଐତିହାସିକ ଓ ବିପଦଜନକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି କାନାଡା ସରକାର ସମସ୍ତଙ୍କୁ ଅବଗତ କରାଇଛନ୍ତି।

ପୁଲିସ ସାର୍ଜେଣ୍ଟ ଷ୍ଟିବ୍ ଏଡିସନ କହିଛନ୍ତି, ଭ୍ୟାଙ୍କୋଭରରେ ପୂର୍ବରୁ ଏଭଳି ଅଗ୍ନି ବର୍ଷା ହୋଇନଥିଲା। ପ୍ରବଳ ଗରମ ପାଇଁ ଶତାଧିକ ଲୋକ ଶୁକ୍ରବାର ପ୍ରାଣ ହାରିଛନ୍ତି। ତେବେ ପାଖାପାଖି ଅଞ୍ଚଳରେ ମଧ୍ୟ ସମାନ କାରଣ ପାଇଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଥିବା ବେଳେ ଏ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ହଠାତ୍ ଏଭଳି ତାପମାତ୍ରା ବଢ଼ିବା ପଛର କାରଣ ଜଳବାୟୁରେ ପରିବର୍ତ୍ତନ ବୋଲି ଆକଳନ କରାଯାଉଛି। ବୈଷୟିକ ସ୍ତରରେ ୧୦୧୯ରେ ସର୍ବାଧିକ ଗରମ ହୋଇଥିବା କୁହାଯାଉଛି। ତେବେ କାନାଡର ପଡୋଶୀ ଦେଶ ଆମେରିକାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଥିବା ସୂଚନା ରହିଛି। ନେଶନାଲ ଓ୍ୱେଦରର ରିପୋର୍ଟ ଅନୁଯାୟୀ ପୋର୍ଟଲାଣ୍ଡ, ଅରେଗାନ, ସିଟ୍ଟଲ୍‌ ଓ ଓ୍ୱାଶିଂଟନରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇଛି। ୧୯୪୦ର ରେକର୍ଡ ଅନୁସାରେ ଏଭଳି ଗରମ ପୂର୍ବରୁ ଅନୁଭୂତ ହୋଇନଥିଲା। ପୂର୍ବରୁ ପୋର୍ଟଲ୍ୟାଣ୍ଡରେ ତାପମାତ୍ରା ୧୧୫ ଫାରେନ୍‌ହାଇଟ୍‌ ରେକର୍ଡ ହୋଇଥିବା ବେଳେ ସିଟ୍ଟଲରେ ସୋମବାର ୧୦୮ ଫାରେନ୍‌ହାଇଟ୍‌ ତାପମାତ୍ରା ରେକର୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story