ତାଲିବାନ-ଆତଙ୍କୀ ସଂଗଠନ ହକ୍କାନୀ ନେଟୱର୍କ ଭିତରେ ଲିଙ୍କ ନାହିଁ କହିଲା ଆମେରିକା

ୱାଶିଂଟନ: ତାଲିବାନ ଓ ଆତଙ୍କୀ ସଂଗଠନ ହକ୍କାନୀ ନେଟୱର୍କ ମିଳିତ ଭାବେ କାମ କରୁଥିଲେ ହେଁ ଆମେରିକା କିନ୍ତୁ ଏହାକୁ ସ୍ୱୀକାର କରିନାହିଁ। ଦୁଇ ସଂଗଠନ ମଧ୍ୟରେ କୌଣସି ସମ୍ପର୍କ ନାହିଁ ଓ ଏମାନେ ଦୁଇଟି ପୃଥକ ପୃଥକ ସଂସ୍ଥା ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଫଗାନିସ୍ତାନରେ ହକ୍କାନୀ ନେଟୱର୍କର ମୁଖ୍ୟ ଆତଙ୍କୀ ବୁଲୁଥିବା ଜଣାପଡ଼ିବା ପରେ ତାଲିବାନର ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଏ ସବୁ ଭିତରେ ଆମେରିକା ପକ୍ଷରୁ ଏପରି ବୟାନ ଦିଆଯାଇଛି। […]

Haqqani

Haqqani

Hemant Lenka
  • Published: Saturday, 28 August 2021
  • Updated: 28 August 2021, 12:53 PM IST

ୱାଶିଂଟନ: ତାଲିବାନ ଓ ଆତଙ୍କୀ ସଂଗଠନ ହକ୍କାନୀ ନେଟୱର୍କ ମିଳିତ ଭାବେ କାମ କରୁଥିଲେ ହେଁ ଆମେରିକା କିନ୍ତୁ ଏହାକୁ ସ୍ୱୀକାର କରିନାହିଁ। ଦୁଇ ସଂଗଠନ ମଧ୍ୟରେ କୌଣସି ସମ୍ପର୍କ ନାହିଁ ଓ ଏମାନେ ଦୁଇଟି ପୃଥକ ପୃଥକ ସଂସ୍ଥା ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆଫଗାନିସ୍ତାନରେ ହକ୍କାନୀ ନେଟୱର୍କର ମୁଖ୍ୟ ଆତଙ୍କୀ ବୁଲୁଥିବା ଜଣାପଡ଼ିବା ପରେ ତାଲିବାନର ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଏ ସବୁ ଭିତରେ ଆମେରିକା ପକ୍ଷରୁ ଏପରି ବୟାନ ଦିଆଯାଇଛି।

ୱାଶିଂଟନ ପକ୍ଷରୁ ତାଲିବାନ ସହ କାବୁଲ ଏୟାରପୋର୍ଟର ସୁରକ୍ଷା ସଂକ୍ରାନ୍ତ ତଥ୍ୟ ଶେୟାର କରାଯାଇଛି। ତାଲିବାନ ଏହାକୁ ଆତଙ୍କୀ ସଂଗଠନ ହକ୍କାନୀ ନେଟୱର୍କ ସହ ଶେୟାର କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟର ମୁଖପାତ୍ର ନେଦ ପ୍ରାଇସ କହିଛନ୍ତି, “ତାଲିବାନ ଓ ହକ୍କାନୀ ନେଟୱର୍କ ଦୁଇଟି ଭିନ୍ନ ସଂସ୍ଥା। ଏମାନଙ୍କ ମଧ୍ୟରେ କୌଣସି ଲିଙ୍କ ନାହିଁ।”

୨୦୧୨ ମସିହାରେ ଆମେରିକା ହକ୍କାନୀ ନେଟୱର୍କକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଛି। ଏହାସତ୍ତ୍ୱେ ହକ୍କାନୀ ସହ ତାଲିବାନର ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି। ଜାତୀୟ ଆତଙ୍କ ନିରୋଧୀ ସେଣ୍ଟର କହିଛି, ହକ୍କାନୀକୁ ସବୁଠାରୁ ମାରାତ୍ମକ ସଂଗଠନ ଭାବେ ବିବେଚନା କରାଯାଉଛି। ଏହି ଆତଙ୍କୀ ସଂଗଠନ ଆମେରିକା, ଏହାର ସହଯୋଗୀ ଓ ଆଫଗାନ ଫୋର୍ସ ଉପରେ ଆକ୍ରମଣ କରୁଛି।

ଆଫଗାନିସ୍ତାନରେ ହକ୍କାନୀ ନେଟୱର୍କ ଆମେରିକା ଫୋର୍ସ ଓ ସାଧାରଣ ଲୋକଙ୍କ ଉପରେ ହମଲା କରିବାର ନଜିର ରହିଛି। ଏଥିପାଇଁ ଏହାକୁ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଥିଲା।

୧୦ ବର୍ଷ ତଳେ ହକ୍କାନୀର କୁଖ୍ୟାତ ଆତଙ୍କୀ ଖଲିଲ ହକ୍କାନୀର ମୁଣ୍ଡ ଉପରେ ଆମେରିକା ୫ ମିଲିୟନର ପୁରସ୍କାର ଘୋଷଣା କରିଥିଲା। ତଥାପି ସେ ସବୁବେଳେ ବେଧଡ଼କ ପାକିସ୍ତାନ ମିଲିଟାରୀ ମୁଖ୍ୟାଳୟକୁ ଯାଉଥିଲା। ସେ ଏବେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଶାସନ ବ୍ୟବସ୍ଥାରେ ସାମିଲ ହେବାକୁ ଯାଉଛି। ତାକୁ ଆଫଗାନିସ୍ତାନରେ ଆମେରିକାର ଅତ୍ୟାଧୁନିକ ଏମ-୪ ରାଇଫଲ ସହ ବୁଲୁଥିବା ଦେଖିବାକୁ ମିଳିଛି। ଏପରି କି କିଛି ବନ୍ଧୁକଧାରୀ ମଧ୍ୟ ତା’କୁ ସୁରକ୍ଷା ଯୋଗାଇ ଦେଇଛନ୍ତି। ତାଲିବାନ ମଧ୍ୟ ଖଲିଲକୁ ଆଫଗାନର ନୂଆ ସୁରକ୍ଷା ମୁଖ୍ୟ ଭାବେ ଦାୟିତ୍ୱ ଦେଇଛି। ଏହା ସତ୍ତ୍ୱେ ଆମେରିକା ତାଲିବାନ ସହ ହକ୍କାନୀର ସମ୍ପର୍କ ନଥିବା କହିଛି। ଏଥିସହ ସୁରକ୍ଷା ସମ୍ପର୍କିତ ତଥ୍ୟ ତାଲିବାନ ସହ ଶେୟାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos