କମ୍ୟୁନିଷ୍ଟ ପାର୍ଟି ମହାସଭାରେ ଗଲୱାନ ସଙ୍ଘର୍ଷର ଭିଡିଓ ଦେଖାଇଲା ଚୀନ୍‌

ବେଜିଂ: ଚୀନରେ ଏକ ସପ୍ତାହ ଯାଏଁ ଚାଲିବାକୁ ଥିବା ସତ୍ତାରୁଢ଼ କମ୍ୟୁନିଷ୍‌ଟ ପାର୍ଟିର ଏକ ମହତ୍ୱପୂର୍ଣ୍ଣ ଅଧିବେଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଏହି ଅଧିବେଶନ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୨୨ ଯାଏଁ ଚାଲିବ। ତେବେ ଏହି ବୈଠକର ଓପନିଂ ସେରେମୋନିରେ ଚୀନ୍ ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ସଙ୍ଘର୍ଷକୁ ମନେ ପକାଇଛି। ‘ଗ୍ରେଟ୍ ହଲ୍ ଅଫ୍ ପିପୁଲ୍‌’ରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ଘଟିଥିବା ଗଲ୍‌ୱାନ୍ […]

video-clip-of-galwan-valley

video-clip-of-galwan-valley

Madhupriya Mistry
  • Published: Monday, 17 October 2022
  • Updated: 17 October 2022, 09:38 AM IST

ବେଜିଂ: ଚୀନରେ ଏକ ସପ୍ତାହ ଯାଏଁ ଚାଲିବାକୁ ଥିବା ସତ୍ତାରୁଢ଼ କମ୍ୟୁନିଷ୍‌ଟ ପାର୍ଟିର ଏକ ମହତ୍ୱପୂର୍ଣ୍ଣ ଅଧିବେଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଏହି ଅଧିବେଶନ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୨୨ ଯାଏଁ ଚାଲିବ। ତେବେ ଏହି ବୈଠକର ଓପନିଂ ସେରେମୋନିରେ ଚୀନ୍ ଗଲୱାନ ଘାଟିରେ ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ସଙ୍ଘର୍ଷକୁ ମନେ ପକାଇଛି। ‘ଗ୍ରେଟ୍ ହଲ୍ ଅଫ୍ ପିପୁଲ୍‌’ରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ଘଟିଥିବା ଗଲ୍‌ୱାନ୍ ସଂଘର୍ଷର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

୨୦୨୦ ଜୁନ୍‌ରେ ଉକ୍ତ ସଂଘର୍ଷରେ ଆହତ ହୋଇଥିବା ଅନ୍ୟତମ ଚୀନ ସେନା କମାଣ୍ଡର୍ କ୍ୱିଇ ଫାବାଓ ମଧ୍ୟ ଉକ୍ତ ସମାବେଶରେ ଉପସ୍ଥିତ ଥିଲେ। ପ୍ରତି ୫ ବର୍ଷରେ ଥରେ ଆୟୋଜିତ ଉକ୍ତ ମହାସଭାରେ ଯୋଗ ଦେଇଥିବା ‘ପିପୁଲ୍‌ସ୍ ଲିବରେସନ୍ ଆର୍ମି ଏବଂ ‘ପିପୁଲ୍‌ସ୍ ଆର୍ମଡ୍ ପୁଲିସ୍‌’ର ୩୦୪ଜଣ ପ୍ରତିନିଧିଙ୍କ ମଧ୍ୟରେ ଫାବାଓ ଥିଲେ ଅନ୍ୟତମ।

ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ କହିଥିଲେ, ଯୁଦ୍ଧ ବାତାବରଣ ସୃଷ୍ଟି କରି ଚୀନ୍ ସାମରିକ ତାଲିମ ତୀବ୍ର କରିବ। ଲଢ଼ିବା ଓ ଜିତିବାକୁ ସୈନ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ମିଳିତ ତାଲିମ, ସେନା ସେନା ମଧ୍ୟରେ ମୁକାବିଲା ହେବା ଭଳି ତାଲିମ ଓ ହାଇ-ଟେକ୍ ତାଲିମ ଉପରେ ଗୁରୁତ୍ୱ ଦିଆଯିବ।

ନିୟମିତ ଭାବେ ଆମ ସେନା ବଳକୁ ମୁତୟନ କରି ଚୀନ୍ ଅଧିକ ଦକ୍ଷ ହେବ। ଏହା ଆମକୁ ଆମ ନିରାପତ୍ତା ସ୍ଥିତି, ନିରୁତ୍ସାହ ଏବଂ ସାମାଜିକ ସଂଘର୍ଷ ଓ ଆର୍ଥିକ ବିକାଶ ନିର୍ଦ୍ଧାରଣ କରିବା ସହ ଆଞ୍ଚଳିକ ଯୁଦ୍ଧରେ ବିଜୟ ହାସଲ କରିବାରେ ସହାୟକ ହେବ ବୋଲି ସି ଜିନ୍‌ପିଙ୍ଗ କହିଥିଲେ । କିନ୍ତୁ, ଆଞ୍ଚଳିକ ଯୁଦ୍ଧ କଥା କହିବା ବେଳେ ସି ନିର୍ଦ୍ଧିଷ୍ଟ କୌଣସି ଦେଶ କଥା ଉଲ୍ଲେଖ କରି ନାହାନ୍ତି।

ଉଲ୍ଲେଖ ଯୋଗ୍ୟ, ୧୫ ଜୁନ୍ ୨୦୨୦ରେ ଗଲୱାନ୍ ଘାଟିରେ ଭାରତୀୟ ସେନା ଓ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ। ଏହି ସଙ୍ଘର୍ଷରେ ଉଭୟ ଦେଶର ଅନେକ ସୈନ୍ୟ ମୃତାହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story