ମହାମାରୀ କରୋନା ହେବ ଏଣ୍ଡେମିକ୍‌! ଥାଇଲ୍ୟାଣ୍ଡରୁ ଡେନମାର୍କ ଯାଏ କ’ଣ ରହିଛି ସ୍ଥିତି

ନୂଆଦିଲ୍ଲୀ: ଦୀର୍ଘ ଅଢ଼େଇ ବର୍ଷ ହେଲା ସମଗ୍ର ବିଶ୍ୱକୁ ଆଉଟପାଉଟ କରୁଥିବା ମହାମାରୀ କରୋନା ଏବେ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଅନେକ ଦେଶ ବିଚାର କରିବା ଆରମ୍ଭ କଲେଣି। ବିଶେଷ କରି କରୋନା ଏବେ ମହାମାରୀରୁ ଏଣ୍ଡେମିକ ପର୍ଯ୍ୟାୟରେ ପ୍ରବେଶ କରିଥିବା କୁହାଯାଉଛି। ଏଣ୍ଡେମିକ ପର୍ଯ୍ୟାୟରେ ପ୍ରବେଶ କରିବାର ଅର୍ଥ ଦେଶରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ସଂକ୍ରମଣ ଜାରି ରହିବ। ଯାହାକୁ ଅତି ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଏପରି ସ୍ଥିତି ଦେଖାଦେଲେ, ତା’କୁ […]

Corona1

Corona1

Hemant Lenka
  • Published: Saturday, 29 January 2022
  • Updated: 29 January 2022, 12:32 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଅଢ଼େଇ ବର୍ଷ ହେଲା ସମଗ୍ର ବିଶ୍ୱକୁ ଆଉଟପାଉଟ କରୁଥିବା ମହାମାରୀ କରୋନା ଏବେ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଅନେକ ଦେଶ ବିଚାର କରିବା ଆରମ୍ଭ କଲେଣି। ବିଶେଷ କରି କରୋନା ଏବେ ମହାମାରୀରୁ ଏଣ୍ଡେମିକ ପର୍ଯ୍ୟାୟରେ ପ୍ରବେଶ କରିଥିବା କୁହାଯାଉଛି।

ଏଣ୍ଡେମିକ ପର୍ଯ୍ୟାୟରେ ପ୍ରବେଶ କରିବାର ଅର୍ଥ ଦେଶରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ସଂକ୍ରମଣ ଜାରି ରହିବ। ଯାହାକୁ ଅତି ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଏପରି ସ୍ଥିତି ଦେଖାଦେଲେ, ତା’କୁ ଏଣ୍ଡେମିକ ପର୍ଯ୍ୟାୟ କୁହାଯାଏ। କିନ୍ତୁ ଏହି ପର୍ଯ୍ୟାୟର ଅର୍ଥ କରୋନା ସଂପୂର୍ଣ୍ଣ ଲୋପ ପାଇଯାଇଛି ବୋଲି ବିଚାର କରାଯାଇ ପାରିବ ନାହିଁ।

ମହାମାରୀ କରୋନାକୁ ଏଣ୍ଡେମିକ ଭାବେ ଘୋଷଣା କରିବାକୁ ଥାଇଲ୍ୟାଣ୍ଡ ସରକାର ନୂଆ ଗାଇଡଲାଇନକୁ ଗ୍ରହଣ କରିଛନ୍ତି। ସେହିପରି ଡେନମାର୍କ ପ୍ରଶାସନ କରୋନା ପାଇଁ ଲାଗୁ କରିଥିବା କଟକଣାକୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି।
ଥାଇଲ୍ୟାଣ୍ଡ ସ୍ୱାସ୍ଥ୍ୟ ଅଧିକାରୀମାନେ ନୂଆ ଗାଇଡଲାଇନ ପ୍ରଣୟନ କରିଛନ୍ତି।

ଏଥିରେ କରୋନା ଭାଇରସକୁ କେଉଁ ପର୍ଯ୍ୟାୟରେ ଏଣ୍ଡେମିକ ଭାବେ ଘୋଷଣା କରାଯିବ, ସେ ବିଷୟରେ ଉଲ୍ଲେଖ କରାଯାଇଛି। କରୋନାକୁ ଏଣ୍ଡେମିକ ରୋଗ ଭାବେ ବିବେଚନା କରିବା ପାଇଁ ଆବଶ୍ୟକ ମାନଦଣ୍ଡ ମଧ୍ୟରୁ ଥାଇଲ୍ୟାଣ୍ଡ ୩ଟି ପୂରଣ କରିପାରିଛି।

କିନ୍ତୁ ଜନସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ରୁଙ୍ଗରୁଏଙ୍ଗ କିଟଫାଟି କହିଛନ୍ତି, କୋଭିଡ ୧୯କୁ ଗୋଟିଏ ସାଧାରଣ ଥଣ୍ଡା ରୋଗ ଭାବେ ବିବେଚନା କରିବାକୁ ସରକାରଙ୍କୁ ଆଉ ୬ ମାସରୁ ଗୋଟିଏ ବର୍ଷ ସମୟ ଲାଗିବ। ମହାମାରୀ କରୋନାକୁ ଏଣ୍ଡେମିକ ଭାବେ ଘୋଷଣା କରିବା ପାଇଁ National Communicable Disease Committee ୩ଟି ମାନଦଣ୍ଡ ଜାରି କରିଛି।

ପ୍ରଥମ ମାନଦଣ୍ଡ ହେଲା ହେଲା ଯଦି ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ତଳେ ରହିବ, ଦ୍ୱିତୀୟଟି ହେଲା ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକ ସଂଖ୍ୟା ଅନୁଯାୟୀ ମୃତ୍ୟୁହାର ୦.୧% ବା ତା’ର ତଳେ ରହିବ ଓ ତୃତୀୟଟି ହେଲା ସଂକ୍ରମିତ ହେବା ଆଶଙ୍କା ଥିବା ୮୦%ରୁ ଅଧିକ ଲୋକ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିଲେ ମହାମାରୀକୁ ଏଣ୍ଡେମିକ ରୋଗ ଭାବେ ବିବେଚନା କରାଯାଇ ପାରିବ। ବର୍ତ୍ତମାନ ଥାଇଲ୍ୟାଣ୍ଡ ଏହି ୩ଟି ଯାକ ମାନଦଣ୍ଡକୁ ପୂରଣ କରିପାରିଛି।

ଡେନମାର୍କ କଟକଣା ହଟାଇବ

ଦେଶରେ ଲାଗୁ ହୋଇଥିବା ଟ୍ରାଭେଲ କଟକଣାକୁ ହଟାଇବା ପାଇଁ ଡେନମାର୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧ରୁ ନୂଆ ନିୟମ ଲାଗୁ ହେବ। ସେହିପରି ଡେନମାର୍କରେ ପ୍ରବେଶ ପାଇଁ ଅନୁମତିପ୍ରାପ୍ତ ଟିକାର ତାଲିକା ମଧ୍ୟ ବଢ଼ିବ। କୋଭିସିଲ୍ଡ, କୋଭାକ୍ସିନ, ସିନୋଭାକ ଓ ସିନୋଫାର୍ମ ଟିକା ନେଇଥିଲେ ମଧ୍ୟ ଡେନମାର୍କରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ସରକାର କହିଛନ୍ତି।

ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କ ଉପରେ କୌଣସି ପ୍ରକାରର ଟ୍ରାଭେଲ କଟକଣା ରହିବ ନାହିଁ। ବାହାର ଦେଶରୁ ଆସୁଥିବା ଲୋକମାନେ ବୈଧ ଟିକା ପ୍ରମାଣପତ୍ର ଓ ସୁସ୍ଥ ହେବାର ପ୍ରମାଣ ଦେଖାଇଲେ ଡେନମାର୍କରେ ପ୍ରବେଶ କରିପାରିବେ। ତେବେ ଅନୁମୋଦନପ୍ରାପ୍ତ ଟିକା ନେଇ ନଥିବା ଲୋକ ଓ କରୋନାରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ପାଇଁ କଟକଣା ବଳବତ୍ତର ରହିବ।

ବ୍ରିଟେନରେ ଆରମ୍ଭ ହେବ ଫାଇଜର ବଟିକାର ବ୍ୟବହାର

ଆସନ୍ତା ମାସରୁ ବ୍ରିଟେନ ସରକାର ଫାଇଜର ପ୍ରସ୍ତୁତ କରିଥିବା କୋଭିଡ-୧୯ ବଟିକା ବ୍ୟବହାର କରିବା ଆରମ୍ଭ କରିବ। ଯେଉଁମାନଙ୍କ କ୍ଷେତ୍ରରେ ଟିକାର ପ୍ରଭାବ କମ ରହୁଛି, ସେହିପରି ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରଥମେ ଏହି ବଟିକାର ବ୍ୟବହାର କରାଯିବ।

ଫେବୃଆରୀ ୧୦ରୁ ହଜାର ହଜାର ଲୋକମାନେ ଫାଇଜର ପ୍ରସ୍ତୁତ କରିଥିବା ପାକ୍ସଲୋଭିଡ ବଟିକା ଉପଲବ୍ଧ ହେବ। ବ୍ରିଟେନରେ ପୂର୍ବରୁ ଓମିକ୍ରନର ବିଏ.୧ ଭାରିଏଣ୍ଟ କାୟା ବିସ୍ତାର କରୁଥିବା ବେଳେ ଏବେ ବିଏ.୨ ଭାରିଏଣ୍ଟ ଅଧିକ ମାତ୍ରାରେ ଚିହ୍ନଟ ହେଉଛି। ତେବେ ଏଥିଯୋଗୁ କୌଣସି ପ୍ରକାରର ସାଂଘାତିକ ସ୍ଥିତି ସୃଷ୍ଟି ହୋଇନି ବୋଲି ସେଠାକାର ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story