କୋଭିଡକୁ ସାଧାରଣ ଫ୍ଲୁ ଭାବେ ଗ୍ରହଣ କରିବ ୟୁରୋପ!

ବ୍ରିଟେନ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୟୁରୋପରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏବେ ଓମିକ୍ରନ ଦ୍ୱାରା ପ୍ରଭାବିତ ହୋଇଥିବା ୟୁରୋପୀୟ ଦେଶଗୁଡ଼ିକ ବଡ଼ ପଦକ୍ଷେପ ନେବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି। ୟୁରୋପର କିଛି ଦେଶ ଏଣିକି କୋଭିଡକୁ ସାଧାରଣ ଫ୍ଲୁ ଭାବେ ବିବେଚନା କରାଯିବା ସପକ୍ଷରେ ମତ ଦେଇଛନ୍ତି। ସାଧାରଣ ଫ୍ଲୁ ପାଇଁ ଯେଉଁ ସବୁ ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଉଥିଲା, ଏବେ କୋଭିଡ କ୍ଷେତ୍ରରେ ସମାନ ନୀତି ଗ୍ରହଣ […]

Omicron

Omicron

Hemant Lenka
  • Published: Wednesday, 12 January 2022
  • Updated: 12 January 2022, 04:28 PM IST

Sports

Latest News

ବ୍ରିଟେନ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୟୁରୋପରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏବେ ଓମିକ୍ରନ ଦ୍ୱାରା ପ୍ରଭାବିତ ହୋଇଥିବା ୟୁରୋପୀୟ ଦେଶଗୁଡ଼ିକ ବଡ଼ ପଦକ୍ଷେପ ନେବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି। ୟୁରୋପର କିଛି ଦେଶ ଏଣିକି କୋଭିଡକୁ ସାଧାରଣ ଫ୍ଲୁ ଭାବେ ବିବେଚନା କରାଯିବା ସପକ୍ଷରେ ମତ ଦେଇଛନ୍ତି।

ସାଧାରଣ ଫ୍ଲୁ ପାଇଁ ଯେଉଁ ସବୁ ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଉଥିଲା, ଏବେ କୋଭିଡ କ୍ଷେତ୍ରରେ ସମାନ ନୀତି ଗ୍ରହଣ କରାଯିବାର ସମୟ ଆସି ଯାଇଛି। କାରଣ କରୋନା ସହ ସବୁଦିନେ ରହିବାକୁ ପଡ଼ିବ ବୋଲି ସ୍ପେନ ସରକାର କହିଛନ୍ତି।

କରୋନା ସହ ଲୋକମାନେ ବଞ୍ଚିବା ଆରମ୍ଭ କରିବା ପ୍ରସ୍ତାବକୁ ବଡ଼ବଡ଼ ୟୁରୋପୀୟ ଦେଶଗୁଡ଼ିକ ପ୍ରୋତ୍ସାହିତ କରୁଛନ୍ତି। ଏହା ସମସ୍ତ ପାଖରେ ଗ୍ରହଣୀୟ ହେବା ସହ ସରକାରଙ୍କ କରୋନା ବିରୋଧୀ ରଣନୀତିକୁ ଅଧିକ ଶକ୍ତି ମିଳିଛି। ବ୍ରିଟେନର ଶିକ୍ଷା ମନ୍ତ୍ରୀ ନଦିମ ଜାହାୱି କହିଛନ୍ତି, “ବର୍ତ୍ତମାନ ବ୍ରିଟେନ ମହାମାରୀର ଶେଷ ଭାଗରେ ପହଞ୍ଚି ଯାଇଛି। ଅର୍ଥାତ ଏଣ୍ଡେମିକ୍‌ ଷ୍ଟେଜରେ ଖୁବଶୀଘ୍ର ବ୍ରିଟେନ ରହିବ। ଏହାର ଅର୍ଥ କରୋନା ଶେଷ ହେବନି। କିନ୍ତୁ ଏହା ସହ ବଞ୍ଚି ରହିବାର କୌଶଳ ଦେଶବାସୀ ଶଖିବା ଆରମ୍ଭ କରିବେ।”

