ତେଜୁଛି ହିଜାବ ବିରୋଧୀ ଆନ୍ଦୋଳନ: ଗଲାଣି ୭୫ ଜୀବନ, ସଙ୍ଗୀନ ହେଉଛି ସ୍ଥିତି

ତେହରାନ: ଇରାନରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଇରାନରେ ଜଣେ ୨୨ ବର୍ଷୀୟ ଯୁବତୀ ହିଜାବ ପିନ୍ଧି ନଥିବାରୁ ତାଙ୍କୁ ଦେଶର ନୈତିକ ପୁଲିସ୍‌ ଗିରଫ କରିଥିଲା। ଗିରଫ ପରେ ହିଁ ସେ କୋମାକୁ ଚାଲି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ହେପାଜତରେ ଥିବା ବେଳେ ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କୁ ନିର୍ଯାତନା ଦିଆଯାଇଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଶତାଧିକ […]

Iran

Iran

Hemant Lenka
  • Published: Tuesday, 27 September 2022
  • Updated: 27 September 2022, 03:24 PM IST

Sports

Latest News

ତେହରାନ: ଇରାନରେ ଆରମ୍ଭ ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଇରାନରେ ଜଣେ ୨୨ ବର୍ଷୀୟ ଯୁବତୀ ହିଜାବ ପିନ୍ଧି ନଥିବାରୁ ତାଙ୍କୁ ଦେଶର ନୈତିକ ପୁଲିସ୍‌ ଗିରଫ କରିଥିଲା। ଗିରଫ ପରେ ହିଁ ସେ କୋମାକୁ ଚାଲି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ହେପାଜତରେ ଥିବା ବେଳେ ୨୨ ବର୍ଷୀୟ ଯୁବତୀ ମହସା ଆମିନୀଙ୍କୁ ନିର୍ଯାତନା ଦିଆଯାଇଥିଲା।

ଏଥିଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ଶତାଧିକ ମହିଳା ଓ ଯୁବତୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଇରାନରେ ପ୍ରଚଳିତ ଡ୍ରେସ କୋଡ ଓ କଠୋର ହିଜାବ ପରିଧାନ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ଏହାକୁ ଦମନ କରିବା ପାଇଁ ପୁଲିସ୍‌ ମଧ୍ୟ କଠୋର ପଦକ୍ଷେପ ନେଉଛି। ପୁଲିସ୍‌ର ଦମନଲୀଳା ଯୋଗୁ ଏଯାଏ ୭୫ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଲାଣି।

ଦେଶର ବିଭିନ୍ନପ୍ରାନ୍ତରେ ଆନ୍ଦୋଳନ ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏସବୁ ଭିତରେ ତେହରାନରେ ଚାଲିଥିବା ଆନ୍ଦୋଳନ ବେଳେ ପ୍ରଥମଥର ପାଇଁ ଲୋକଙ୍କ ଆକ୍ରୋଶର ଭୟଙ୍କର ରୂପ ସାମ୍ନାକୁ ଆସିଛି। ଏଠାରେ ଲୋକମାନେ ଇରାନର ସୁପ୍ରିମ ଲିଡର ଅୟାତୋଲ୍ଲା ଅଲୀ ଖାମେନିଙ୍କ ୩ ଦଶନ୍ଧି ଧରି ଚାଲିଥିବା ଶାସନକୁ ବନ୍ଦ କରିବାକୁ କହିଛନ୍ତି। ଏଥିସହ ଏକଛତ୍ରବାଦୀ ଶାସକଙ୍କ ମୃତ୍ୟୁ ଦାବି କରିଛନ୍ତି। ସେମାନେ ନିଜର ସ୍ୱର ଖାମେନିଙ୍କ ବିରୋଧରେ କେବେ ହେଲେ ଏତେ ଶାଣିତ କରି ନଥିଲେ।

