ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ବିସ୍ଫୋରଣରେ ଉଡ଼ାଇ ଦେଲେ

ଇସଲାମାବାଦ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଗୋଟିଏ ପ୍ରତିମୂର୍ତ୍ତିକୁ ବାଲୋଚ ଆତଙ୍କବାଦୀମାନେ ବୋମା ପକାଇ ଧ୍ୱଂସ କରି ଦେଇଛନ୍ତି। ପାକିସ୍ତାନର ବାଲୋଚିସ୍ତାନ ଅନ୍ତର୍ଗତ ଗୱାଦରରେ ଜିନ୍ନାଙ୍କ ଏହି ପ୍ରତିମୂର୍ତ୍ତିଟି ରହିଥିଲା। ମିଳିଥିବା ସୂଚନା ଅନୁସାରେ, ଗୱାଦରର ମେରାଇନ ଡ୍ରାଇଭରେ ଜିନ୍ନାଙ୍କ ଏହି ପ୍ରତିମୂର୍ତ୍ତିକୁ ଜୁନ ମାସରେ ପ୍ରତିଷ୍ଠା କରାଯାଇଥିଲା। ଏଥିସହ ଉକ୍ତ ଅଞ୍ଚଳକୁ ସୁରକ୍ଷିତ ଜୋନ ଭାବେ ବିବେଚନା କରାଯାଇଥିଲା। କିନ୍ତୁ ରବିବାର ଆତଙ୍କବାଦୀମାନେ ବୋମା ଖଞ୍ଜି ପ୍ରତିମୂର୍ତ୍ତିଟିକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ବିସ୍ଫୋରଣ […]

Jinnah

Jinnah

Hemant Lenka
  • Published: Monday, 27 September 2021
  • Updated: 27 September 2021, 08:38 PM IST

Sports

Latest News

ଇସଲାମାବାଦ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଗୋଟିଏ ପ୍ରତିମୂର୍ତ୍ତିକୁ ବାଲୋଚ ଆତଙ୍କବାଦୀମାନେ ବୋମା ପକାଇ ଧ୍ୱଂସ କରି ଦେଇଛନ୍ତି। ପାକିସ୍ତାନର ବାଲୋଚିସ୍ତାନ ଅନ୍ତର୍ଗତ ଗୱାଦରରେ ଜିନ୍ନାଙ୍କ ଏହି ପ୍ରତିମୂର୍ତ୍ତିଟି ରହିଥିଲା।

ମିଳିଥିବା ସୂଚନା ଅନୁସାରେ, ଗୱାଦରର ମେରାଇନ ଡ୍ରାଇଭରେ ଜିନ୍ନାଙ୍କ ଏହି ପ୍ରତିମୂର୍ତ୍ତିକୁ ଜୁନ ମାସରେ ପ୍ରତିଷ୍ଠା କରାଯାଇଥିଲା। ଏଥିସହ ଉକ୍ତ ଅଞ୍ଚଳକୁ ସୁରକ୍ଷିତ ଜୋନ ଭାବେ ବିବେଚନା କରାଯାଇଥିଲା। କିନ୍ତୁ ରବିବାର ଆତଙ୍କବାଦୀମାନେ ବୋମା ଖଞ୍ଜି ପ୍ରତିମୂର୍ତ୍ତିଟିକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି।

ବିସ୍ଫୋରଣ ଯୋଗୁ ପ୍ରତିମୂର୍ତ୍ତିଟି ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ଟ୍ୱିଟରରେ ଅସିଦ୍ଧ ଘୋଷଣା ହୋଇଥିବା ବାଲୋଚ ରିପବ୍ଲିକାନ ଆର୍ମି ବିସ୍ଫୋଣର ପାଇଁ ନିଜକୁ ଦାୟୀ କରିଛି। ଗୱାଦର ଡେପୁଟି କମିଶନର ମେଜର(ଅବସରପ୍ରାପ୍ତ) ଅବଦୁଲ କବିର ଖାନ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା କହିଛନ୍ତି।

ସେ କହିଛନ୍ତି, ଉକ୍ତ ଅଞ୍ଚଳରକୁ ଆତଙ୍କବାଦୀମାନେ ପର୍ଯ୍ୟଟକ ବେଶରେ ଆସିଥିଲେ। ଏହାପରେ ସେମାନେ ପ୍ରତିମୂର୍ତ୍ତି ନିକଟରେ ବିସ୍ଫୋରକ ଖଞ୍ଜି ଫେରାର ହୋଇଯାଇଥିଲେ। ଏଯାଏ ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। କିନ୍ତୁ ଦିନେ ଦୁଇ ଦିନ ମଧ୍ୟରେ ଘଟଣାର ତଦନ୍ତ ସରିବ। ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ଓ ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

ବାଲୋଚିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ସର୍ଫରାଜ ବୁଗଟି କହିଛନ୍ତି, ଗୱାଦରରେ ଥିବା ଜିନ୍ନାଙ୍କ ପ୍ରତିମୂର୍ତ୍ତିରେ ଆକ୍ରମଣ କରି ଆତଙ୍କବାଦୀମାନେ ପାକିସ୍ତାନର ଆଦର୍ଶ ଉପରେ ହମଲା କରିଛନ୍ତି। ଜିଆରତରେ ଥିବା ଜିନ୍ନାଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଦୋଷୀଙ୍କୁ ଆମେ ଯେମିତି ଦଣ୍ଡ ଦେଇଥିଲୁ ଏବେ ପ୍ରଶାସନିକ ଅଧିକାରୀମାନେ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଆତଙ୍କୀଙ୍କୁ ସେମିତି ଶାସ୍ତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୩ରେ ବାଲୋଚି ଆତଙ୍କୀମାନେ ଜିନ୍ନାଙ୍କ ସ୍ମୃତିରେ ସଂରକ୍ଷିତ ହୋଇ ରହିଥିବା ତାଙ୍କ ବାସଭବନରେ ଦୀର୍ଘ ୪ ଘଣ୍ଟାକାଳ ଆକ୍ରମଣ କରି ସବୁ କିଛି ନଷ୍ଟ କରି ଦେଇଥିଲେ। ଜୀବନର ଶେଷ ସମୟରେ ଏଠାରେ ଜିନ୍ନା ରହୁଥିଲେ। ହେଲେ ଆତଙ୍କୀଙ୍କ ହମଲାରେ ସେଠାରେ ଥିବା ତାଙ୍କର ସମସ୍ତ ସ୍ମୃତି ଛାରଖାର ହୋଇ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story