ଚାଇନାର ଆତଙ୍କବାଦୀ ପ୍ରୀତି: ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଅଟକାଇଲା

ମିଳିତ ଜାତିସଂଘ: ପୁଣିଥରେ ଚାଇନାର ଅସଲ ଚେହେରା ସାମ୍ନାକୁ ଆସିଛି। ମୁମ୍ବାଇ ୨୬/୧୧ ହମଲାରେ ସାମିଲ ଥିବା ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଚାଇନା ଅଟକାଇ ଦେଇଛି। ମୀରକୁ କଳାତାଲିକା ଭୁକ୍ତ କରି ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଓ ଭାରତ ସମେତ ଏକାଧିକ ରାଷ୍ଟ୍ର ପ୍ରସ୍ତାବ ଆଗତ କରିଥିଲେ। ହେଲେ ଚାଇନା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଭିଟୋ ପ୍ରୟୋଗ କରି ଏହା ଉପରେ […]

UN

UN

Hemant Lenka
  • Published: Saturday, 17 September 2022
  • Updated: 17 September 2022, 09:03 AM IST

Sports

Latest News

ମିଳିତ ଜାତିସଂଘ: ପୁଣିଥରେ ଚାଇନାର ଅସଲ ଚେହେରା ସାମ୍ନାକୁ ଆସିଛି। ମୁମ୍ବାଇ ୨୬/୧୧ ହମଲାରେ ସାମିଲ ଥିବା ଆତଙ୍କବାଦୀ ସାଜିଦ ମୀରକୁ କଳାତାଲିକା ଭୁକ୍ତ କରିବାକୁ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ଚାଇନା ଅଟକାଇ ଦେଇଛି। ମୀରକୁ କଳାତାଲିକା ଭୁକ୍ତ କରି ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ଓ ଭାରତ ସମେତ ଏକାଧିକ ରାଷ୍ଟ୍ର ପ୍ରସ୍ତାବ ଆଗତ କରିଥିଲେ। ହେଲେ ଚାଇନା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଭିଟୋ ପ୍ରୟୋଗ କରି ଏହା ଉପରେ ରୋକ ଲଗାଇ ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଜାତିସଂଘ ସୁରକ୍ଷା ପରିଷଦର ଅଲ କାଏଦା କଟକଣା କମିଟି ୧୨୬୭ ଅଧୀନରେ ଆମେରିକା ଓ ଭାରତ ସମର୍ଥନରେ ମୀରକୁ କଳା ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବ ଦ୍ୱାରା ମୀରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯିବା ସହ ତା’ର ସମ୍ପତ୍ତିକୁ ଜବତ ଓ ଯାତ୍ରା ଉପରେ ବ୍ୟାନ ଲଗାଯାଇଥାଆନ୍ତା। ହେଲେ ଚାଇନା ଏହି ପ୍ରସ୍ତାବକୁ ବିରୋଧ କରିଛି।

ଏହାପୂର୍ବରୁ ଗତମାସରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ଭାଇ ଅବଦୁଲ ରୌଫ ଆଝାରକୁ କଳା ତାଲିକାଭୁକ୍ତ କରିବାକୁ ଆମେରିକା ଓ ଭାରତ ଆଣିଥିବା ପ୍ରସ୍ତାବକୁ ମଧ୍ୟ ଜାତିସଂଘରେ ଚାଇନା ବିରୋଧ କରିଥିଲା। ଏବେ ମୀର କ୍ଷେତ୍ରରେ ମଧ୍ୟ ଚାଇନା ସମାନ ଆଭିମୁଖ୍ୟ ଗ୍ରହଣ କରିଛି।

ମୀର ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ୨୬/୧୧ ଆତଙ୍କବାଦୀ ହମଲାର ସେ ମୁଖ୍ୟ ହ୍ୟାଣ୍ଡେଲର ଥିଲା। ତା’କୁ ଧରିବା ପାଇଁ ଆମେରିବା ସରକାର ମଧ୍ୟ ୫ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ଜୁନ ମାସରେ ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ମୀରକୁ ୧୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

ଏହାପୂର୍ବରୁ ମୀର ପ୍ରାଣ ହରାଇ ସାରିଥିବା ପାକିସ୍ତାନ ସରକାର ସାରା ବିଶ୍ୱକୁ ଜଣାଇଥିଲେ। ହେଲେ ପଶ୍ଚିମ ଦେଶଗୁଡ଼ିକ ଏହାକୁ ବିଶ୍ୱାସ କରି ନଥିଲେ ଓ ମୀର ମୃତ୍ୟୁର ପ୍ରମାଣ ମାଗିଥିଲେ। ଆତଙ୍କବାଦୀଙ୍କ ପ୍ରତି ପାକିସ୍ତାନର ଦୋମୁହାଁ ନୀତିକୁ ଦେଶକୁ ବାରମ୍ବାର ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବାକୁ ପଡ଼ୁଛି।

ଏଥିରୁ ମୁକୁଳିବା ପାଇଁ ପାକିସ୍ତାନ ଯେତେ ଲୋକଦେଖାଣିଆ ଆତଙ୍କବାଦୀଙ୍କ ବିରୋଧରେ କାମ କରୁଥିଲେ ମଧ୍ୟ କିଛି ବି ସୁଫଳ ମିଳୁନି। ଏବେ ଚାଇନା ମଧ୍ୟ ଖୋଲାଖୋଲି ଭାବେ ମୀରର ସମର୍ଥନ କରିଛି।

ମୀର ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର ଜଣେ ବରିଷ୍ଠ ସଦସ୍ୟ। ୨୦୦୮ ମସିହା ୨୬/୧୧ ମୁମ୍ବାଇ ଆକ୍ରମଣ ବେଳେ ମୀର ଲସ୍କର ଅପରେସନ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲା। ମୁମ୍ବାଇରେ କେମିତି ହମଲା ହେବ ଓ ୧୦ ଆତଙ୍କବାଦୀ କେମିତି ଭାରତରେ ପହଞ୍ଚିବେ, ତା’ର ସବୁ ରୋଡମ୍ୟାପ ମୀର ହିଁ ପ୍ରସ୍ତୁତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story