ସ୍ଥାନୀୟ ଗଣମାଧ୍ୟମ ଓ ବିଭିନ୍ନ ଏନଜିଓ ସଂସ୍ଥାର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ହିଜାବ ବିରୋଧୀ ଆନ୍ଦୋଳନ ୪୬ଟି ଇରାନ ସିଟି, ସହର ଓ ଗାଁରେ ଦେବାକୁ ମିଳିଛି। ବିକ୍ଷୋଭକାରୀମାନେ ରାସ୍ତା ରୋକ କରିବା ସହ ପୋଡ଼ାଜଳା କରୁଛନ୍ତି। ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ବିକ୍ଷୋଭକାରୀ ଓ ପୁଲିସ୍‌ କର୍ମୀଙ୍କୁ ମିଶାଇ ୪୧ ଜଣ ପ୍ରାଣ ହରାଇଥିବା ସ୍ଥାନୀୟ ଟିଭି ଚ୍ୟାନେଲ କହିଛି।

ସେହିପରି ସରକାର କେବଳ ୧୩ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି ଓ ୧୨ଶହରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଥିବା କହିଉନ୍ତି। ହେଲେ ବିଭିନ୍ନ ଏନଜିଓ ସଂସ୍ଥା ଓ ମାନବାଧିକାର ସଂଗଠନ ମୃତ୍ୟୁସଂଖ୍ୟା ୭୫ରେ ପହଞ୍ଚିଥିବା ଦାବି କରିଛନ୍ତି। ତେବେ ଏହାକୁ ବିଦେଶୀ ଷଡ଼ଯନ୍ତ୍ର କହି ଇରାନ ସରକାର ଅଗ୍ରାହ୍ୟ କରିଛନ୍ତି। ଏଥିସହ ୨୨ ବର୍ଷୀୟ ମହସା ଅମିନଙ୍କ ମୃତ୍ୟୁସହ ନୈତିକ ପୁଲିସର କୌଣସି ଲିଙ୍କ ନଥିବା ସଫେଇ ଦେଇଛନ୍ତି।

ଏହାବାଦ ହିଜାବ ବିରୋଧୀ ଆନ୍ଦୋଳନକୁ କାଉଣ୍ଟର କରିବା ପାଇଁ ରାଜଧାନୀ ତେହରାନ ଓ ଅନ୍ୟ ସହରରେ ସରକାରୀ ସପକ୍ଷରେ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ସାମିଲ ହୋଇଥିବା ଲୋକମାନେ ସରକାର କହୁଥିବା ବୟାନ ସପକ୍ଷରେ ନାରାବାଜୀ କରିଛନ୍ତି। ଆମେରିକାର ବ୍ୟବସ୍ଥା ଏବେ ଧର୍ମ ସହ ଲଢ଼େଇ କରୁଥିବା ସରକାରଙ୍କ ସପକ୍ଷରେ ହେଉଥିବା ବିକ୍ଷୋଭ ବେଳେ ଶୁଣିବାକୁ ମିଳିଛି।

ଆଣ୍ଟି ହଜାରବ ଆନ୍ଦୋଳନକୁ ପ୍ରଶମିତ କରିବା ଓ ଇରାନରେ ଘଟୁଥିବା ଘଟଣା, ଯେମିତି ବାହାରକୁ ନ ଯିବ ସେଥିପାଇଁ ସରକାର ଇନଷ୍ଟାଗ୍ରାମ, ଲିଙ୍କଡିନ ଓ ୱାଟଆପ୍‌ ଭଳି ପାଶ୍ଚାତ୍ୟ ଦେଶର ସୋଶାଲ ମିଡିଆ ଉପରେ ରୋକ ଲଗାଇ ଦେଇଛନ୍ତି। ବଡ଼ବଡ଼ ଭିଡିଓ ସାମ୍ନାକୁ ଆସୁ ନଥିବା ବେଳେ ଛୋଟ ଛୋଟ ଦୃଶ୍ୟ ସବୁ ସାମ୍ନାକୁ ଆସୁଛି।

ଶର୍ଟ କ୍ଲିପରେ ସୁରକ୍ଷାକର୍ମୀମାନେ ଆନ୍ଦୋଳନକାରୀଙ୍କୁ ଗୁଳିମାଡ଼ କରୁଛନ୍ତି ଓ ହିଜାବକୁ ବିରୋଧ କରି ମହିଳାମାନେ ଚୁଟି କାଟୁଥିବାର ଦୃଶ୍ୟ ରହିଛି। ସେହିପରି ମୋଟର ସାଇକେଲରେ ବୁଲୁଥିବା ଇରାନ ସୁରକ୍ଷାକର୍ମୀମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ଲୋକଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story