ଓମିକ୍ରନ ଯୋଗୁ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କିମ୍ବା ମୃତ୍ୟୁହାର ବଢ଼ୁନାହିଁ। ଏଥିପାଇଁ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ କହିଛନ୍ତି, ଆମେ କରୋନା ମହାମାରୀକୁ ଏଣ୍ଡେମିକ ରୋଗ ଭାବେ ବିବେଚନା କରିବାର ସମୟ ଆସି ଯାଇଛି। କାରଣ ମହାମାରୀ କରୋନାର ଏଣ୍ଡେପିକ୍‌ ପର୍ଯ୍ୟାୟ ୟୁରୋପରେ ଦେଖିବାକୁ ମିଳୁଛି। ପୂର୍ବରୁ କରୋନାକୁ ଯେଉଁଭଳି ବିବେଚନା କରାଯାଉଥିଲା, ଏବେ ଉକ୍ତ ଆଭିମୁଖ୍ୟକୁ ପରିବର୍ତ୍ତନ କରିବା ଦିଗରେ ୟୁରୋପୀୟ ଦେଶଗୁଡ଼ିକ ଚିନ୍ତା କରିବା ଉଚିତ। ଏହାକୁ ସାଧାରଣ ଫ୍ଲୁ ଭାବେ ଦେଖିବା ଦରକାର ବୋଲି ସେ କହିଛନ୍ତି।

କୋଭିଡ ସଂକ୍ରମଣ ହାର ୟୁରୋପରେ ରେକର୍ଡ କରୁଥିବା ବେଳେ ଆୟର୍ଲ୍ୟାଣ୍ଡ ଦେଶବାସୀଙ୍କ ପାଇଁ ଟିକାକରଣ ସ୍ୱେଚ୍ଛାକୃତ କରିଛି। ବେଲଜିୟମ ମଧ୍ୟ ଲୋକମାନଙ୍କ ଉପରେ ଟିକା ନେବାର ନିଷ୍ପତ୍ତି ଛାଡ଼ି ଦେଇଛି। ଅନେକ ଦେଶ କ୍ୱାରେଣ୍ଟିନ ଅବଧିକୁ ହ୍ରାସ କରିବା ଆରମ୍ଭ କରିଛନ୍ତି।

ସେମାନେ ଜରୁରୀ ସେବା ଗୁଡ଼ିକ କେମିତି ଚାଲୁ ରହିବ, ତା’ ଉପରେ ଗୁରୁତ୍ୱ ଦେଉଛନ୍ତି। ଚେକ ଗଣରାଜ୍ୟରେ ପୂର୍ବରୁ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ୨ ସପ୍ତାହ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ପଡ଼ୁଥିଲା। ହେଲେ ଏହି ଅବଧିକୁ ୫ ଦିନକୁ ହ୍ରାସ କରାଯାଇଛି। ଅର୍ଥାତ ୫ ଦିନ କ୍ୱାରେଣ୍ଟିନରେ ରହିବା ପରେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ଘୋଷିତ ହେବେ।

ୟୁରୋପୀୟ ଦେଶଗୁଡ଼ିକ ଟ୍ରାଭେଲ କଟକଣାକୁ ଲଗାଇ ମଧ୍ୟ କୌଣସି ଲାଭ ପାଇନାହାନ୍ତି। ବ୍ରିଟେନ ପ୍ରଥମ ରାଷ୍ଟ୍ର ଭାବେ ଦକ୍ଷିଣ ଆଫ୍ରିକା ସହ ବିମାନ ଚଳାଚଳ ବନ୍ଦ କରିଥିଲା। କାରଣ ଏଠାରେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଥିଲା। ତଥାପି ବ୍ରିଟେନରେ ଓମିକ୍ରନର ଲହର ସାଂଘାତିକ ସୃଷ୍ଟି କରିଛି।

ଫ୍ରାନ୍ସ ସଂକ୍ରମଣ ପାଇଁ ବିମାନ ଉଡ଼ାଣ ଉପରେ କଟକଣା ଲଗାଇଥିଲା। ହେଲେ ଏଠାରେ ସଂକ୍ରମଣ ହାର ବ୍ରିଟେନକୁ ପାର କରି ଯାଇଛି। ସେହିପରି ଗତ ୭ ଦିନ ମଧ୍ୟରେ ସ୍ପେନରେ ୬,୯୨,୦୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏଯାଏ କେବଳ ୧୩.୪% ହସ୍ପିଟାଲ ବେଡ୍‌ରେ କରୋନା ରୋଗୀଙ୍କୁ ଭର୍ତ୍ତି ହେବାକୁ ପଡ଼ିଛି।

ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ଡେନମାର୍କ ସରକାର ସମସ୍ତ ପ୍ରକାରର କୋଭିଡ କଟକଣା ହଟାଇ ଦେଇଥିଲେ। ନେଦରଲ୍ୟାଣ୍ଡ୍ସରେ ମାସ୍କ ନିୟମକୁ ଇଚ୍ଛାଧୀନ କରାଯାଇଥିଲା। ହେଲେ ଏବେ ସଂକ୍ରମଣ ବଢ଼ିବାରୁ ପୁଣିଥରେ କଟକଣା ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story