୫ କୋଟି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ସ୍ୱୀକାର କଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପ୍ରାୟ ୫ କୋଟି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍ ହୋଇଛି। ଶୁକ୍ରବାର ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ଏହା ସ୍ୱୀକାର କରିଛନ୍ତି। ହ୍ୟାକର୍‌ମାନେ ଫେସବୁକ୍‌ କୋଡ୍‌ର ଏକ ଫିଚର୍‌ ବ୍ୟବହାର କରି ଏହିସବୁ ଆକାଉଣ୍ଟକୁ ହ୍ୟାକ୍‌ କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ପାଖାପାଖି ୯କୋଟି ଫେସ୍‌ବୁକ୍‌ ୟୁଜର୍ସ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଆକାଉଣ୍ଟ୍‌କୁ ଲଗ୍‌ ଆଉଟ୍‌ କରି ଦେଇଛନ୍ତି। ଏହି ହ୍ୟାକ୍‌ ଘଟଣା ମଙ୍ଗଳବାର ଫେସବୁକ୍‌ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ପ୍ରାୟ ୫ କୋଟି ଆକାଉଣ୍ଟ୍‌ ହ୍ୟାକ୍‌ […]

jukerberg

jukerberg

Chinmayee Roy
  • Published: Saturday, 29 September 2018
  • Updated: 29 September 2018, 03:29 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପ୍ରାୟ ୫ କୋଟି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍ ହୋଇଛି। ଶୁକ୍ରବାର ଫେସ୍‌ବୁକ୍‌ କର୍ତ୍ତୃପକ୍ଷ ଏହା ସ୍ୱୀକାର କରିଛନ୍ତି।

ହ୍ୟାକର୍‌ମାନେ ଫେସବୁକ୍‌ କୋଡ୍‌ର ଏକ ଫିଚର୍‌ ବ୍ୟବହାର କରି ଏହିସବୁ ଆକାଉଣ୍ଟକୁ ହ୍ୟାକ୍‌ କରିଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ପାଖାପାଖି ୯କୋଟି ଫେସ୍‌ବୁକ୍‌ ୟୁଜର୍ସ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଆକାଉଣ୍ଟ୍‌କୁ ଲଗ୍‌ ଆଉଟ୍‌ କରି ଦେଇଛନ୍ତି।

ଏହି ହ୍ୟାକ୍‌ ଘଟଣା ମଙ୍ଗଳବାର ଫେସବୁକ୍‌ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ପ୍ରାୟ ୫ କୋଟି ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ଜାଣିବା ପରେ ଫେସ୍‌ବୁକ୍‌ ଇଞ୍ଜିନିୟର୍ସ ଟିମ୍‌ ଏହାକୁ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ଫେସ୍‌ବୁକ୍‌ ପ୍ରଡକ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ପକ୍ଷରୁ କୁହାଯାଇଛି। 

ତେବେ ହ୍ୟାକ୍‌ ସମ୍ପର୍କରେ ସୂଚନା ପାଇବା ପରେ ଫେସବୁକ୍‌ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ଏହାର ସମାଧାନ ଉଦ୍ୟମ କରିଥିଲେ। ଏବେ ସମସ୍ତ ଆକାଉଣ୍ଟ୍‌ ସୁରକ୍ଷିତ ରହିଛି ବୋଲି ଫେସ୍‌ବୁକ୍‌ ମ୍ୟାନେଜ୍‌ମେଣ୍ଟ୍‌ ପକ୍ଷରୁ କୁହାଯାଇଛି।

ତେବେ ପ୍ରଥମଥର ପାଇଁ ଏତେସଂଖ୍ୟକ ଆକାଉଣ୍ଟ୍‌ ହ୍ୟାକ୍‌ କରିବାରେ ହ୍ୟାକର୍‌ମାନେ ସଫଳ ହୋଇଥିବାରୁ ଫେସ୍‌ବୁକ୍‌ ପେଜ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଏହାପୂର୍ବରୁ କ୍ୟାମ୍ବ୍ରିଜ୍‌ ଆନାଲିଟିକା କମ୍ପାନୀ ଲୋକଙ୍କ ଫେସ୍‌ବୁକ୍‌ ତଥ୍ୟକୁ ଲିକ୍‌ କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣା ପରେ ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ  କହିଥିଲେ, ‘ଏବେ ଆପଣଙ୍କ ଡାଟାକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ। ଯଦି ଆମେ ଏହା କରିପାରିବୁ ନାହିଁ, ତେବେ ଆମେ ଆପଣଙ୍କୁ ସେବା ଯୋଗାଇବାକୁ ଯୋଗ୍ୟ ନୁହେଁ।’

ଡାଟା ଶେୟାରିଂ ଓ ପ୍ରାଇଭେସି ପଲିସିକୁ ନେଇ ଫେସବୁକ୍‌ ଏବେ ବି ବିଭିନ୍ନ ସୁରକ୍ଷା ଏଜନ୍ସିର ସ୍କାନର୍‌ରେ ରହିଛି।

କ୍ୟାମ୍ବ୍ରିଜ୍‌ ଆନାଲିଟିକା ସ୍କାଣ୍ଡାଲ୍‌ ନଜରକୁ ଆସିବା ପରେ ସିକ୍ୟୁରିଟି ଓ ଏକ୍ସଚେଞ୍ଜ କମିଶନ୍‌ ଫେସବୁକ୍‌ ବିରୋଧରେ ଆବଶ୍ୟକ ଯାଞ୍ଚ୍‌ ମଧ୍ୟ ଆରମ୍ଭ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos