Advertisment

ସେନା ମୁଖ୍ୟଙ୍କୁ ଭେଟିବା ପରେ ନିଷ୍ପତ୍ତି ବଦଳାଇଲେ ଇମ୍ରାନ ଖାନ

ଇସଲାମାବାଦ: ଅନାସ୍ଥା ଭୋଟ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ପୁଣି ଗୋଟିଏ ବଡ଼ ଖବର ଆସିଛି। ସଂସଦରେ ତାଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବାରୁ ଆଜି ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରି ନିଜ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା। ହେଲେ ଏବେ ଇମ୍ରାନ ଖାନ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। ସେ ଦେଶକୁ ସମ୍ବୋଧନ କରିବା ପାଇଁ କରିଥିବା ଯୋଜନାକୁ ବାତିଲ କରି ଦେଇଛନ୍ତି। ଏହି ନିଷ୍ପତ୍ତି ପୂର୍ବରୁ ଇମ୍ରାନ ଖାନ […]

ସେନା ମୁଖ୍ୟଙ୍କୁ ଭେଟିବା ପରେ ନିଷ୍ପତ୍ତି ବଦଳାଇଲେ ଇମ୍ରାନ ଖାନ

Imran-khan.jpg1

Advertisment

ଇସଲାମାବାଦ: ଅନାସ୍ଥା ଭୋଟ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ପୁଣି ଗୋଟିଏ ବଡ଼ ଖବର ଆସିଛି। ସଂସଦରେ ତାଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବାରୁ ଆଜି ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରି ନିଜ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା।

Advertisment

ହେଲେ ଏବେ ଇମ୍ରାନ ଖାନ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। ସେ ଦେଶକୁ ସମ୍ବୋଧନ କରିବା ପାଇଁ କରିଥିବା ଯୋଜନାକୁ ବାତିଲ କରି ଦେଇଛନ୍ତି। ଏହି ନିଷ୍ପତ୍ତି ପୂର୍ବରୁ ଇମ୍ରାନ ଖାନ ପାକିସ୍ତାନର ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜୱା ଓ ଆଇଏସଆଇ ମହାନିର୍ଦ୍ଦେଶକ ଲେଫଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମଙ୍କୁ ଭେଟିଥିଲେ।

ଇମ୍ରାନ ଖାନଙ୍କ ସହ ଆଲୋଚନା କରିବା ପାଇଁ ବାଜୱା ଓ ଅଞ୍ଜୁମ ଆଜି ମଧ୍ୟାହ୍ନରେ ତାଙ୍କ ବାସଭବନରେ ପହଞ୍ଚିଥିଲେ। ଏହାପରେ ସମସ୍ତେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ। ବୈଠକ ପରେ ଇମ୍ରାନ ଖାନ ଦେଶକୁ ସମ୍ବୋଧନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

Advertisment

ସେହିପରି ସେନାଧ୍ୟକ୍ଷ ଓ ଆଇଏସଆଇ ମୁଖ୍ୟଙ୍କ ସହ ବୈଠକ ପରେ ଇମ୍ରାନ ଖାନ ଜାତୀୟ ସୁରକ୍ଷା ପରିଷଦର ମିଟିଂ ଡାକିଛନ୍ତି। ବୈଠକରେ ଇମ୍ରାନ ଅଧ୍ୟକ୍ଷତା କରି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ଅନାସ୍ଥା ପୂର୍ବରୁ ଆଜି ଇମ୍ରାନଙ୍କ ଘନିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏମକ୍ୟୁଏମ ସରକାରଙ୍କ ହାତ ଛାଡ଼ି ଦେଇଛି। ଏହାପରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି। ଗାଦି ବଞ୍ଚାଇବାକୁ ହେଲେ ଇମ୍ରାନଙ୍କୁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଦରକାର। ଏବେ କିନ୍ତୁ ପିଟିଆ ସରକାରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

ଏମକ୍ୟୁଏମ ପରେ ପିଟିଆକୁ ସମର୍ଥନ କରୁଥିବା ବାଲୋଚିସ୍ତାନ ଆୱାମୀ ପାର୍ଟି ମଧ୍ୟ ଇମ୍ରାନଙ୍କ ହାତ ଛାଡ଼ିଛି। ଏନେଇ ଦଳର ନେତା ଖାଲିଦ ମାଗସି ଜାତୀୟ ସଂସଦର ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ଦଳ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିଥିବାରୁ ବାଚସ୍ପତି ବିରୋଧୀଙ୍କ ପାର୍ଶ୍ୱରେ ଦଳୀୟ ସାଂସଦଙ୍କ ବସିବାକୁ ବ୍ୟବସ୍ଥା କରୁନ୍ତୁ ବୋଲି ଖାଲିଦ ଚିଠିରେ ଉଲ୍ଲେଖ କରିଛନ୍ତି।

ଇମ୍ରାନ ସରକାରଙ୍କ ପୂର୍ବରୁ ଏମକ୍ୟୁଏମ ସମର୍ଥନ କରୁଥିଲେ। ହେଲେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଏମକ୍ୟୁଏମ ବିରୋଧୀ ପିପିପି ସହ ହାତ ମିଳାଇଛି। ଫଳରେ ବିରୋଧୀ ମେଣ୍ଟଙ୍କ ସଂଖ୍ୟା ୧୭୫କୁ ବଢ଼ି ଯାଇଛି। ଏପରି ସ୍ଥିତିରେ ଅନାସ୍ଥା ଭୋଟକୁ ମାତ ଦେବା ଇମ୍ରାନ ଖାନଙ୍କ ସରକାରଙ୍କ ପକ୍ଷରେ ଆଦୌ ସହଜ ହେବନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe